ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି ଡ଼ଙ୍ଗରୀଗୁଡା-ଗହନାମୁଣ୍ଡା ରାସ୍ତା, ବିଭାଗର ଦୃଷ୍ଟି ପଡୁନି

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଝରିଆଗୁଡା ଠାରୁ ଗହନାମୁଣ୍ଡାକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡ଼କର ଝରିଆଗୁଡା କାଜୁ ବଗିଚା ନିକଟରେ ମରାମତି ଅଭାବରୁ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। ଫଳରେ ରାସ୍ତାରେ ଯାତାୟତ କରୁଥିବା ଲୋକେ ସାମାନ୍ୟ ଅସାବଧାନତା ହେଲେ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ସୂଚନା ଅନୁସାରେ, ଡ଼ଙ୍ଗରୀଗୁଡା ଗାଁ ମଝି ତିନି ଛକରୁ ଗଇନ୍ତାପଡା, ଝରିଆଗୁଡା ଦେଇ ଗହନାମୁଣ୍ଡାକୁ ସଂଯୋଗ କରୁଥିବା ପ୍ରାୟ ୫କିମି ରାସ୍ତା ଗତ ୨୦୧୮ ମସିହାରେ ନିର୍ମାଣ ହୋଇଥିଲା। ତେବେ ମରାମତି ଅଭାବରୁ ଝରିଆଗୁଡା କାଜୁ ବଗିଚା ନିକଟରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇ ବିପଦପୂର୍ଣ୍ଣ ଅବସ୍ଥାରେ ପଡି ରହିଛି। ଦୈନିକ ଏହି ରାସ୍ତାରେ ମୁଷାପାଲି ଓ ଡାଲଗୁମା ପଞ୍ଚାୟତ ସମେତ ଦଣ୍ଡପାଟ ଅଞ୍ଚଳର ଶହ ଶହ ଲୋକଙ୍କ ଯାତାୟତ ଲାଗି ରହିଥାଏ। ଛାତ୍ରଛାତ୍ରୀ ସ୍କୁଲ ଓ କଲେଜ, ରୋଗୀଙ୍କୁ ଡାକ୍ତରଖାନ ସହିତ ବିଭିନ୍ନ କାର୍ଯ୍ୟ ପାଇଁ କୋକସରା ବ୍ଳକ କାର୍ଯ୍ୟାଳୟକୁ ଏହି ଅଞ୍ଚଳର ଲୋକେ ଆସିଥାନ୍ତି। ଏହି ରାସ୍ତା ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ହୋଇଥିବା ବେଳେ ନିନ୍ନମାନର କାର୍ଯ୍ୟ ଯୋଗୁଁ ରାସ୍ତାର ଉକ୍ତ ସ୍ଥାନରେ ନିର୍ମାଣର କିଛି ଦିନରେ ହିଁ ଖରାପ ହୋଇ ଖାଲ ସୃଷ୍ଟି ହୋଇଥିଲା। ସେହି ସମୟରେ ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଥିଲେ ମଧ୍ୟ କେହି ସୁଣି ନଥିଲେ। ଯାହାର ଫଳ ସ୍ୱରୂପ ଆଜି ମଧ୍ୟ ରାସ୍ତାର ଏହି ସ୍ଥାନରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇ ଅନେକ ଦିନରୁ ପଡ଼ି ରହିଛି। ତଥାପି ମଧ୍ୟ ଏହି ରାସ୍ତାର ଗର୍ତ୍ତ ଉପରେ କାହାରି ଦୃଷ୍ଟି ପଡୁନାହିଁ। ଏହି ରାସ୍ତାରେ ମୁଷାପାଲି ଓ ଡାଲଗୁମା ପଞ୍ଚାୟତକୁ ପିଡିଏସ୍ ସାମଗ୍ରୀ ନେଇ ଯାଉଥିବା ଗାଡ଼ି ଅନେକ ସମୟରେ ଦବି ଯାଉଥିବାବେଳେ ଦୁର୍ଘଟଣା ଘଟିବାର ସମ୍ଭାବନା କୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ। ଏଣୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଉକ୍ତ ରାସ୍ତାକୁ ମରାମତି କରିବା ପାଇଁ ଝରିଆଗୁଡା, ଛିଲିପାମାଲ, ମୁଷାପାଲି, ଗହନାମୁଣ୍ଡା, ଡାଲଗୁମା, ଖୁଣ୍ଟିଆ ଆଦି ଅଞ୍ଚଳର ଲୋକେ ଦାବି କରିଛନ୍ତି। ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.