ଇଣ୍ଡିଆ ବ୍ଲକର ଓଡ଼ିଶା ବନ୍ଦ ଡାକରା: କଲମପୁର ଠାରେ ଦୋକାନ ବଜାର ବନ୍ଦ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗୁରୁବାର କଂଗ୍ରେସ କମିଟିର ଅଧ୍ୟକ୍ଷ ଭକ୍ତଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ସମସ୍ତ ସ୍ଥାନରେ ବନ୍ଦ ପାଳନ କରାଯାଇ ଥିବା ବେଳେ କଲମପୁର ଠାରେ ମଧ୍ୟ ବ୍ଲକ କଂଗ୍ରେସ କମିଟି ଓ ଇଣ୍ଡିଆ ମେଣ୍ଟ ପକ୍ଷରୁ ବନ୍ଦ ପାଳନ କରାଯାଇଛି। କଲମପୁର ର ବିଭିନ୍ନ ଛକରେ ଏହାର ପ୍ରଭାବ ପଡିବା ସହ ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜ, ବ୍ୟବସାୟିକ ପ୍ରତିଷ୍ଠାନ, ବ୍ୟାଙ୍କ ପ୍ରଭୃତି ବନ୍ଦ ରହିଥିଲା। ରାସ୍ତା ଅବରୋଧ ଯୋଗୁଁ ଗାଡି ଚଳାଚଳ ବନ୍ଦ ରହିଥିଲା। ଏହି ବନ୍ଦ ପାଳନକୁ ଇଣ୍ଡିଆ ମେଣ୍ଟ ପକ୍ଷରୁ ଯୋରଦାର କରାଯାଇଛି। କଲମପୁର ବ୍ଲକ କଂଗ୍ରେସ କମିଟିର ସଭାପତି ତରଣିସେନ ପଟେଲଙ୍କ ନେତୃତ୍ବରେ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳର ସଦସ୍ୟ,ଜିଲ୍ଲା ସାଧାରଣ ସମ୍ପାଦକ ବିପିନ ପ୍ରଧାନୀ, ଅହମ୍ମଦ ମହମ୍ମଦ, ଜଗନ୍ନାଥ ନାଏକ, ସୁରେଶ ଚନ୍ଦ୍ର ବାଗ, ପବିତ୍ର ବାଗ, ମସୁଦ ଅଲ୍ଲୀ ଖାଁ, ଡମ୍ବରୁଧର ଦୁର୍ଗା, କେଶବ ଶବର, ହରିଶଙ୍କର ଦ୍ବୀପ, ସୌଭାଗ୍ୟ ନାଏକ, ଗଣେଶ ନାଗ, ଗଣେଶ ରଣା, ଶ୍ୟାମ ସୁନ୍ଦର ନାଗ, ଲବ ଶବର, ଶୁଶାନ୍ତ ଶବର, ଜୟଶଙ୍କର ଶବର, ନବ ସୁନାନୀ, ଜଗଦୀଶ ପାନ ପ୍ରମୁଖଙ୍କ ନେତୃତ୍ବରେ ଶାନ୍ତି ପୂର୍ଣ୍ଣ ବନ୍ଦ ପାଳନ କରାଯାଇଛି। ବନ୍ଦ ପାଳନରେ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ କଲମପୁର ଥାନା ଅଧିକାରୀ ସୁନିଲୋ କଣ୍ଡାଗରିଙ୍କ ନେତୃତ୍ୱରେ ପୋଲିସ ବାହିନୀ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.