୯ ଦଫା ଦାବିପତ୍ର ନେଇ ସଇଁତଲା ବ୍ଲକ କାଯ୍ୟଳୟକୁ ଘେରିଲା କଂଗ୍ରେସ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଠାରେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନ କ୍ରମେ ସଇଁତଲା ବ୍ଲକ କଂଗ୍ରେସ କମିଟି ନେତୃତ୍ୱରେ ଶୁକ୍ରବାର ବ୍ଲକ କାଯ୍ୟଳୟରେ ଅନିୟମିତତାକୁ ନେଇ କଂଗ୍ରେସ ଘେରିଥିଲା l ଏଥିରେ ସଇଁତଲା ବିଡ଼ିଓ ଚନ୍ଦ୍ରମଣି ନାଗଙ୍କ ଜରିଆରେ ୯ ଦଫା ଦାବିପତ୍ର ରାଜ୍ୟପାଳ ଉଦେଶ୍ୟରେ ପ୍ରଦାନ କରାଯାଇଥିଲା l ସ୍ଥାନୀୟ ବ୍ଲକ ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ବ୍ଲକ କାଯ୍ୟଳୟ ସମ୍ମୁଖରେ ପହଂଚି ରାଜ୍ୟ ସରକାର ହାଏ ହାଏ, ପିସି କାରବାର ଚଳିବ ନାହିଁ ବୋଲି ବିଭିନ୍ନ ନାରାବାଜି ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ଏହାପରେ ବ୍ଲକ କଂଗ୍ରେସ କମିଟି ସଭାପତି ଗୁଣସାଗର ମାଝୀଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ସଭାରେ ବ୍ଲକ ଅଫିସରେ ମନମୁଖୀ ପିସି କାରବାର ଚାଲିଥିବା ବେଳେ ଆବାସ ଯୋଜନାରେ ଦୁର୍ନୀତି ହେଉଥିବା ସାଙ୍ଗକୁ ଦରଦାମ ବୃଦ୍ଧି, ବେକାରୀ ଯୁବକ ଯୁବତୀ ସମସ୍ୟା, ନାରୀ ନିର୍ଯାତନା, ଚାଷୀ ମରଣ ନୀତି ତଥା ଟାଟା କମ୍ପାନୀର ବିଜୁଳି ନୀତି ବିରୁଦ୍ଧରେ ଯଦି ପ୍ରଶାସନ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ ଜାରୀ ରହିବ ବୋଲି କଂଗ୍ରେସ ନେତାମାନେ ଚେତାବନୀ ଦେଇଛନ୍ତି l ଏହି ଘେରାଉ ସମୟରେ କଂଗ୍ରେସ ପଯ୍ୟବେକ୍ଷକ ଉମାଶଙ୍କର ପଣ୍ଡା, ଯୁବ କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ସୁବ୍ରତ ବେହେରା, ଜିଲ୍ଲା ପରିଷଦ ସଦସ୍ୟ ପ୍ରମୋଦ ଭୋଇ, ଚାଷୀ ସଂଗଠକ ଉତ୍ତମ ପଟେଲ , ନାରୀନେତ୍ରୀ ଦୀପାଞ୍ଜଳି ବାରିକ, କୁମ୍ଭାରୀ ସମିତି ସଭ୍ୟା ସରୋଜିନୀ ବିଭାର, ଶିଶକେଲା ସମିତି ସଭ୍ୟ ଉମାକାନ୍ତ ରଣା , କନ୍ଦକେଲଗାଁ ସମିତି ସଭ୍ୟା ବନିତା ସାହୁ, ବୁଢ଼ାବାହାଲ ସମିତି ସଭ୍ୟ ମଦନ ନାଗ, କୁଇକେଡ଼ା ସମିତି ସଭ୍ୟ ଚାନ୍ଦୁଲାଲ ଭୋଇ , ଧରବଗଡ଼ ସମିତି ସଭ୍ୟ ରାକେଶ ନାୟକ , କେରମେଲି ସମିତି ସଭ୍ୟ ନବୀନ ରଣା, ତାଳବାହାଲ ସମିତି ସଭ୍ୟ ଭାଗରଥୀ ଛତ୍ରିଆ, ଚାଷୀନେତା ଗଦାଧର ସାହୁ, ଯୁବ ନେତା ଅମିତ ରଥ , ପୂର୍ଵତନ ସରପଞ୍ଚ ମୁକୁନ୍ଦ ନାଗ, କଂଗ୍ରେସ ନେତା ଶରତ ବେହେରା, ପୂର୍ଵତନ ସରପଞ୍ଚ ବ୍ରଜରଙ୍ଗ ଜୈନ, ଘୁନସର ସରପଞ୍ଚ ପ୍ରତିନିଧି ଚମ୍ପୁ ସେଠ, ନରେନ୍ଦ୍ର ନନ୍ଦ, ସାରଥୀ ସାହୁ, ଭୀଷ୍ମ ସାହୁ, ଆନନ୍ଦ ନାଗ, କିଶୋର ଜାଲ ଓ ଲଲାଟେନ୍ଦୁ ପୃଷେଠଙ୍କ ସମେତ ବହୁ କଂଗ୍ରେସ କର୍ମୀ ଆନ୍ଦୋଳନରେ ସାମିଲ ହୋଇଥିଲେ l ଏହି ସଭାକୁ କଂଗ୍ରେସ ବ୍ଲକ ଉପ ସଭାପତି ଜ୍ୟୋତିର୍ମୟ ମହାନ୍ତି ସଭା ପରିଚାଳନା କରିଥିବା ବେଳେ ପୂର୍ଵତନ ସମିତିସଭ୍ୟ ଅନନ୍ତ କାଳସାଏ ଧନ୍ୟବାଦ ପ୍ରଦାନ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.