ଯବାନ ଫିଜିକାଲ୍ ଏକାଡେମୀର ଚାରି ଜଣ ନର୍ଲା ଛାତ୍ରଙ୍କ ସଫଳତା 

ଯବାନ ଫିଜିକାଲ୍ ଏକାଡେମୀର ଚାରି ଜଣ ନର୍ଲା ଛାତ୍ରଙ୍କ ସଫଳତା

Omkar Vasthu
Omkar Vasthu

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣାର ଯବାନ ଫିଜିକାଲ ଏକାଡେମୀ ସେଣ୍ଟର୍ ରେ ଯୁବକ ବର୍ଗଙ୍କୁ ଫିଜିକାଲ ତାଲିମ ଦିଆଯାଇ ଡିଫେନ୍ସ ଲାଇନରେ ଚାକିରି ପାଇବା ପାଇଁ ସୁଯୋଗ ସୃଷ୍ଟି କରାଯାଉଥିବାରୁ ଏକାଡେମୀ ପ୍ରତି ଯୁବ ବର୍ଗଙ୍କ ଆସ୍ଥା ଓ ବିଶ୍ୱାସ ବଢୁଛି। ଭବାନୀପାଟପଣା ଏହି ଏକାଡେମିର ଛାତ୍ର ନର୍ଲା ବ୍ଲକ୍ ର ଚାରି ଜଣ ସମେତ ଏଗାର ଜଣ ଛାତ୍ର କୃତିତ୍ବ ହାସଲ କରଛନ୍ତି। ସି. ଆର. ପି .ଏଫ ରେ ତିନି ଜଣ ମାଣ୍ଡେଲ ର ଉତ୍ତମ ସେନାପତି, ବିରଞ୍ଚି ବିଶ୍ଵାଳ, ଅଜୟ ସୁନାନୀ ଓ ବି.ଏସ.ଏଫ୍ ରେ ନର୍ଲାର ଚାରି ଜଣ ଲିଲୁ ଭୋଇ, ଲମସିଂହାର ତେଜରାଜ ପ୍ରଧାନ, ଯୁବରାଜ ଚାନ, ବସନ୍ତ ଶବର ଏବଂ ଆଇ.ଟି.ବି.ପିରେ ଦୁଇ ଜଣ ମାଣ୍ଡେଲର ମୁନା ହର୍ପାଲ୍ ଓ ତରୁଣ ଆଉ ସି.ଆଇ.ଏସ୍.ଏଫରେ ଜଣେ ଦୀନବନ୍ଧୁ ସାହୁ ଇଣ୍ଟରଭ୍ୟୁ ଦେଇ ସେଥିରେ କୃତକାର୍ଯ୍ୟ ହୋଇଛନ୍ତି । ଉକ୍ତ କୋଚିଂ ସେଣ୍ଟର୍ ରେ ଫିଜିକାଲ ଶିକ୍ଷକ ଭାବରେ ପୂର୍ବତନ ସୈନିକ ଭୂପିନ୍ଦ୍ର ନାଏକ ଓ ଜହ୍ନସନ୍ ମାଝୀ, ରିଟିନ ଶିକ୍ଷକ ପ୍ରଫୁଲ୍ଲ ଗଉଡ ସାଧାରଣ ଜ୍ଞାନ ଶିକ୍ଷକ ସାହିଲ ବୋଡକିଆ, କମ୍ପ୍ୟୁଟର ଓ ଓଡ଼ିଆ ବ୍ୟାକରଣ ଭୋଲା ଶଙ୍କର ପାତ୍ର, ଗଣିତ ଶିକ୍ଷକ ସୌରଭ ସାହୁ, ଶିଶିର, ପ୍ରମୁଖ ଦାୟିତ୍ବ ନେଇଛନ୍ତି। ପୂର୍ବରୁ ଏସ୍.ଏସ.ସି ଜିଡିର ଛଅ ଜଣ ଓ ଅଗ୍ନି ବୀରରେ ପାଞ୍ଚ ଜଣ ସମେତ ଓଡ଼ିଶା ପୋଲିସରେ ୧୪ ଜଣ ଛାତ୍ର ସଫଳ ଅର୍ଜ୍ଜନ କରିଥିଲେ। ଏବେ ମଧ୍ୟ ସମସ୍ତ ପ୍ରକାର ଟ୍ରେଡର ଟ୍ରେନିଂ ଚାଲିଅଛି। ଏକାଡେମୀ ତରଫରୁ ଚାକିରି ପାଇଥିବା ସମସ୍ତଙ୍କୁ ଅଜସ୍ର ଶୁଭେଚ୍ଛା ଜଣାଇବା ସହିତ ସମସ୍ତ ଭବିଷ୍ୟତ ଜୀବନ ଆହୁରି ଉଜ୍ଜ୍ୱଳମୟ ହେଉ ବୋଲି ଯବାନ ଫିଯିକାଲ ଏକାଡେମୀର ସମସ୍ତ କୋଚ ମାଁ ମାଣିକେଶ୍ଵରୀଙ୍କ ପାଖରେ ପ୍ରାର୍ଥନା କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.