ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅର୍ନ୍ତଗତ ଆଛୁଲି ଗ୍ରାମରେ ଗତ ବର୍ଷ ଜାନୁୟାରୀରେ ମାସରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ବାହାରିଥିଲା। ସେଥରେ ଆଛୁଲି ପଞ୍ଚାୟତ ସମିତି ସଭ୍ୟା ପଦବି ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷିତ ଥିଲା। ଏଥିରେ ଆଛୁଲି ପଞ୍ଚାୟତ ସମିତି ସଭ୍ୟା ପଦବି ପାଇଁ ବିନୋଦିନୀ ପଣ୍ଡା ଓ ନିର୍ମଳା ନାହକଙ୍କ ମଧ୍ୟରେ ପ୍ରତିଦ୍ବନ୍ଦୀତା ହୋଇଥିଲା। ଏଥରେ ନିର୍ବାଚନ ଅଧିକାରୀ ବିଜୟ କୁମାର ବେହେରା ନିର୍ମଳା ନାହକଙ୍କ ପ୍ରାର୍ଥୀପତ୍ର ତ୍ରୁଟି ଦର୍ଶାଇ ନାକଚ କରିଦେଇଥିଲେ। ବିନୋଦିନୀ ପଣ୍ଡାଙ୍କୁ ପ୍ରତିଦ୍ବନ୍ଦୀ ସମିତି ସଭ୍ୟା ଭାବେ ନିର୍ବାଚିତ ଘୋଷଣା କରିଥିଲେ। ଏନେଇ ନିର୍ମଳା ନାହକ ଛତ୍ରପୁର ସିନିୟର୍ ସିଭିଲ ଜଜ୍ କୋର୍ଟର ଆଶ୍ରୟ ନେଇଥିଲେ। କୋର୍ଟ ଆଛୁଲି ପଞ୍ଚାୟତ ସମିତି ସଭ୍ୟାବିନୋଦିନୀ ପଣ୍ଡାଙ୍କ ନିର୍ବାଚନ ପଦବୀ ରଦ୍ଦ ଘୋଷଣା କରିଥିଲେ। ସିନିୟର ସିଭିଲ ଜର୍ଜ କୋର୍ଟ ରାୟକୁ ଚାଲେଞ୍ଜ କରି ସମିତି ସଭ୍ୟା ବିନୋଦିନୀ ପଣ୍ଡା ଛତ୍ରପୁର ଅତିରିକ୍ତ ଦୌରା ଜର୍ଜ କୋର୍ଟର ଆଶ୍ରୟ ନେଇଥିଲେ | ଅତିରିକ୍ତ ଦୌରା ଜର୍ଜ ତାଙ୍କ ଆବେଦନକୁ ଗ୍ରହଣ କରିଛନ୍ତି | ଯାହା ନେଇ ବିନୋଦିନୀ ପଣ୍ଡା ଟିକିଏ ଆଶ୍ୱସ୍ତ ପାଇଛନ୍ତି | ବିନୋଦିନୀ ପଣ୍ଡା କହିଛନ୍ତି ଯଦି ତାଙ୍କୁ ଏହି ଅତିରିକ୍ତ ଦୌରା ଜର୍ଜ କୋର୍ଟରେ ନ୍ୟାୟ ନମିଳିଲେ ଦରକାର ପଡିଲେ ସେ ପୁଣି ଉପର କୋର୍ଟର ଆଶ୍ରୟ ନେବେ |