ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ସ୍କୁଲରେ ସହଭାଗିତା ରୂପେ ପିତାମାତା ସମ୍ମିଳନୀ

ସଫଳତାର ସହିତ ଶେଷ ହେଲା ‘ଆମେ ଜାଣିବା, ଆମେ ଜିଣିବା’ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲାର ବିଭିନ୍ନ ହାଇସ୍କୁଲ ଓ ଆବାସିକ ବିଦ୍ୟାଳୟରେ ଆଜି “ସହଭାଗିତା ରୂପେ ପିତାମାତା” ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଇ ଅବସରରେ ଆମେ ଜାଣିବା, ଆମେ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ ବାତେଲିମା ପଞ୍ଚାୟତ ବାଣିପଙ୍ଗା ଏଜୁକେସନ୍ କମ୍ପ୍ଲେକ୍ସରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶିବାଜୀ ମାଝୀ ଯୋଗଦେଇଥିଲେ । ଲାଞ୍ଜିଗଡ଼ ଏସ୍ଏସ୍ ଡି ହାଇସ୍କୁଲ ଓ ହାଇସ୍କୁଲରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଜୋନ୍ ୨-ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ ଯୋଗ ଦେଇଥିଲେ ।ସେହିପରି କାଉଗୁଡ଼ା ହାଇସ୍କୁଲ, ମଧୁପୁର ବାଳିକା ଉଚ୍ଚ ବିଦ୍ୟାଳୟ ଓ ସେବାଶ୍ରମ ସ୍କୁଲରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗ ଦେଇଥିଲେ । ବାଣୀପଙ୍ଗାରେ ସ୍ଥାନୀୟ ସରପଞ୍ଚଙ୍କ ସହିତ ଅଭିଭାବକ ଓ ଶିକ୍ଷକମାନେ ଉପସ୍ଥିତ ଥିଲେ । ଲାଞ୍ଜିଗଡ଼ରେ ସରପଞ୍ଚ ସରସ୍ବତୀ ମୁଣ୍ଡା, କାଉଗୁଡ଼ାରେ ଜିଲ୍ଲା ପରିଷଦ ସଦସ୍ୟା ଅଞ୍ଜଳି ମାଝୀ, ଲାଞ୍ଜିଗଡ଼ରୋଡ଼ ସରପଞ୍ଚ ମମତା ଶବର, ମଧୁପୁରରେ ସରପଞ୍ଚ ବୈଦେହୀ ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଇ ଅବସରରେ ବ୍ଲକସ୍ତରୀୟ ବିଭିନ୍ନ ବିଭାଗ ପକ୍ଷରୁ ଆକର୍ଷଣୀୟ ଷ୍ଟଲମାନ ଖୋଲାଯାଇଥିଲା

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.