ମୈାସୁମୀ ଅଧିବେସନରେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲିଙ୍କ ପ୍ରଶ୍ନ

ଜାଗା ମିଶନ୍‌ରେ ରାୟଗଡା ପୈାରାଂଚଳର କେତେ ଜଣ ବସ୍ତିବାସିନ୍ଦାଙ୍କୁ ଜାଗା ଦେଇଛ?

ନଗର ଉନ୍ନୟନ ମନ୍ତ୍ରୀଙ୍କ ଉତର- ୭୨୬ଜଣଙ୍କୁ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଚାଲିଛି ବିଧାନସଭାର ମୈାସୁମୀ ଅଧିବେସନ । ରାୟଗଡା ନିର୍ବାଚନ ମଣ୍ଡଳି ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ମଙ୍ଗଳବାରରେ ପ୍ରଶ୍ନକାଳରେ ନିଜ ନିର୍ବାଚନ ମଣ୍ଡଳି ତଥା ଜିଲ୍ଳାର ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ତଥା ଅସଂପୂର୍ଣ୍ଣ କାର୍ଯ୍ୟଗୁଡିକକୁ ତ୍ୱରାନ୍ନିତ କରିବା ତଥା ଖାଲି ପଡିଥିବା ପଦବୀଗୁଡିକକୁ କେବେ ପୂରଣ କରିବା ଭଳି ବିଭିନ୍ନ ବିଭାଗକୁ ନେଇ ନିଜ ପ୍ରଶ୍ନ ରଖିଛନ୍ତି । ରାୟଗଡା ନିର୍ବାଚନ ମଣ୍ଡଳି ରାୟଗଡା ପୈାରାଂଚଳରେ ଜାଗା ମିଶନ ଯୋଜନାରେ କେତେ ଜଣ ହିତାଧିକାରୀ ଦରଖାସ୍ତ କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ଗତ ୨୦୧୯ ମସିହାରୁ ଆଜି ପର୍ଯ୍ୟନ୍ତ ଚିହ୍ନଟ କରି ଜାଗା ଯୋଗାଇ ଦିଆଯାଇଛି ବୋଲି ପ୍ରଶ୍ନ ରଖିଥିବା ବେଳେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗୀୟ ମନ୍ତ୍ରୀ ଶ୍ରୀମତି ଉଷା ଦେବୀ ରାୟଗଡା ପୈାରାଂଚଳରେ ଜାଗା ମିାନ ଯୋଜନାରେ ମୋଟ ୨୩୧୦ଜଣ ବସ୍ତି ବାସିନ୍ଦାଙ୍କୁ ଚିହ୍ନଟ କରାଯାଇଛି । ସେଥିମଧ୍ୟରୁ ଅଦ୍ୟାବଧି ୭୨୬ ଜଣ ହିତାଧିକାରୀଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ଯୋଗାଇ ଦେବା ପାଇଁ ଅନୁମୋଦନ କରାଯାଇଛି । ଅବଶିଷ୍ଟ ୧୫୮୪ଜଣ ହିତାଧିକାରୀ ରେଳବାଇ ଜମି ଏବଂ ଘରୋଇ ଜମିରେ ବସବାସ କରୁଥିବା ହେତୁ ସେମାନଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ଦିଆଯାଇନାହିଁ ବୋଲି ଉତରରେ ଉଲ୍ଳେଖ କରିଛନ୍ତି । ସେହିପରି ବିଧାୟକ ଶ୍ରୀ ମୁଦୁଲି ଜିଲ୍ଳାରେ ଆବଶ୍ୟକ ଅନୁଯାୟୀ ପଂଚାୟତ ସଂପ୍ରସାରଣ ଅଧିକାରୀ, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀମାନଙ୍କର ମଂଜୁରୀ ପଦବୀ ରହିଛି ଏବଂ କେଉଁ ଠାରେ କେତେ ପଦବୀ ଖାଲି ରହିଛି ଓ ଏହା କେବେ ସୁଦ୍ଧା ପୁରଣ ହେବ ବୋଲି ପ୍ରଶ୍ନ କରିଥିଲେ । ଏହାର ଉତରରେ ପଂଚାୟତରାଜ ଓ ପାନୀୟ ଜଳ ବିଭାଗୀୟ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ରାୟଗଡା ଜିଲ୍ଳାରେ ମୋଟ ୧୧ଟି ମଂଜୁରୀ ପ୍ରାପ୍ତ ପଂଚାୟତ ସଂପ୍ରସାରଣ ଅଧିକାରୀ ପଦବୀରୁ ୯ଟି ପଦବୀ ଖାଲିଥିବା ନେଇ ଜଣାଇଥିବା ବେଳେ ଜିଲ୍ଳାର ୧୮୨ଟି ମଂଜୁରୀପ୍ରାପ୍ତ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦବୀରୁ ୬୮ଟି ପଦବୀ ଖାଲିଥିବା ସହ ୧୦୫ଟି ମଂଜୁରୀ ପ୍ରାପ୍ତ ଯନ୍ତ୍ରୀ ପଦବୀରୁ ୫୧ଟି ପଦବୀ ଖାଲିଥିବା ଉଲ୍ଳେଖ କରିଛନ୍ତି । ଯାହାକୁ ନେଇ ବିଧାୟକ ଶ୍ରୀ ମୁଦୁଲି ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ ପଂଚାୟତର ସର୍ବାଙ୍ଗୀନ ବିକାଶ ତଥା ସୁଦୃଢ କରିବା ପାଇଁ ଯଥାଶୀଘ୍ର ଖାଲି ପଦବୀ ପୂରଣ ପାଇଁ ଦାବି କରିଥିଲେ । ରାୟଗଡା ଜିଲ୍ଳାରେ ୨୦୧୯-୨୦ ଆର୍ଥିକ ବର୍ଷ ଠାରୁ ୨୦୨୨-୨୩ ବର୍ଷ ମଧ୍ୟରେ ଜିଲ୍ଳାର କେତେ ଯୁବକଯୁବତୀଙ୍କୁ ଦକ୍ଷତା ବିକାଶ ତାଲିମ ଦିଆଯାଇଛି ଏବଂ କେତେଜଣଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ପ୍ରଶ୍ନ କରିଥିବା ବେଳେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଂଜନ ଘଡେଇ ଏହାର ଉତରରେ ପିଏଲଟିପି (ଓଏସଡିଏ) ଯୋଜନାରେ ୪ବର୍ଷ ମଧ୍ୟରେ ୧୨୨୦ଜଣ ଯୁବକଯୁବତୀ ତାଲିମ ପାଇଥିବା ବେଳେ ୭୮୭ଜଣ ନିଯୁକ୍ତି ପାଇଥିବା ଜଣାଇଛନ୍ତି । ସେହିିପରି ପିଏମକେଭିୱାଇ ସିଏସଏସଏମ (ଓଏସଡିଏ)ଯୋଜନାରେ ୩୦୦ଜଣ ତାଲିମ ପାଇଥିବା ବେଳେ ନିଯୁକ୍ତି ପାଇଥିବା ତଥ୍ୟ ଉପଲବ୍ଧ ନ ଥିବା ଉତର ପତ୍ରରେ ଉଲ୍ଳେଖ କରାଯାଇଛି । ଡିଡିୟୁ-ଜିକେୱାଇ (ଓରମାସ)ଯୋଜନାରେ ୧୮୧୧ଜଣ ତାଲିମ ପାଇଥିବା ବେଳେ ୧୫୩୭ଜଣ ନିଯୁକ୍ତ ପାଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଘଡାଇ ଉତର ପତ୍ରରେ ଉଲ୍ଳେଖ କରିଛନ୍ତି । ସେହିପରି ବିଧାୟକ ଶ୍ରୀ ମୁଦୁଲି ବିଜୁ ସେତୁ ନିର୍ମାଣ ସଂପର୍କରେ ପ୍ରଶ୍ନ କରିଥିବା ବେଳେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ରେ ରାଜ୍ୟରେ କୈାଣସି ନୂତନ ରାସ୍ତା ନିର୍ମାଣ ପାଇଁ କେନ୍ଦ୍ର ସରକାର ମଂଜୁର କରି ନ ଥିବା ମନ୍ତ୍ରୀ ଶ୍ରୀ ଘଡେଇ ଉଲ୍ଳେଖ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.