ବିଶ୍ଵବିଦ୍ୟାଳୟସ୍ତରୀୟ ଇନୋଭେସନ୍ ଓ ଷ୍ଟାର୍ଟ-ଅପ୍ ପ୍ରତିଯୋଗିତାର ଶ୍ରେଷ୍ଠ ୭ରେ ଫକୀରମୋହନ କଲେଜର ଛାତ୍ରୀ କ୍ରିଷ୍ଣାମୟୀ ଦାଶ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଫକୀର ମୋହନ ସ୍ଵୟଂଶାସିତ କଲେଜର ବିବିଏ ତୃତୀୟ ବର୍ଷର ଛାତ୍ରୀ କ୍ରିଷ୍ଣାମୟୀ ଦାଶ ବିଶ୍ଵବିଦ୍ୟାଳୟସ୍ତରୀୟ ଇନୋଭେସନ୍ ଓ ଷ୍ଟାର୍ଟ-ଅପ୍ ପ୍ରତିଯୋଗିତା-୨୦୨୬ରେ ଶ୍ରେଷ୍ଠ ୭ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ପାଇ କଲେଜ ପାଇଁ ଗୌରବ ଆଣିଛନ୍ତି। ବୁଧବାର ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ନିଜର ଅଭିନବ ଚିନ୍ତାଧାରା ଓ ଉତ୍କୃଷ୍ଟ ଉପସ୍ଥାପନା ମାଧ୍ୟମରେ କ୍ରିଷ୍ଣାମୟୀ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ସେଠାରେ ସେ ଫକୀର ମୋହନ ସ୍ଵୟଂଶାସିତ କଲେଜରୁ ପ୍ରତିନିଧିତ୍ୱ କରିଥିଲେ। ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ତାଙ୍କୁ ଏକ ଲକ୍ଷ ଟଙ୍କାର ନଗଦ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି। କ୍ରିଷ୍ଣାମୟୀଙ୍କ ଏହି ସଫଳତାରେ ଫକୀର ମୋହନ ସ୍ଵୟଂଶାସିତ କଲେଜରେ ଆନନ୍ଦ ପ୍ରକାଶ ପାଇଛି। ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କର ମାର୍ଗଦର୍ଶକ ଅବିନାଶ ପୃଷ୍ଟିଙ୍କୁ ମଧ୍ୟ ତାଙ୍କର ମାର୍ଗଦର୍ଶନ ଓ ସହଯୋଗ ପାଇଁ କଲେଜ ପକ୍ଷରୁ ଅଭିନନ୍ଦନ ଜଣାଯାଇଛି। କଲେଜ କର୍ତ୍ତୃପକ୍ଷ ଓ ଶୁଭେଚ୍ଛୁମାନେ କ୍ରିଷ୍ଣାମୟୀ ଦାଶ ଓ ତାଙ୍କ ମାର୍ଗଦର୍ଶକଙ୍କୁ ଆଗାମୀ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଶୁଭକାମନା ଜଣାଇବା ସହ ଆଗାମୀ ଦିନରେ ମଧ୍ୟ ସେମାନେ ଉତ୍କର୍ଷ ପ୍ରଦର୍ଶନ କରି କଲେଜର ଗୌରବ ବୃଦ୍ଧି କରିବେ ବୋଲି ଆଶା ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.