ଶ୍ରୀ କୃଷ୍ଣଙ୍କ ଭକ୍ତ ହେଲେ ମୁସଲିମ ମହିଳା, ବୃନ୍ଦାବନକୁ କଲେ ନିଜର ବାସସ୍ଥଳ

କୁହାଯାଏ ଯେ, ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରେମରେ ଯିଏ ପଡିଛି ସେ ସବୁକିଛି ଭୁଲିଯାଇଛି । ସେ ରାଧା ହୁଅନ୍ତୁ କି ମୀରା, ଦେବକି ହୁଅନ୍ତୁ କି ଯଶୋଦା, ଭକ୍ତ ସୁଦାମ ହୁଅନ୍ତୁ କି ମାଣିକ ଗଉଡୁଣୀ , ସମସ୍ତେ ପ୍ରଭୁଙ୍କ ପ୍ରେମରେ ନିଜକୁ ଭିନ୍ନ ଭିନ୍ନ ରୂପରେ ହଜାଇ ଦେଇଥିଲେ । କୃଷ୍ଣଙ୍କ ଜନ୍ମସ୍ଥାନ ମଥୁରା ଓ ଲୀଳା ସ୍ଥାନ ବୃନ୍ଦାବନ ସମଗ୍ର ଦେଶ ତଥା ବିଶ୍ୱରେ ଆଧ୍ୟାତ୍ମିକତା, ଭକ୍ତି ଏବଂ ପ୍ରେମ ରୂପରେ ନିଜର ପ୍ରମୁଖ ସ୍ଥାନ ଅଧିକାର କରିଛି । ସେଥିପାଇଁ ଏହି ସହରରେ ଶ୍ରୀକୃଷ୍ଣଙ୍କର ବିଭିନ୍ନ ଧର୍ମର ଅନେକ ଭକ୍ତଙ୍କୁ ଦେଖିବାକୁ ମିଳେ । ଏହିପରି ଜଣେ ମୁସଲମାନ ଭକ୍ତ ତାଙ୍କ ଘର ଏବଂ ପରିବାର ଛାଡି ବୃନ୍ଦାବନରେ ଶ୍ରୀକୃଷ୍ଣଙ୍କ ପ୍ରେମରେ ପଡ଼ି ଯାଇଛନ୍ତି । ଶବନମ୍ ଉତ୍ତରପ୍ରଦେଶର ମୋରାଡାବାଦର ଜିଗର କଲୋନୀ ନିବାସୀ ଇକ୍ରାମ ହୁସେନଙ୍କ ଝିଅ। ଇକ୍ରାମ ହୁସେନ୍ ବାସନ ଏବଂ ପିତ୍ତଳ ମୂର୍ତ୍ତି ତିଆରି କାର୍ଯ୍ୟ କରନ୍ତି । ତାଙ୍କ ଝିଅ ଶବନମ ଆରମ୍ଭରୁ ହିନ୍ଦୁ ଦେବତା ଏବଂ ଦେବୀଙ୍କ ପ୍ରତି ବହୁତ ଆକର୍ଷିତ ଥିଲେ । ୨୦୦୦ ମସିହାରେ, ଶବନମ୍ ଦିଲ୍ଲୀର ଶାହଦରା ନିବାସୀ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ମାତ୍ର ବିବାହର ୫ ବର୍ଷ ପରେ ଶବନମଙ୍କର ଛାଡପତ୍ର ହୋଇଥିଲା । ଏହା ପରେ ସେ ତାଙ୍କ ପିତା ଇକ୍ରାମଙ୍କ ସହ ଘରକୁ ଫେରି ଆସିଥିଲେ। ତାଙ୍କ ପରିବାରର ଚାରି ଭାଇଭଉଣୀଙ୍କ ମଧ୍ୟରୁ ଶବନମ ହେଉଛନ୍ତି ତୃତୀୟ। ସ୍ୱାମୀଙ୍କୁ ଛାଡପତ୍ର ଦେବା ପରେ ଶବନମ୍ ପରିବାର ଛାଡି ଦିଲ୍ଲୀରେ ରହିବାକୁ ଲାଗିଲେ । ତା’ପରେ ସେ କିଛି ଦିନ ଏକ ଘରୋଇ କମ୍ପାନୀରେ କାମ କଲେ । ଏହା ପରେ ଶବନମ୍ କିଛି ମାସ ପାଇଁ ଲେଡି ବାଉନ୍ସର୍ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । କିନ୍ତୁ ଏବେ ତାଙ୍କ ଜୀବନ ସମ୍ପୁର୍ଣ୍ଣ ଭାବରେ ବଦଳିଯାଇଛି । ହଠାତ୍ ୪ ମାସ ପୂର୍ବେ ଶବନମ୍ ହାତରେ ଲଡୁ ଗୋପାଳଙ୍କୁ ଧରି ବୃନ୍ଦାବନ ଧାମକୁ ଚାଲି ଯାଇଥିଲେ । ସେଠାରେ ଗୋବର୍ଦ୍ଧନ ପାରିକ୍ରମା ମାର୍ଗରେ ଅବସ୍ଥିତ ଗୋପାଳ ଆଶ୍ରମରେ ତାଙ୍କୁ ଏକ ସ୍ଥାନ ମିଳି ଯାଇଥିଲା ଓ ଏବେ ଶବନମ ନିଜ ଜୀବନକୁ ଭଗବାନଙ୍କ ନିକଟରେ ଉତ୍ସର୍ଗ କରିବାକୁ ଚାହୁଁଛନ୍ତି। ଭଗବାନ କୃଷ୍ଣଙ୍କର ଭକ୍ତ ଶବନମ୍ କହିଛନ୍ତି ଯେ, ସେ ତାଙ୍କ ପରିବାର ସହିତ ସମ୍ପର୍କ କାଟି ଦେଇଛନ୍ତି। ବର୍ତ୍ତମାନ ତାଙ୍କର ପିତାମାତା କିମ୍ବା ଭାଇଭଉଣୀଙ୍କ ସହ କୌଣସି କଥାବାର୍ତ୍ତା ନାହିଁ । ସେ ତାଙ୍କ ମା’ଙ୍କ ଘରେ ଅଧିକ ସମୟ ରହିପାରିଲେ ନାହିଁ । ସେ ଇଶ୍ୱରଙ୍କ ଭକ୍ତିରେ ଲୀନ ରହିବାକୁ ଚାହୁଁଥିଲେ । ସେଥିପାଇଁ ଦିନେ ଶବନମ୍ ତାଙ୍କ ଲଡୁ ଗୋପାଳଙ୍କୁ ସାଙ୍ଗରେ ନେଇ ନିଜ ହିସାବରେ ନାମ ପରିବର୍ତ୍ତନ କରିବାକୁ ସରକାରୀ ଅଫିସରେ ପହଞ୍ଚିଥିଲେ । ସମସ୍ତ ସରକାରୀ ଡକ୍ୟୁମେଣ୍ଟରେ ମଧ୍ୟ ସେ ତାଙ୍କ ନାମ ମୀରା ରଖିବାକୁ ଚାହୁଁଛନ୍ତି । କିନ୍ତୁ, ଏପର୍ଯ୍ୟନ୍ତ ଏହା ହୋଇନାହିଁ । ସେ ବିଶ୍ୱାସ ରଖିଛନ୍ତି ଯେ ଦିନେ ନା ଦିନେ ଏହା ହେବ । ସେ କହିଛନ୍ତି ଯେ ସେ ସାରା ଜୀବନ କୃଷ୍ଣଙ୍କ ଭକ୍ତିରେ ବିତାଇବାକୁ ଚାହୁଁଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.