ଗୋଲାବନ୍ଧରେ ମାଓବାଦୀଙ୍କ ଲାଲ ତାଣ୍ଡବ: ବୋମା ଫିଙ୍ଗି  ଫରେଷ୍ଟ ବିଟ ହାଉସ ଭାଙ୍ଗିଲେ, ଜେସିବି ଜାଳିଲେ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡ଼ା ଥାନା ସୁନାବେଡ଼ା ଅଭୟାରଣ୍ୟ ଗୋଲାବନ୍ଧ ଗାଁରେ ଲାଲ ତାଣ୍ଡବ ଦେଖିବାକୁ ମିଳିଛି। ମାଓବାଦୀମାନେ ଫରେଷ୍ଟ ବିଟ ହାଉସ ଭାଙ୍ଗିବା ସହ ଏକ ଜେସିବି ପୋଡି ଦେଇଛନ୍ତି। ସୂଚନା ଅନୁସାରେ ଗତ କାଲି ରାତି ପ୍ରାୟ ୧ଟାରେ ୧୫ ରୁ ୨୦ ଜଣ ସଶସ୍ତ୍ର ମାଓବାଦୀ ସୁନାବେଡ଼ା ଅଭୟାରଣ୍ୟ ଗୋଲାବନ୍ଧ ଗାଁରେ ପହଂଚି ଫରେଷ୍ଟ ବିଟ ହାଉସକୁ ବୋମା ଫିଙ୍ଗି ଭାଙ୍ଗି ଦେଇଛନ୍ତି। ବିଟ ହାଉସ ସମ୍ମୁଖରେ ଏକ ଜେସିବି ମେସିନକୁ ନିଆଁ ଲଗାଇ ପୋଡି ଦେଇଛନ୍ତି। ସେମାନେ ଘଟଣା ସ୍ଥଳରେ ୮ଟି ପଲିଥିନରେ ଲାଲ ରଙ୍ଗର ହାତ ଲେଖା ବ୍ୟାନର ଛାଡି ଯାଇଛନ୍ତି। ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସାମ୍ରାଜ୍ୟବାଦକୁ ବିରୋଧ କରିବା ସହ ଜଳ, ଜମି, ଜଙ୍ଗଲ ଆନ୍ଦୋଳନକୁ ଜୋରଦାର କରିବାକୁ ଆହ୍ଵାନ କରିଛନ୍ତି। ପୋଷ୍ଟର ତଳେ ମେନପୁର-ନୂଆପଡ଼ା ଡିଭିଜନ ବୋଲି ଉଲ୍ଲେଖ କରିଛନ୍ତି। ଏବେ ଗାଁରେ ଭୟର ବାତାବରଣ ଖେଳି ଯାଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପାରିନାହିଁ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.