ଜିଲ୍ଲା ୱେବ ମିଡ଼ିଆ ସଂଘ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ  ଦାବି ପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା / ସୋନପୁର (ସର୍ଜନ କୁମାର ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଳାରେ ଏବେ ବଢିଛି ଚୋରି ଓ ଛୋଟ ଛୋଟ ଘଟଣା ମାନ l ତେବେ ବିଶେଷ କରି ଜିଲ୍ଲାର ମୁଖ୍ୟ ଡାକ୍ତର ଖାନାରେ ଏବେ ବଢିଛି ଚୋରି l ଏହାକୁ ନେଇ ଆଜି ଜିଲ୍ଲା ୱେବ ମିଡ଼ିଆ ସଂଘ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛି ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦିନକୁ ଦିନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଅସାମାଜିକ ଯୁବକ ତଥା ଦୁର୍ବୁତ୍ତମାନେ ରୋଗୀ ଓ ରୋଗୀଙ୍କ ସଂପର୍କିୟମାନଙ୍କୁ ବେଶ ହଇରାଣ କରୁଥିବା ବେଳେ ସାଇକେଲ, ମୋଟର ସାଇକେଲ, ମୋବାଇଲ ତଥା ଟଙ୍କା ପଇସା ଲୁଟ ପାଟ ହେଉଥିବା ଛୋଟବଡ ଘଟଣା ନଜରକୁ ଆସୁଛି । ପୂର୍ବରୁ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ଆଉଟ ପୋଷ୍ଟ ଖୋଲାଯାଇଥିଲା । ସେଠାରେ ଅହର୍ନିଶି ଦୁଇ ଜଣ କନେଷ୍ଟବଲ ଓ ହୋମ ଗାର୍ଡ କାର୍ଯ୍ୟରତ ଥିଲେ ।ପୋଲିସ କର୍ମଚାରୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ଆଗନ୍ତୁକମାନଙ୍କ ସୁରକ୍ଷା କରୁଥିଲେ । ଅନେକ ସମୟରେ ରୋଗୀ ଓ ରୋଗୀଙ୍କ ସଂପର୍କିୟମାନଙ୍କୁ ସଠିକ ସୂଚନା ପ୍ରଦାନ କରିବା ସହିତ ସହଯୋଗ ବି କରୁଥିଲେ । ପୋଲିସ କର୍ମଚାରୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବାରୁ ରୋଗୀ ଓ ରୋଗୀଙ୍କ ସଂପର୍କିୟ ତଥା ଆଗନ୍ତୁକମାନେ ବେଶ ସୁରକ୍ଷିତ ଅନୁଭବ କରୁଥିଲେ । ଅସାମାଜିକ ବ୍ୟକ୍ତି ବିଶେଷ ତଥା ଦୁର୍ବୁତ୍ତମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପରିସରକୁ ବି ଯାଉ ନ ଥିଲେ । ଫଳରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀମାନେ ବି ନିଜକୁ ବେଶ ସୁରକ୍ଷିତ ଅନୁଭବ କରୁଥିଲେ । ହେଲେ ପ୍ରାୟ ଦେଢ ବର୍ଷରୁ ଅଧିକ ହେଲା ଆଉଟ ପୋଷ୍ଟଟି ଉଠି ଯିବା ଫଳରେ ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅନେକ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି l ତେବେ କିଛିଦିନ ହେବ ଅନେକ ଛୋଟ ବଡ ଅସମାଜିକ କାର୍ଯ୍ୟକୁ ରୋକିବା ଦିଗରେ ପୋଲିସ ସେତେଟା ତତ୍ପର ଓ ଯତ୍ନବାନ ନ ଥିବା ପରି ଜଣାପଡୁଛି । ତେବେ ଜନସାଧାରଣ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଗନ୍ତୁକମାନଙ୍କୁ ସୁରକ୍ଷା ଦେବା ସହିତ ସୁରକ୍ଷା ଦିଗରେ ତାଙ୍କ ମନୋବଳ ବୃଦ୍ଧି କରିବା ଜରୁରୀ ହୋଇ ପଡିଛି । ତେଣୁ ତୁରନ୍ତ ପେଟ୍ରୋଲିଙ୍ଗକୁ କଡାକଡି ସହ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପୋଲିସ ଡିଉଟି ଯୋଗାଇ ଦେବାକୁ ଦାବି କରାଯାଇଥିବା ବେଳେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମଧ୍ୟ ତୁରନ୍ତ ପେଟ୍ରୋଲିଙ୍ଗକୁ କଡାକଡି କରିବା ସହ ଡାକ୍ତରଖାନାରେ ପୋଲିସ ଡ଼ିଉଟି ଦିଆଯିବ ବୋଲି କହିଥିଲେ l ଏହି ଦାବିପତ୍ର ପ୍ରଦାନରେ ଜିଲ୍ଲା ସଭାପତି ପିତାମ୍ବର ମହାପାତ୍ର, ସମ୍ପାଦକ ସହଦେବ ମେହେର, କୋଷାଧକ୍ଷ ସଞ୍ଜୟ ସାହୁ, ବରିଷ୍ଠ ସାମ୍ବାଦିକ ତୀର୍ଥବାସୀ ପଣ୍ଡା, ପ୍ରକାଶ ବେବର୍ତ୍ତା,ଧରଣୀଧର ମିଶ୍ର, ପିନାକୀ ପଣ୍ଡା, ସର୍ଜନ ପାଣ୍ଡେ, ରାମଭକ୍ତ ଷଡ଼ଙ୍ଗୀ, ପ୍ରହଲ୍ଲାଦ ଦାସ, ସୁଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.