କାଉଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ “ସହଭାଗିତା ରୂପେ ପିତାମାତା” ସମ୍ମିଳନୀ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ଗ୍ରାମ ପଞ୍ଚାୟତ ସ୍ଥିତ କାଉଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ “ସହଭାଗିତା ରୂପେ ପିତାମାତା” ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ଜୋନ୍ ୧- ଜିଲ୍ଲାପରିଷଦ ଅଞ୍ଜଳି ମାଝୀ, ଲାଞ୍ଜିଗଡ଼ରୋଡ଼ ସରପଞ୍ଚ ମମତା ଶବର, ପଞ୍ଚାୟତ ସମିତି ସାମାଜିକ ସୁରକ୍ଷା ଅଧିକାରୀ ଅରବିନ୍ଦ ମହାପାତ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି କଳାକୃଷ୍ଣ ଶବର, କଳାହାଣ୍ଡି ଜିଲ୍ଲା ନୁକସନ୍ ସଭାପତି ସୂର୍ଯ୍ୟନାରାୟଣ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରଭା ଦୋରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଖେଳ ଶିକ୍ଷକ ଲମ୍ବୋଦର ସାହୁ ଏବଂ ଶିକ୍ଷକ ସନ୍ତୋଷ ପାତ୍ର ସଭା ପରିଚାଳନା କରିଥିବାବେଳେ ଶିକ୍ଷକ ନରେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଜି ଦିନ ତମାମ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରାଯାଇଥିବାବେଳେ ଅତିଥିମାନେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଜଗନ୍ନାଥ ନାଏକ, ପରମାନନ୍ଦ ନାଏକ, ପ୍ରଶାନ୍ତ କୁମାର ପ୍ରଧାନ, ଗୋକୁଳ ପାତ୍ର,ସଚିତାନନ୍ଦ ମିଶ୍ର, ଶିକ୍ଷୟିତ୍ରୀ ଅସ୍ମିତା ସାହୁ, ଅଞ୍ଜଳି ସାହୁ, ସବିତା ଜଗତଙ୍କ ସମେତ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ । ଏଇ ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ବନ ବିଭାଗ, ଶିକ୍ଷା ବିଭାଗ, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ବିଭାଗ, ମିଶନଶକ୍ତି ଆଦି ବିଭାଗ ସମେତ ଚିତ୍ରକଳା ପ୍ରଦର୍ଶନୀ ପକ୍ଷରୁ ଆକର୍ଷଣୀୟ ପ୍ରଦର୍ଶନୀ ଷ୍ଟଲମାନ ଖୋଲାଯାଇଥିଲା। ଏଥିରେ ଶାନ୍ତି ଶୃଙ୍ଖଳା ପାଇଁ (ଏନ୍ ସି ସି) ଶିକ୍ଷକ ସନ୍ଦୀପ ମିଶ୍ରଙ୍କ ନେତୃତ୍ବରେ ଛାତ୍ରଛାତ୍ରୀ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ଦାୟୀତ୍ୱ ତୁଲାଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.