ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ସୁନୀତି ମୁଣ୍ଡ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଦେଶର ୫୦୮ଟି ରେଳ ଷ୍ଟେସନକୁ ଅମୃତ ଭାରତ ଯୋଜନାରେ ସାମିଲ କରିଛନ୍ତି । ସେଥିମଧ୍ୟରେ ଓଡ଼ିଶାର ୫୭ଟି ଷ୍ଟେସନ ରହିଛି । ପ୍ରଥମ ପର୍ଯ୍ୟାୟରେ ରବିବାର ଦେଶର ଅନ୍ୟାନ୍ୟ ଷ୍ଟେସନ ସହିତ ଓଡ଼ିଶାର ୨୫ଟି ଷ୍ଟେସନ ଆଧୁନିକିକରଣ ନିମନ୍ତେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଭାସୀ ଜରିଆରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଓଡ଼ିଶାର ଏହି ଷ୍ଟେସନଗୁଡିକ ମଧ୍ୟରେ କଳାହାଣ୍ଡି ଲୋକସଭା କ୍ଷେତ୍ରର ଭବାନିପାଟଣା, ଖରିଆର ରୋଡ, ହରିଶଙ୍କର ରୋଡ ଆଦି ଷ୍ଟେସନ ରହିଛି । ପରବର୍ତୀ ପର୍ଯ୍ୟାୟରେ କେସିଙ୍ଗା ଷ୍ଟେସନର ମଧ୍ୟ ଆଧୁନିକିକରଣ କରାଯିବ । ପ୍ରଥମ ପର୍ଯ୍ୟାୟ ଆଧୁନିକିକରଣରେ ଓଡ଼ିଶାରେ ରେଳ ବିଭାଗ ୫୪୭.୭ କୋଟି ଟଙ୍କା ବ୍ୟୟ କରିବ । କେନ୍ଦ୍ର ସରକାରଙ୍କର କଳାହାଣ୍ଡି ଜିଲ୍ଲା ପ୍ରତି ଏଭଳି ଅବଦାନ ଲାଗି କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ସୁନୀତି ମୁଣ୍ଡ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବକୁ ଧନ୍ୟବାଦ ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ ଜିଲ୍ଲାରେ ରେଳ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବା ଏବଂ ରେଳ ମନ୍ତ୍ରଣାଳୟ ପକ୍ଷରୁ ଦେଶର ଅନ୍ୟାନ୍ୟ ଅଂଚଳ ଭଳି କଳାହାଣ୍ଡିକୁ ଗୁରୁତ୍ୱ ଦେବାକୁ ସୁନୀତି ସପ୍ତାହକ ତଳେ ନୂଆଦିଲ୍ଲୀ ଗସ୍ତକରି କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ସାକ୍ଷାତ କରିବା ସହିତ ଏହି ମର୍ମରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏଥିସହିତ କଳାହାଣ୍ଡି ଜିଲ୍ଲାର ମୋଟେର-ବାନର ରାସ୍ତା ସମ୍ପ୍ରସାରଣ ପ୍ରକଳ୍ପ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି । ଏହା ଜିଲ୍ଲାର ସାମଗ୍ରିକ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ ବୋଲି ସୁନୀତି କହିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.