ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ): ପ୍ରାକୃତିକ ପରିବେଶକୁ ସବୁଜିମା ଓ ସୁସ୍ଥ ସମାଜ ଗଠନ ପାଇଁ ଵୃକ୍ଷରୋପଣ ଆବଶ୍ୟକ। ତେଣୁ ଧରାପୃଷ୍ଠକୁ ସବୁଜମୟ କରିବା ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ । ଏହି ପରିପେକ୍ଷୀରେ ରାୟଗଡ଼ା ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପରିସରରେ ସେଞ୍ଚୁରିଅନ ଶିକ୍ଷାନଷ୍ଠାନ ଦ୍ବାରା ପରିଚାଳତ ଗ୍ରାମ ତରଙ୍ଗ ନିଯୁକ୍ତି ତାଲିମ କେନ୍ଦ୍ର ଓ ଏଚ ଦି ଏଫ୍ ସି ବ୍ୟାଙ୍କ ପକ୍ଷରୁ ବୃକ୍ଷରୋପଣ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଏଚ ଦି ଏଫ୍ ସି ବ୍ୟାଙ୍କର ଡେପୁଟି ମ୍ୟାନେଜର କଳିଙ୍ଗ ନାୟକ, ଗ୍ରାମ ତରଙ୍ଗ ନିଯୁକ୍ତି ତାଲିମ କେନ୍ଦ୍ରର ଶାଖା ପରିଚାଳକ ଦିବାକର ବାଗ, ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନର ପ୍ରଶାସନିକ ଅଧିକାରୀ କୃଷ୍ଣ ପ୍ରସାଦ ମହାପାତ୍ର ପାତ୍ରଙ୍କ ସମେତ ଗ୍ରାମ ତରଙ୍ଗ ନିଯୁକ୍ତି ତାଲିମ କେନ୍ଦ୍ର ଅନେକ ଛାତ୍ରଛାତ୍ରୀ ଉପସ୍ଥିତିରେ ପ୍ରାୟ ୨୦ ଗୋଟି ବିଭିନ୍ନ କିସମର ଫଳ ଚାରାରୋପଣ କରାଯାଇଛି।






