ପିଏସଜି କ୍ଲବ ଓ ଏମ୍ବାପ୍ପେଙ୍କ ମଧ୍ୟରେ ହେଲା ବୁଝାମଣା, ପ୍ରଶଂସକ ଆଶ୍ୱସ୍ତି

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ବିଶ୍ୱର ଲୋକପ୍ରିୟ ଫୁଟବଲ ଖେଳାଳି କିଲିୟନ ଏମ୍ବାପ୍ପେ ଓ ପ୍ୟାରିସ ସେଂଟ ଜର୍ମନ କ୍ଲବ ମଧ୍ୟରେ ଉପୁଜିଥିବା ବିବାଦ ପ୍ରଶଂସକଙ୍କୁ ବ୍ୟଥିତ କରିଥିଲା । ତେବେ ରବିବାର ପ୍ରକାଶିତ ରିପୋର୍ଟ ଅନୁସାରେ ଏମ୍ବାପ୍ପେ ଓ ପିଏସଜି ମଧ୍ୟରେ ବୁଝାମଣା ହୋଇଯାଇଛି । ଏପରିକି ତାଙ୍କ ମୂଖ୍ୟ ଟିମରେ ମଧ୍ୟ କ୍ଲବ ସାମିଲ କରିଛି । ପୂର୍ବରୁ ପିଏସଜି ଏମ୍ବାପ୍ପେଙ୍କୁ ନୂତନ ଚୁକ୍ତି ସ୍ୱାକ୍ଷର କରିବା ପାଇଁ କହିବା ପରେ ସେ କିନ୍ତୁ ରାଜି ହୋଇ ନ ଥିଲେ । ଏହା ପରେ ଅଶାନ୍ତି ସୃଷ୍ଟି ହୋଇଥିଲା ଏବଂ ତାଙ୍କୁ କ୍ଲବ ମୂଖ୍ୟ ଟିମରୁ ବାହାର କରି ଦେଇଥିଲେ । ଲରେଟ ବିପକ୍ଷ ମ୍ୟାଚରେ ଏମ୍ବାପ୍ପେ ଖେଳି ନ ଥିଲେ, ଏହି ମ୍ୟାଚ ୦-୦ରେ ଡ୍ର ରହିଥିଲା । ବୁଝାମଣା ପରେ ଯେତେଦୂର ସମ୍ଭବ ଟଲେସ ବିପକ୍ଷରେ ସେ ଖେଳି ପାରନ୍ତି । କ୍ଲବ ତାଙ୍କ ଚୁକ୍ତି ମିଆଦ ବୃଦ୍ଧି କରିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏମ୍ବାପ୍ପେଙ୍କ ରିୟଲ ମାଡ୍ରିଡ ଯିବା ଗୁଜବ ଉପରେ ଏବେ ବିରାମ ଲାଗିଛି । ଏପରିକି ସାଉଦି ଆରବ କ୍ଲବ ଅଲ ହିଲାଲ ତାଙ୍କୁ ନେବା ପାଇଁ ୨୭୨୫ କୋଟି ଟଙ୍କାର ଅଫର ଦେଇଥିଲେ ମଧ୍ୟ ସେ ରାଜି ହୋଇ ନ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.