ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ସମ୍ପୂର୍ଣ୍ଣ ସୁସ୍ଥ ହେବା ପୂର୍ବରୁ ୧୬ ବର୍ଷୀୟା ରୋଗୀଙ୍କୁ ଡିସଚାର୍ଜ ଅଭିଯୋଗକୁ ନେଇ ରାୟଗଡ଼ା ମେଡିକାଲରେ ଉତ୍ତେଜନା । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ କାନୁଗୁଡ଼ା ଗାଁର ଶଙ୍କର ମାଝୀଙ୍କ ଝିଅ ଭୀଷଣ ଜ୍ୱରରେ ଅସୁସ୍ଥ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି ହୋଇଥିଲେ । ପ୍ରଥମ ପରୀକ୍ଷାରେ ପ୍ଲେଟଲେଟ୍ ୭୫ ହଜାର ଓ ହିମୋଗ୍ଲୋବିନ୍ ୮ ପ୍ରତିଶତ ଥିବା ବେଳେ ପରେ ଏହା ୬୩ ହଜାର ଓ ୬.୯କୁ ଖସିଥିବା ପରିବାର କହିଛି । ଏଭଳି ସ୍ଥିତିରେ ଡିସଚାର୍ଜକୁ ନେଇ ପରିବାର ଆପତ୍ତି ଉଠାଇବା ପରେ ମେଡିକାଲ ପରିସରରେ କିଛି ସମୟ ଉତ୍ତେଜନା ଦେଖାଦେଇଥିଲା । ପରେ ସ୍ୱେଚ୍ଛାସେବୀ ବଳରାମ ପଣ୍ଡା ଘଟଣାକୁ ହସ୍ତକ୍ଷେପ କରିବାରୁ ରୋଗୀଙ୍କୁ ପୁଣି ମେଡିସିନ୍ ୱାର୍ଡରେ ଭର୍ତ୍ତି କରାଯାଇଛି । ଡିସଚାର୍ଜ ଘଟଣା ରୋଗୀ ଓ ଡାକ୍ତରଙ୍କ ନିଷ୍ପତ୍ତିରେ ହୋଇଥିବା କହିଛନ୍ତି ଦାୟିତ୍ୱରେ ଥିବା ମେଡିକାଲ କର୍ତ୍ତୃପକ୍ଷ ନନ୍ଦିନୀ ସ୍ୱାଇଁ ।





