ଏପରି ମନ୍ଦିର ଯେଉଁଠି ପୂଜା ପାଆନ୍ତି ମୂଷା

ହିନ୍ଦୁ ଶାସ୍ତ୍ରରେ ମଧ୍ୟ ମୂଷାକୁ ଭଗବାନ ଗଣେଶଙ୍କ ବାହନ ବୋଲି ବିଶ୍ୱାସ କରାଯାଇଥାଏ । କିନ୍ତୁ ଘରେ ମୂଷା ଦେଖିଲେ ଆମେ ଚିନ୍ତାରେ ପଡିଯାଉ । ପୋଷାକ ଓ ଦ୍ରବ୍ୟକୁ ନଷ୍ଟ କରୁଥିବା ଯୋଗୁ ଆମେ ଏମାନଙ୍କୁ ଘରେ ରହିବାକୁ ଦେଇ ନ ଥାଉ। ଜନ୍ତା ବିସାଇ କିମ୍ୱା ବିଷ ଦେଇ ମାରିବାକୁ ଚେଷ୍ଟା କରିଥାଉ। କିନ୍ତୁ ଭାରତରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ମୂଷାଙ୍କୁ ନ ମାରି ସୁରକ୍ଷିତ ଭାବେ ପୂଜା କରାଯାଇଥାଏ । କେବଳ ପୂଜା କରାଯାଏନାହିଁ, ମୂଷାମାନଙ୍କୁ ଖାଇବାକୁ ବିଭିନ୍ନ ଶସ୍ୟ ଏବଂ ଭୋଗ ଓ ପିଇବା ପାଇଁ କ୍ଷୀର ମଧ୍ୟ ଦିଆଯାଏ ।

Omkar Vasthu
Omkar Vasthu

ଏହି ବିଚିତ୍ର ମନ୍ଦିର ରହିଛି ରାଜସ୍ଥାନରେ। ବିକାନେର ଜିଲ୍ଲା ଅନ୍ତର୍ଗତ କରଣି ମାତାଙ୍କ ମନ୍ଦିରରେ ମୂଷାମାନଙ୍କୁ ପୂଜା କରାଯାଇଥାଏ। ଏବେ ଏହି ମନ୍ଦିରରେ ରହିଛନ୍ତି ୨୦ ହଜାରରୁ ଅଧିକ ମୂଷା। ହେଲେ ଏହି ମୂଷାଗୁଡିକ କେବେବି ମନ୍ଦିର ପରିଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ କିଛି ବି କ୍ଷତି ପହଞ୍ଚାଇ ନ ଥାନ୍ତି। ସବୁଠାରୁ ବଡ଼ କଥା ହେଉଛି ମନ୍ଦିରରେ ଏତେ ସଂଖ୍ୟାରେ ମୂଷା ରହିଥିଲେ ମଧ୍ୟ ସେମାନଙ୍କ ଯୋଗୁଁ କୌଣସି ଦୁର୍ଗନ୍ଧ ହେଉନାହିଁ । ଏଠାରେ ଲାଗି ହେଉଥିବା ପ୍ରସାଦକୁ ପ୍ରଥମେ ମୂଷାମାନଙ୍କୁ ଖାଇବାକୁ ଦିଆଯାଇଥାଏ, ମୂଷାମାନେ ଖାଇସାରିବା ପରେ ସେହି ପ୍ରସାଦକୁ ଲୋକେ ଖାଇଥାନ୍ତି। ମୂଷା ମାନଙ୍କ ଅଇଁଠା ଖାଇବା ପରେ ମଧ୍ୟ ଆଜିପର୍ଯ୍ୟନ୍ତ କୌଣସି ଭକ୍ତଙ୍କର ସ୍ଵାସ୍ଥ୍ୟ ଗତ ସମସ୍ୟା ଦେଖାଯାଇନାହିଁ । ଏହି ବିଚିତ୍ର ମନ୍ଦିର ଆରାଧ୍ୟ ଦେବୀ ହେଉଛନ୍ତି ମା କରଣି । ଲୋକମାନେ ମା କରଣିଙ୍କୁ ଜଗଦମ୍ବାଙ୍କ ଅବତାର ମନେ କରିଥାନ୍ତି।

Pearl dental clinic
Near Ashish Medical Store, Bhawanipatna

ଲୋକକଥା ଅନୁସାରେ, ୧୩୮୭ ମସିହାରେ ମା କରଣିଙ୍କ ଜନ୍ମ ହୋଇଥିଲା। ମାଆଙ୍କ ପିଲାଦିନର ନାଁ ଥିଲା ରିଘୁ ବାଇ। ବଡ଼ ହେବା ପରେ ରିଘୁ ବାଇଙ୍କର ସଂସାର ପ୍ରତି ବିତୃଷ୍ନା ଆସିଥିଲା। ସେ ଏକ ଗୁମ୍ଫାରେ ତପସ୍ୟା କରିବାକୁ ଲାଗିଲେ। ଆଜି ଯେଉଁଠି ଏହି ଭବ୍ୟ ମନ୍ଦିର ପ୍ରତିଷ୍ଠା ହୋଇଛି, ଏଠାରେ ଥିଲା ସେହି ଗୁମ୍ଫା। କୁହାଯାଏ କି ମାଆ କରଣିଙ୍କର ଗୋଟିଏ ପୁଅ ପାଣିରେ ବୁଡ଼ି ପ୍ରାଣ ହରାଇଥିଲେ। ଏହାପରେ କରଣି ମାଆ ଯମ ରାଜାଙ୍କୁ ପୁଅର ଜୀବନ ଫେରାଇ ଦେବାକୁ ନିବେଦନ କରିଥିଲେ। ମୃତ୍ୟୁବରଣ କରିଥିବା ପୁଅକୁ ପୁନର୍ଜୀବନ ଦେବା ସମ୍ଭବ ନୁହେଁ ବୋଲି କହିଥିଲେ ଯମ ରାଜା। କିନ୍ତୁ ଯମରାଜା ମୂଷା ରୂପରେ ତାଙ୍କ ପୁଅକୁ ଫେରାଇ ଦେଇଥିଲେ ବୋଲି ଲୋକେ ବିଶ୍ୱାସ କରନ୍ତି। ମନ୍ଦିରରେ ଥିବା ମୂଷାମାନେ ହେଉଛନ୍ତି କରଣି ମାତାଙ୍କ ସନ୍ତାନ। ଏହି ବିଶ୍ୱାସରେ ଏଠାରେ ମୂଷାମାନଙ୍କର ପୂଜା କରିଥାନ୍ତି ସ୍ଥାନୀୟ ଲୋକେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.