ଦଳିତ ସଂପ୍ରଦାୟ ପ୍ରତି ସାମ୍ବାଦିକଙ୍କ ଜାତିଆଣ ଆକ୍ଷେପ; ନର୍ଲା ଥାନାରେ ସିଡ୍ୟୁଲକାଷ୍ଟ ଫେଡେରେସନ ପକ୍ଷରୁ ଏତଲା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଫେସବୁକ୍ ରେ ଦଳିତ ସମ୍ପ୍ରଦାୟ (ଡମ୍ବ ସମାଜ) ପ୍ରତି ସାମ୍ବାଦିକ ସୁଶାନ୍ତ କୁମାର ଚାନ୍ଦ ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଯୋଗ ଆଣିଛି ଅଲ ଓଡିଶା ସିଡ୍ୟୁଲ କାଷ୍ଟ ଫେଡେରେସନ । ଅଭିଯୋଗ ମୁତାବକ ଜୁଲାଇ ୧୦ ତାରିଖ ଦିନ ଫେସବୁକରେ ପୋଷ୍ଟିଂ ହୋଇଥିବା ଏକ ୱେବ ଚାନେଲରେ ଜଣେ ଥାନାଧିକାରୀଙ୍କ ସହ ସିଡ୍ୟୁଲ କାଷ୍ଟର କେତେଜଣ ଯୁବ ବନ୍ଧୁ କିଛି ଆଲୋଚନା କରୁଥିବା ଖବର ପ୍ରସାରିତ ହୋଇଥିଲା । ଏଥିରେ ନର୍ଲାର ସାମ୍ବାଦିକ ସୁଶାନ୍ତ ଚାନ୍ଦ ଦଳିତ ସମ୍ପ୍ରଦାୟ (ଡମ୍ବ ସମାଜ)କୁ ଆକ୍ଷେପ କରି ଓ ଅସାମ୍ବିଧାନିକ ଭାଷା ପ୍ରୟୋଗ କରି କଟୁ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି । ସାମ୍ବାଦିକ ଶ୍ରୀ ଚାନ୍ଦଙ୍କ ଏପରି ଜାତିଆଣ ଆକ୍ଷେପକୁ ବିରୋଧ କରି ଅଗଷ୍ଟ ୮ ମଙ୍ଗଳବାର ସନ୍ଧ୍ୟାରେ ଅଲ୍ ଓଡିଶା ସିଡ୍ୟୁଲ କାଷ୍ଟ ଫେଡେରେସନ ତରଫରୁ ନର୍ଲା ଥାନାରେ ଏତଲା ଦେଇଥିବା ଅଲ୍ ଓଡିଶା ସିଡ୍ୟୁଲ କାଷ୍ଟ ଫେଡରେସନର ନର୍ଲା ବ୍ଲକ ସଭାପତି ରଘୁନାଥ ଦୀପ ପ୍ରକାଶ କରିଛନ୍ତି। ନର୍ଲା ଥାନାଧିକାରୀଙ୍କ ପାଖରେ ଏହି ବିଷୟକୁ ନେଇ ଅଭିଯୋଗ କରିବା ସମୟରେ ଅଲ୍ ଓଡିଶା ସିଡ୍ୟୁଲ କାଷ୍ଟ ଫେଡରେସନର ନର୍ଲା ବ୍ଲକ ସଭାପତି ରଘୁନାଥ ଦୀପ, ଉପ ସଭାପତି ଶୈଳ କୁମାର, ସମ୍ପାଦକ ଜୟ ଶଙ୍କର ନାଏକ, କୋଷାଧ୍ୟକ୍ଷ ପଦ୍ମନ ସେନାପତି, ଜିଲ୍ଲା ଉପସଭାପତି ନରୋତ୍ତମ କରୁଆଁ ଓ ଭିକାରି ଚରଣ ସୁନା, ଜିଲ୍ଲା ଯୁବ ସଭାପତି ନିତିନ ବାଗଙ୍କ ସମେତ ଯାକୁବ ସେନାପତି, ଭୋଦେବ ନିଆଲ, କେଶରି ବାଗ, ବନମାଲି ତାଣ୍ଡି, ସୋଭାକର ହରପାଲ ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.