ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ରାଜ୍ୟ ସରକାରଙ୍କର ଅର୍ଥ ଅନୁଦାନରେ ଓଡିଶାରେ ବିଭିନ୍ନ ସ୍ଥାନରେ ଚାଲିଛି ଉନ୍ନୟନମୂଳକ କାର୍ଯ୍ୟ । ତେବେ ୨୦୨୨ ପୌର ନିର୍ବାଚନ ପରେ ପୁରୁଷୋତ୍ତମପୁର ଏନଏସିର ନୂତନ କାଉନସିଲ ବିଶେଷ କରି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ଙ୍କ ନେତୃତ୍ୱରେ ବିଭିନ୍ନ ୱାର୍ଡର ସୌନ୍ଦର୍ଯ୍ୟ କରଣ କରିବା ସହିତ ସମସ୍ତ ୱାର୍ଡ ଫେବର ରାସ୍ତାର ନିର୍ମାଣ କରାଯାଇଛି l କାଉନସିଲ ଗଠନର ଦେଢ଼ ବର୍ଷ ମଧ୍ୟରେ ପୁରୁଷୋତ୍ତମପୁର ଏନଏସିରେ ଏହି ଭଳି ଉନ୍ନୟନ ମୂଳକ କାମ ହୋଉଥିବାରୁ ଗଞ୍ଜାମ ଜିଲ୍ଲାର ଅଧିକାଂଶ ଜନସାଧାରଣ ପୁରୁଷୋତ୍ତମପୁର ଏନଏସିକୁ ପ୍ରଶଂସା କରୁଛନ୍ତି । ଆଜି କବିସୂର୍ଯ୍ୟନଗର ଏନଏସିର କାର୍ଯ୍ୟକର୍ତ୍ତା ପୁରୁଷୋତ୍ତମପୁର ଏନଏସି ଗସ୍ତ କରିଛନ୍ତି । କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶ୍ନ ଦାସ, ଏନଏସି ଅଧ୍ୟକ୍ଷା ଲଷ୍ମୀ ସେଠୀ, ଉପାଧ୍ୟକ୍ଷ ବିକ୍ରାନ୍ତ ସାହୁ, ପୂର୍ବତନ ଅଧକ୍ଷା ଲଷ୍ମୀପ୍ରିୟା ସାହୁଙ୍କ ସହ ସମସ୍ତ କାଉସିଲରମାନେ, ପୁରୁଷୋତ୍ତମପୁର ଏନଏସି ଅଞ୍ଚଳକୁ ଆସି ବିଭିନ୍ନ ବିକାଶ ମୂଳକ ଉନ୍ନୟନମୂଳକ କାର୍ଯ୍ୟର ମାନ ଦେଖି ଖୁସୀ ବ୍ୟକ୍ତ କରି ପ୍ରଶଂସା କରିଥିଲେ l ଏନଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼, ଉପଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, କାଉନସିଲର ଅଶୋକ କୁମାର ମହାଙ୍କୁଡଙ୍କ ସହିତ, ମୁକ୍ତାର ସଂଗ୍ରାମ କେଶରୀ ନାୟକ, ଯନ୍ତ୍ରୀ ବରୁଣ କୁମାର ବେହେରା, ବରିଷ୍ଠ କିରାଣୀ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ପରିମଳ ବିଭାଗର ଏକ୍ସପଟ ସତୀଶ କୁମାର ପାଣିଗ୍ରାହୀ ପ୍ରମୁଖଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।