ମଦନପୁର ରାମପୁରରେ ୧୨ ଘଣ୍ଟିଆ ଓଡିଶା ବନ୍ଦ ର ପ୍ରଭାବ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମଦନପୁର ରାମପୁରରେ ସଫଳ ହୋଇଛି ଇଣ୍ଡିଆ ମେଣ୍ଟର ୧୨ ଘଣ୍ଟିଆ ଓଡିଶା ବନ୍ଦ ପାଳନ। ସିପିଆଏମ ରାଜ୍ୟ କମିଟି ସଭ୍ୟ ସାଥି ବିଶ୍ୱଜିତ ଚଟର୍ଜିଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ କଂଗ୍ରେସ ଜିଲ୍ଲା ସମ୍ପାଦକ ଚିତ୍ତ ବାଗ, କଂଗ୍ରେସ ବ୍ଲକ ସଭାପତି ରୁଦ୍ର ସିଂ, କଂଗ୍ରେସ ସମ୍ପାଦକ ରାଜୁ ମିଶ୍ର, ସିପିଆଏମ ଜିଲ୍ଲା ସମ୍ପାଦକ ସାଥି ସତ୍ୟଜିତ ଚଟର୍ଜି, ଏମ ରାମପୁର ଟାଉନ ସମ୍ପାଦକ ତଥା ସିପିଆଏମ ଜିଲ୍ଲା କମିଟି ସଭ୍ୟ ସାଥି ଗଙ୍ଗାଧର ପ୍ରହରାଜ, ଚମରା ବଗର୍ତି, ଯଶୋଦା ବାଗ, ଦୁଷ୍ମନ୍ତ ରଣା ପ୍ରମୁଖଙ୍କ ସମେତ ଶତାଧିକ କର୍ମି ସକ୍ରିୟ ଅଂଶ ଗ୍ରହଣ କରିଥିଲେ। କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ନାରା ଦେବା ସହ ଏମଏମଡିଆର ସଂଶୋଧିତ ଆଇନ ପ୍ରତ୍ୟାହାର ଦାବୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ ନିର୍ବାଚନ କମିଶନଙ୍କ ଇସ୍ତଫା ଦାବୀ ନେଇ କେନ୍ଦ୍ର ଓ ରାଜ୍ୟ ବିଜେପି ସରକାରଙ୍କ ବିରୁଦ୍ଧରେ ନାରାବାଜି କରିଥିଲେ। ସକାଳ ୬ ଟାରୁ ଇଣ୍ଡିଆ ମେଣ୍ଟର କର୍ମୀ ମାନେ ଏମ ରାମପୁର ସହର ରେ ରହିଥିବା ବିଭିନ୍ନ ଦୋକାନ ବଜାର, ସ୍କୁଲ କଲେଜ, ବ୍ୟବସାୟିକ ପ୍ରତିଷ୍ଠାନ, ବିଭିନ୍ନ ଅନୁଷ୍ଠାନ ଓ ବ୍ୟାଙ୍କ ସବୁ ବନ୍ଦ କରିଥିଲେ। ଏହାପରେ ଜାତୀୟ ରାଜପଥ ୫୯ ଉପରେ ବସି ରାସ୍ତା ଜାମ କରିବା ଫଳରେ ରାସ୍ତାର ଦୁଇପଟେ ଶହ ଶହ ସଂଖ୍ୟାରେ ଗାଡି ମୋଟର ବନ୍ଦ ରହିଥିଲା। ଘଣ୍ଟା ଘଣ୍ଟା ଧରି ଗାଡ଼ି ମୋଟର ଅଟକ ରହିବା ଫଳରେ ଯାତ୍ରୀ ମାନେ ନାହିଁ ନ ଥିବା ଅସୁବିଧା ଭୋଗିଥିବା ଦେଖିବାକୁ ମିଳିଥିଲା। ଆମ ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ଇଣ୍ଡିଆ ମେଣ୍ଟ ଚୁପ ହୋଇ ବସିବ ନାହିଁ। ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ସିପିଆଏମ ନେତା ସତ୍ୟଜିତ ଚଟର୍ଜୀ କହିଛନ୍ତି। ପ୍ରବଳ ଖରାରେ ଏବେ ପର୍ଯ୍ୟନ୍ତ ଆନ୍ଦୋଳନ କାରୀମାନେ ଜାତୀୟ ରାଜପଥ ୫୯ କୁ ଅବରୋଧ କରି ରଖିଥିବା ଦେଖିବାକୁ ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.