ବିଜେପିର ‘ମୋ ଆଶା ନୂଆ ଓଡିଶା’ ପରାମର୍ଶ ପଦ ଯାତ୍ରା

 

କର୍ଲାମୁଣ୍ଡା,୨୭/୧୧:

Omkar Vasthu
Omkar Vasthu

ବିଜେଡି ସରକାରଙ୍କ ବିଫଳତାକୁ ନେଇ ଏବେ ପ୍ରତି ବ୍ଲକ, ପଞ୍ଚାୟତ ସ୍ତରରୁ ବିଜେପି ‘ମୋ ଆଶା ନୂଆ ଓଡିଶା’ ପରାମର୍ଶ ଯାତ୍ରା ଗତ କାଲି ଠାରୁ ଆରମ୍ଭ କରିଛି। ରାଜ୍ୟ ସରକାରଙ୍କ ଶାସନରେ ହେଉଥିବା ଯୋଜନା ଗୁଡିକରେ କିଭଳି ହିତାଧିକାରୀଙ୍କୁ ଶୋଷଣ କରାଯାଉଛି ।ପ୍ରଧାନମନ୍ତୀ ଆବାସ ଯୋଜନା ରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଆମ ଗାଁ ଆମ ବିକାଶ‌ ରେ ହେଉଥିବା ଉନ୍ନୟନ‌ମୂଲକ କାମରେ ପିସି କାରବାର ,ଖାଦ୍ୟ ସୁରକ୍ଷା ଯୋଜନା ରେ ଅନିୟମିତତା ବେଳେ ଗ୍ରାମାଞ୍ଚଳରେ କେନ୍ଦ୍ର ସରକାରଙ୍କ ଯୋଜନା କୁ ହାଇଜାକ କରି ବିଜେଡି ନିଜ ଯୋଜନା କରି ବାହାସ୍ଫଟ ମାରୁଥିବା ଅଭିଯୋଗ ନେଇ ଏହି ପରାମର୍ଶ ଯାତ୍ରା ଆରମ୍ଭ ହୋଇ ଯାଇଛି।

Pearl dental clinic
Near Ashish Medical Store, Bhawanipatna

ଯୋରାଡବରା ମଣ୍ଡଳ ସଭାପତି ବଲଦେବ ସାହୁ ସଭାପତିତ୍ବରେ ସଂପାଦକ ନବୀନ ସାହୁ, ଜିଲ୍ଲା ପରିଷଦ ସଭ୍ୟା ପୁଷ୍ପକାନ୍ତୀ କୁମାର, ଭବେନ୍ଦ୍ର ପଣ୍ଡା , ପଦ୍ମଲୋଚନ ମିଶ୍ର , ଶ୍ରୀକାନ୍ତ ହୋତା, ବିଘ୍ନ ସାହୁ, ଦଶରଥ ସାହୁ, ଡୋଲା ସାହୁ, ବୈକୁଣ୍ଠ କାଲୋ, ଗଣେଶ କୁମାର, ଟିକେଧର ରଣା, କୁଞ୍ଜ ସାହୁ, ପ୍ରମୁଖ ବିଜେପି ନେତା ଉପସ୍ଥିତ ଥିଲେ। ଏହି ଅବସରରେ ବିଜେପିରେ ୧୦୦ରୁ ଉର୍ଧ  ନୁତନ କର୍ମି ଯୋଗ ଦେଇଥିଲେ ।

Udyog Nursery
Udyogi Nursery

କର୍ଲାମୁଣ୍ଡାରୁ ନବୀନ କିଶୋର ସାହୁଙ୍କ ରିପୋର୍ଟ ଓଡିଆ ବାର୍ତ୍ତା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.