ଗଞ୍ଜେଇ ମାଫିଆଙ୍କ ଆଲିସାନ କୋଠା ଘରକୁ ଭାଙ୍ଗିଲା ପ୍ରଶାସନ

ନିଶା କାରବାରରୁ କୋଟିପତି ହୋଇଥିଲେ ଘନଶ୍ୟାମ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ କୁମାର ସେଲମା):
ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ବଡ଼ମାଳ ଫାଣ୍ଡି ସ୍ଥିତ ଗୋଳାବାରୁଦ କାରଖାନା ମୁଖ୍ୟ ଫାଟକ ନିକଟରେ ଥିବା ଦୀର୍ଘ ବର୍ଷ ଧରି ସରକାରୀ ଜମିକୁ କବଜା କରି ଆଲିସାନ କୋଠା ନିର୍ମାଣ କରି ବେଆଇନ ଗଂଜେଇ କାରବାର କରିଆସୁଥିବା ବେଳେ ପ୍ରଶାସନ ଗୁରୁବାର କୋଠା ଘରକୁ ଭାଙ୍ଗି ମାଟିରେ ମିଶାଇଥିଲା l ଯାହାକୁ ନେଇ ଅଞ୍ଚଳର ଗଞ୍ଜେଇ ମାଫିଆମାନଙ୍କ ମହଲରେ ଆତଙ୍ଗ ଦେଖାଦେଇଛି l ପ୍ରକାଶ ଯେ ଫପସି ଛକ ଠାରେ ଘନଶ୍ୟାମ ଜେନା (28) ପିତା ସନ୍ତୋଷ ଜେନା ଘର ବ୍ରହ୍ମପୁର ନିବାସୀ ହୋଇଥିବା ବେଳେ କିଛି ବର୍ଷ ପୂର୍ବେ ଏଠାକୁ ଆସି କବାଡି କାରବାର ଆରମ୍ଭ କରି ଗୁଜୁରାଣ ମେଣ୍ଟାଇ ଆସୁଥିଲେ ।ପରବର୍ତ୍ତୀ ମୁହୂର୍ତ୍ତରେ କବାଡି କାରବାର ଆଳରେ ଗଞ୍ଜେଇ ଚୋରା ଚାଲାଣ ଓ ନିଶା କାରବାର ଚଳାଇ କୋଟିପତି ହୋଇ ଏକ ସରକାରୀ ୧୦ ଡ଼ିସମିଲ ଜମିରେ ଆଲିସାନ କୋଠା ତିଆରି କରି ଖୋଲା ଖୋଲି ଭାବେ ଗଞ୍ଜେଇ କାରବାର ଆରମ୍ଭ କରି ରାଜ୍ୟବାହାରକୁ ଚୋରାଚାଲାଣ କରିଆସୁଥିଲା l ଏ ନେଇ ଗତ ଜୁନ ମାସରେ ଟିଟିଲାଗଡ଼ ଅବକାରୀ ବିଭାଗ ଚଢ଼ାଉ କରି ୬ କୁଣ୍ଟାଲ ୩୦ କେଜି ବିପୁଳ ପରିମାଣ ଗଂଜେଇ ଜବତ କରି ଅଭିଯୁକ୍ତ ଘନଶ୍ୟାମଙ୍କୁ ଗିରଫ କରି ଟିଟିଲାଗଡ଼ ଜେଲ ହାଜତକୁ ପଠାଇଥିଲା l ବର୍ତମାନ ଏବେ ଘନଶ୍ୟାମ ଜେଲ ହାଜତରେ ଦିନ କାଟୁଥିବା ଜଣାଯାଇଛି l ଏପରିକି ଘନଶ୍ୟାମ ବି ଏମ ଡବ୍ଲ୍ୟୁ ବାଇକ ଚଢ଼ୁଥିବା ଏବଂ ଦାମୀ କାର ମଧ୍ୟ ବ୍ୟବହାର କରୁଥିବା ବେଳେ ଦୀର୍ଘ ୨୨ ବର୍ଷ ହେବ ସରକାରୀ ଜମିରେ ବିଶାଳ କୋଠା ଘର ତିଆରି କରି ବ୍ୟାପକ ନିଶା କାରବାର ଚଲାଇ ଆସୁଥିଲା l ଏହି କୋଠା ଭଙ୍ଗା ସମୟରେ ସଇଁତଲା ତହସିଲଦାର ତଥା ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ମାନସଫିଲ କେରକେଟାଙ୍କ ତତ୍ତ୍ୱବଧାନରେ ଟିଟିଲାଗଡ଼ ଏସଡ଼ିପିଓ ଅଙ୍କିତା କୁମ୍ଭାର, ସଇଁତଲା ଆଇଆଇସି ଅବନୀ କୁମାର ସାହୁ, କଣ୍ଟାବାଞ୍ଜି ଅବକାରୀ ବିଭାଗର ସର୍କଲ ଅଧିକାରୀ ସଚିନ ବେହେରା, ଟିଟିଲାଗଡ଼ ଅବକାରୀ ଓଆଇସି ଆଶିଷ ବେହେରା, ଥାନା ଏସ ଆଇ ଆଲୋକ ପ୍ରସାଦ ଭୋଇ, ପି ଏସଆଇ କାଜଲ ବାଗ, ବଡ଼ମାଳ ଫାଣ୍ଡି ଅଧିକାରୀ ହରେକୃଷ୍ଣ ମାଝୀ, ଏଏସଆଇ କାହ୍ନୁଚରଣ ମହାନ୍ତି, ଅରକ୍ଷିତ ନାୟକ, ବେଲଗାଁ ରାଜସ୍ୱ ନିରୀକ୍ଷକ ଅଶ୍ୱନୀ ଜାଲ, ଗଣ୍ଡପତ୍ରାପାଲି ରାଜସ୍ୱ ନିରୀକ୍ଷକ କୈଳାଶ ସାହୁ, ଟିଟିଲାଗଡ଼ ଅବକାରୀ ଟିମ ଓ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ l ଏ ନେଇ ତହସିଲଦାର ଶ୍ରୀ କେରକେଟାଙ୍କୁ ପଚାରିବାରୁ ପୂର୍ଵରୁ ସରକାରୀ ଜମିରେ ବେଆଇନ ଭାବେ ଘର ନିର୍ମାଣ କରି ଓ ଗଞ୍ଜେଇ କାରବାରକୁ ନେଇ ଜିଲ୍ଲା ପ୍ରଶାସନ ନୋଟିସ କରିଥିଲା l ଦୀର୍ଘ ଦିନ ସମୟ ହେଲା ପରେ ମଧ୍ୟ ଜାଗା ନ ଛାଡିବାରୁ ଜିଲ୍ଲା ପ୍ରଶାସନ ଓ ପୋଲିସ ର ମିଳିତ ଭାବରେ ବେଆଇନ କୋଠା ଘରକୁ ଜେସିପି ଦ୍ୱାରା ଭଙ୍ଗା ଯାଇଥିବା ପ୍ରକାଶ କରିଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.