ବଲାଙ୍ଗିର ଇନ୍ଦିରା ନଗର ଠାରେ ମେଗା ଅଣସଂକ୍ରମଣ ସ୍ୱାସ୍ଥ୍ୟ ଶିବିର 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ପ୍ରମୋଦ ସେଲମା): ବଲାଙ୍ଗିର ଇନ୍ଦିରା ନଗର ୱାର୍ଡ ନ.୨୦ ଠାରେ ସ୍ଥାନୀୟ ରାଧାକୃଷ୍ଣ ମନ୍ଦିର ପରିସର ମଧ୍ୟରେ ସୁଶ୍ରୀ ଗାୟିତ୍ରୀ ଭୋଇ (ଉପ-ନଗର ପାଳ, ବଲାଙ୍ଗିର ପୌର ପରିଷଦ)ଙ୍କ ଅନୁରୋଧ କ୍ରମେ ସ୍ଥାନୀୟ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନର ତତ୍ତ୍ୱବଧାନରେ ଏକ ମେଗା ସ୍ୱାସ୍ଥ୍ୟ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା। ଉକ୍ତ ସ୍ୱାସ୍ଥ୍ୟ ଶିବିରରେ ଛୋଟ ଶିଶୁ ମାନଙ୍କ ଉପରେ ବିଶେଷ ଗୁରୁତ୍ୱ ଦେଇ ନବଜାତ ଶିଶୁଙ୍କଠୁଁ ନେଇ ଦଶ ବର୍ଷ ଶିଶୁ ପର୍ଯ୍ୟନ୍ତ ବିଭିନ୍ନ ଶିଶୁ ରୋଗ ଯାଞ୍ଚ ଓ ପରୀକ୍ଷା କରା ଯିବାର ସୁ ବ୍ୟବସ୍ଥା କରାଯାଇଥିଲା। ଯେଉଁଠି ୯୫ ଜଣ ବିଭିନ୍ନ ବୟସର ଶିଶୁଙ୍କୁ ବରିଷ୍ଠ ଚିକିତ୍ସକ ଶିଶୁ ବିଶେଷଜ୍ଞ୍ୟ ଡ଼ା. ସରୋଜ କୁମାର ତିଆଡ଼ି ପ୍ରତ୍ୟକ୍ଷ ଚିକିତ୍ସା ଓ ପରୀକ୍ଷା କରାଇଥିବା ବେଳେ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମେଡିକାଲ ଅଫିସର ଡ଼ା. ମନୋରମା ଶତପଥୀ ଅଣ-ସଂକ୍ରମଣ ପ୍ରାୟ ଏକଶହ ଷାଠିଏ ରୋଗୀଙ୍କୁ ଚିକିତ୍ସା ତଥା ପରୀକ୍ଷା କରାଇଥିଲେ। ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ବିଭିନ୍ନ ବର୍ଗର ବୟସ୍କ ବ୍ୟକ୍ତି ସମୂହଙ୍କ ପାଇଁ ଅଣ-ସଂକ୍ରମଣ ରୋଗ ଯଥା ରକ୍ତ ଚାପ, ମଧୁମେହ, ମେଦବହୁଳତା ଜୀବନଶୈଳୀର ସଠିକ ପରିଚାଳନା ଇତ୍ୟାଦି ପାଇଁ ପରାମର୍ଶ ଦେଇଥିଲେ। ବଲାଙ୍ଗିର ୨୦ ନ.ୱାର୍ଡ ଓ ସ୍ଥାନୀୟ ଅଞ୍ଚଳରୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କର ଓଜନ, ଉଚ୍ଚତା ରକ୍ତଚାପ, ମଧୁମେହ ଏବଂ ଶରୀରର ସାଧାରଣ ସମସ୍ୟାର ପରୀକ୍ଷା ନିରୀକ୍ଷା କରାଯାଇ ସ୍ଥାନୀୟ ବାସିନ୍ଦାଙ୍କୁ ନିଜ ଜୀବନ ଶୈଳୀ ପରିବର୍ତ୍ତନ ଓ ଯୋଗାସନ କରିବା ସମ୍ବନ୍ଧୀୟ ଧାରଣା ଦିଆଯାଇଥିଲା। ଏହି ସ୍ୱାସ୍ଥ୍ୟ ଶିବିରର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବଲାଙ୍ଗିର ପୌର ପରିଷଦ ଉପାଧ୍ୟକ୍ଷା ଲିକା ସାହୁ, ଉପନଗରପାଳ ସୁଶ୍ରୀ ଗାୟିତ୍ରୀ ଭୋଇ, ପିସ ଊନୀସନ ନିର୍ଦ୍ଧେଶକ, ଚେୟାର୍ମେନ ସତ୍ୟ ରଞ୍ଜନ ମିଶ୍ର ଓ ରବି ରଞ୍ଜନ ପୂଜାରୀ ଅଂଶ ଗ୍ରହଣ କରି ସ୍ୱାସ୍ଥ୍ୟ ଶିବିରର ଆଭିମୁଖ୍ୟ ଓ ଏହାକୁ ଆହୁରି କିଭଳି ବ୍ୟାପକ କରାଯାଇ ପାରିବ ସେ ସମ୍ବନ୍ଧରେ ବକ୍ତବ୍ୟ ଦେଇଥିଲେ। ଇନ୍ଦିରା ନଗର ରାଧାକୃଷ୍ଣ ମନ୍ଦିର ସଦସ୍ୟଗଣ ଏକତା ହିଁ ବଳ ଓ ଏହା ବଶତଃ କୌଣସି ଲୋକ ସେବା କରିବାରେ କଷ୍ଟ ହେବ ନାହିଁ, ଏହା ଜଣାଇଥିଲେ। ଉକ୍ତ ଅଣସଂକ୍ରମଣ ସ୍ୱାସ୍ଥ୍ୟ ଶିବିରରେ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରର ସଭ୍ୟ, ସଭ୍ୟା ସତ୍ୟ ବ୍ରତ ଷଡ଼ଙ୍ଗୀ, ମାମୀ ସିଂଦେଓ, ରୋଜାଲିନା ହୋତା, ସୂର୍ଯ୍ୟାଶ୍ମି ହୋତା, ରୋନି ବଗର୍ତ୍ତୀ, ଡ଼ା ସୁଦାମ ମେହେର, ମଣି ଭଦ୍ର ପ୍ରଧାନ, ବିପିନ ବିହାରୀ ସେଟ, ଅଞ୍ଜଳି ନାଗ, ଦାଶରଥି ପ୍ରଧାନ, ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ଏଏନଏମ ଦିଦି ଅନିତା ପ୍ରଧାନ, ଆଶା ଦିଦି ପ୍ରମୁଖ ନିଜ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ। ସର୍ବଶେଷରେ ଇନ୍ଦିରା ନଗର ରାଧାକୃଷ୍ଣ ସେବା ମନ୍ଦିର ତରଫରୁ ଦିଲୀପ ବଗର୍ତି, ସଞ୍ଜୟ ଶେଖର ଦେଓ, ଦେବାଶିଷ ଲେଙ୍କା, ଓଁକାର ନାୟକ ପ୍ରମୁଖ ସଭ୍ୟଗଣ ଓଡିଶା ସରକାରଙ୍କ ପରିବାର କଲ୍ୟାଣ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀ ନଗର, ବଲାଙ୍ଗିରର ଏହି ସ୍ୱାସ୍ଥ୍ୟ ଶିବିର ଆୟୋଜନ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.