କାରକୁ ଧକ୍କା ଦେଲା ସ୍କୁଲ ବସ, ୬ ମୃତ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଗାଜିଆବାଦରେ ବଡ ଧରଣର ଦୁର୍ଘଟଣା । ସ୍କୁଲ ବସ୍ ସହ କାର ମୁହାଁମୁହିଁ  ଧକ୍କା  । ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଜଣେ ୮ ବର୍ଷ ଶିଶୁ ଓ ଜଣେ ବ୍ୟକ୍ତି ଗୁରୁତର ହୋଇଛି । ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦିଲ୍ଲୀ ଓ ମେରଠ ଏକ୍ସପ୍ରେସର କ୍ରସିଙ୍ଗ ଥାନା ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା । ସ୍କୁଲ ବସଟି ଦ୍ରୁତ ଗତିରେ ଯାଉଥିବାରୁ ନିୟନ୍ତ୍ରଣ ହରାଇ କାରକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ କାରଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇ ଯାଇଥିଲା । ଏମିତି ଭୟଙ୍କର ଥିଲା ଯେ, କାର ଭରୁ ମୃତଦେହ ଗୁଡିକୁ କାଢିବା କଷ୍ଟକର ଥିଲା । କଟରରେ କାଟିବା ପରେ କାର ଭିତରୁ ମୃତଦେହକୁ ଉଦ୍ଧାର କରାଯାଇଥିଲା ।  ତେବେ ସୌଭାଗ୍ୟବଶତଃ ସ୍କୁଲ ବସରେ ପିଲା ନ ଥିଲେ । ବସଟି ପିଲାଙ୍କୁ ଛାଡି ଫେରୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଅନ୍ୟପକ୍ଷେ ଗୋଟିଏ ପରିବାରର କିଛି ଲୋକ ମେରଠରୁ ଦିଲ୍ଲୀ ଫେରୁଥିଲା । ବସଟି ଭୁଲ ଦିଗରୁ ଆସି ତାଙ୍କ କାରକୁ ସାମ୍ନାପଟୁ ଧକ୍କା ଦେଇଥିଲା । ଫଳରେ ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।

<pt>

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.