ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ନାରାୟଣପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଚୁମକି ପାଣି ସଭାପତିତ୍ୱ କରିଥିବା ବେଳେ ଗୋଷ୍ଠି ଶିକ୍ଷାଧିକାରୀ ସୁଶ୍ରୀ ପ୍ରତିଶୃତି ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ବିଜୟ କୁମାର ସେଠି ଓ ସମ୍ମାନିତ ଅତିଥି ଭାବେ ଆଞ୍ଚଳିକ ସାଧାନ ସଂଯୋଜକ ଅନିରୁଦ୍ଧ ସାମନ୍ତରାୟ ମଞ୍ଚାସିନ ରହିଥିଲେ | ଉପସ୍ଥିତ ଅତିଥି ମାନେ ଶିଶୁ ମାନଙ୍କ ଭିତରେ ରହିଥିବା ଅନ୍ତରିଣ ଗୁଣର ବିକାଶ ଓ ପ୍ରତିଭାର ସଠିକ୍ ପରିପ୍ରକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । କ୍ଲଷ୍ଟର ସଂଯୋଜକ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବାଦଲ ଦାସ ସୁଚାରୁ ରୂପେ ମଞ୍ଚ ପରିଚାଳନା ଦାୟିତ୍ୱରେ ରହିଥିଲେ । ଏହି ମହୋତ୍ସବରେ କ୍ଲଷ୍ଟର ଅଧୀନସ୍ଥ ୧୪ଟି ବିଦ୍ୟାଳୟରୁ ପ୍ରାୟ ୧୦୦ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରି ବିଭିନ୍ନ ପ୍ରତିଯୋଗିତାରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ଶେଷରେ କୃତୀ ପ୍ରତିଯୋଗୀ ମାନଙ୍କୁ ଉପସ୍ଥିତ ଅତିଥିଙ୍କ କର କାମଳ ରୁ ମାନପତ୍ର ଓ ପୁରସ୍କାର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ଏହି କ୍ଲଷ୍ଟର ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ର ଛାତ୍ରୀମାନେ ଆଗାମୀ ବ୍ଲକ ସ୍ତରୀୟ ‘ସୁରଭି’ ମହୋତ୍ସବରେ ପ୍ରତିନିଧିତ୍ୱ କରିବେ ବୋଲି ଶ୍ରୀ ସାମନ୍ତରାୟ ସୂଚନା ଦେଇଛନ୍ତି । କ୍ଲଷ୍ଟର ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଶେଷରେ ଶିବରାମ କିର୍ଶ|ନୀ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ । ସେହିପରି ପୂଜାରୀଗୁଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମଧ୍ୟ ଆଜି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି – ୨୦୨୬ ପାଳିତ ହୋଇଯାଇଛି |






