ଓଡ଼ିଆ ବାର୍ତ୍ତା/ ଭୁବନେଶ୍ବର: ବିଶ୍ୱ ପରିବେଶ ସ୍ବାସ୍ଥ୍ୟ ଦିବସରେ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଲିମିଟେଡ ଏହାର ଉଚ୍ଚମାନର ବିଶ୍ବସ୍ତରୀୟ ଉତ୍ପାଦ ପରିସର ମଧ୍ୟରେ ପରିବେଶ ସଂରକ୍ଷଣ ଓ ଏହାର ବିକାଶ ଉପରେ ବ୍ୟାପକ ପଦକ୍ଷେପ ଗ୍ରହଣ କରି ନିଜର ପ୍ରତିବଦ୍ଧତାକୁ ପ୍ରମାଣିତ କରିଛି । ବିଦ୍ୟମାନ ଓ ଆଗାମୀ ପୀଢ଼ି ପାଇଁ ଏକ ପରିବେଶ ରଣନୀତି ଅବଲମ୍ବନ କରି ଭବିଷ୍ୟତରେ ଆଗାମୀ ପୀଢି ଲାଗି ଉପଯୋଗୀ ପରିବେଶ ଗଠନ ଲକ୍ଷ୍ୟରେ ରହିଛି ।
କମ୍ପାନିର ଏହି ପ୍ରୟାସକୁ ଦୃଷ୍ଟିରେ ରଖି ନିରନ୍ତର କାର୍ଯ୍ୟକଳାପକୁ ନିଶ୍ଚିତ କରିବା ପାଇଁ କମ୍ପାନି ଏହାର ଅଙ୍ଗାରକାମ୍ଳ ପରିମାଣକୁ ହ୍ରାସ କରିବା ଓ ଅଫସଟ କରିବା ଲାଗି ଦୁଇଗୁଣା ରଣନୀତି ଆପଣେଇଛି । କ୍ଷତିକାରକ ପ୍ରଭାବକୁ ଏଡ଼ାଇବା ଲାଗି ବେଦାନ୍ତ ଏହାର ଉତ୍ପାଦନ ଉତ୍କର୍ଷତା ବୃଦ୍ଧି କରିବା, ଅଧିକ ଶକ୍ତି ଦକ୍ଷତା ସୁନିଶ୍ଚିତ କରିବା, ନବୀକରଣଯୋଗ୍ୟ ଶକ୍ତି ବଢାଇବା ଓ ଜୈବ ଇନ୍ଧନ ପରି ନିମ୍ନ ଅଙ୍ଗାରକାମ୍ଳ ଶକ୍ତି ଉତ୍ସକୁ ସୁନାନ୍ତର କରିବା ଉପରେ ଗୁରୁତ୍ବ ଦେଉଛି । ଏଥିପାଇଁ କମ୍ପାନି ପକ୍ଷରୁ ବ୍ୟାପକ ବୃକ୍ଷ ରୋପଣ ଅଭିଯାନ ଚାଲୁ ରହିଛି । ଏହି ଲକ୍ଷ୍ୟରେ କମ୍ପାନିର କୌଶଳ ପ୍ରୟାସରେ ଆର୍ଥିକବର୍ଷ ୨୨ରେ ଆଲୁମିନିୟମ ଶିଳ୍ପ ପାଇଁ ଏସ ଆଣ୍ଡ ପି ଡୋ ଜୋନସ ସ୍ପଷ୍ଟେନର୍ବିଲିଟି ଇଣ୍ଡେକ୍ସ ବିଶ୍ଵ ମାନ୍ୟତାରେ ୨ ବ୍ୟାଙ୍କ ହାସଲ କରିଛି । ଯାହା ବିଶ୍ଵର ଦ୍ଵିତୀୟ ସୂୟୀ ଆଲୁମିନିୟମ ନିର୍ମାତା ଭାବେ ମାନ୍ୟତା ପ୍ରାପ୍ତ ।
ପ୍ଲାନେଟ ଫାଷ୍ଟର ଆଭିମୁଖ୍ୟ ମଧ୍ୟ କମ୍ପାନିର ଉତ୍ପାଦ ବିକାଶ ଓ ନୂତନତାକୁ ପ୍ରତିପାଦିତ କରେ । ବେଦାନ୍ତ ଆଲୁମିନିୟମ ହେଉଛି ଭାରତର ସର୍ବପ୍ରଥମ ନିମ୍ନ ଅଙ୍ଗାରକାମ୍ଳ ଆଲୁମିନିୟମ ପରିସର ରେସ୍ତୋରାର ଉତ୍ପାଦକ, ଯାହା ପରିବେଶ ଅନୁକୂଳ ସାମଗ୍ରୀର ବିଶ୍ଵର ବର୍ଦ୍ଧିତ ଚାହିଦାକୁ ପୂରଣ କରେ । କମ୍ପାନି ଏକ ସମଗ୍ରୀ ପୁନରୁଦ୍ଧାର ସୁବିଧାକୁ ମଧ୍ୟ ଉଦଘାଟନ କରିଛି ଯାହା ବର୍ଜ୍ୟ ବସ୍ତୁକୁ ନିରନ୍ତର ବ୍ୟବହାର କରିଥାଏ ଓ ବୃତାକାର ଅର୍ଥନୀତି ସୃଷ୍ଟି କରିବାରେ ସହାୟକ ହୋଇଥାଏ । ନିର୍ଗମନକୁ ହ୍ରାସ କରୁଥିବା ଆଇଆଇଓଟି ପରି ଡିଜିଟାଲ ବୈଷୟିକତା ପ୍ରଣୟନ କରିଛି । ଅଧିକନ୍ତୁ ବେଦାନ୍ତ ଆଲୁମିନିୟମ ଭାରତରେ ଲିଥିୟମ-ଆୟନ ବ୍ୟାଟେରୀ ଚାଳିତ ବୈଦ୍ୟୁତିକ ଫର୍କଲିଫ୍ଟର ସର୍ବବୃହତ ଫୁଟ ନିୟୋଜିତ କରିଛି ଯାହାଦ୍ୱାରା ଉତ୍ପାଦନ ଶୃଙ୍ଖଳାରେ ସ୍ଥିରତା ଆସିଛି ।
ଏହି ପଦକ୍ଷେପ ସହ ବେଦାନ୍ତ ଆଲୁମିନିୟମ ଜଳ ପରିଚାଳନାରେ ଯଥେଷ୍ଟ ଅବଦାନ ରଖିଛି, ଆର୍ଥିକ ବର୍ଷ୨୩ରେ ଏକ ୧୩.୬୯ ବିଲିୟନ ଲିଟର ଜଳ ପୁନଃ ବ୍ୟବହାର କରିଛି । ୨୦୧୨ ବେସଲାଇନ ତୁଳନାରେ ଆର୍ଥିକ ବର୍ଷ ୨୨ରେ ଜିଏଚଜି ନିଗର୍ଶନ ତୀବ୍ରତାରେ ଏହା ୨୪ % ହ୍ରାସ କରିପାରିଛି । ଏଥିପାଇଁ କମ୍ପାନି ପ୍ରସିଦ୍ଧ ପରିବେଶ ପରାମର୍ଶଦାତା ସଂସ୍ଥା ଇଆରଏମ ଇଣ୍ଡିଆ ସହ ଭାଗିଦାରୀ କରିଛି ।
ବିଶ୍ଵ ପରିବେଶ ଦିବସ ଅବସରରେ ଶ୍ରୀ ସୁନୀଲ ଗୁପ୍ତା, ସିଓଓ, ବେଦାନ୍ତ ଲିମିଟେଡ-ଆଲୁମିନିୟମ ବ୍ୟବସାୟ କହିଛନ୍ତି ଯେ ବେଦାନ୍ତ ଆଲୁମିନିୟମରେ ଆମର ପଦକ୍ଷେପ କେବଳ ପରିବେଶର ଉନ୍ନତି କରିବା ବ୍ୟତୀତ ଏକ ସ୍ଥାୟୀ ଭବିଷ୍ୟତ ଲକ୍ଷ୍ୟରେ କାର୍ଯ୍ୟ କରିବା । ବିଶ୍ଵରେ ସ୍ଵଛ ଶକ୍ତି ଆଡକୁ ତ୍ବରାନ୍ବିତ ହେଉଥିବାରୁ ଆଲୁମିନିୟମ ଉତ୍ପାଦକୁ ଆମେ ସେହି ଅନୁସାରେ ପ୍ରସ୍ତୁତ କରୁଛୁ । ବିଶ୍ୱ ପରିବେଶ ସାସ୍ଥ୍ୟ ଦିବସ ଅବସରରେ ଆମେ ଭବିଷ୍ୟତ ପୀଢ଼ି ପାଇଁ ଏକ ସୁସ୍ଥ ପରିବେଶ ଗଠନ ପାଇଁ ପ୍ରତିବଦ୍ଧ ।
ସ୍ଥିରତା ପ୍ରତି ପ୍ରତିବଦ୍ଧତାକୁ ଆହୁରି ସୁଦୃଢ କରିବା ଲାଗି ବେଦାନ୍ତ ଆଲୁମିନିୟମ୍ ଏହାର ଝାରସୁଗୁଡ଼ା କାର୍ଯ୍ୟ ପାଇଁ ଆଲୁମିନିୟମ୍ ଷ୍ଟିୱାର୍ଡଶିପ୍ ଇନିସିଏଟିଭ୍ (ଏଏସଆଇ) ଅନ୍ତର୍ଜାତୀୟ ପ୍ରମାଣପତ୍ର ହାସଲ କରିଛି, ଯାହାକି ଏକ ଉଚ୍ଚ ମାନର ଏକ ବିଶ୍ବସ୍ତରୀୟ ସୂଚକ ଅଟେ । ଅତିରିକ୍ତ ଭାବରେ, କମ୍ପାନୀର ବ୍ୟାପକ ଉତ୍ପାଦଗୁଡିକ ପରିବେଶ ଉତ୍ପାଦ ଘୋଷଣାନାମା (ଇପିଡି) ଇଂଟରନ୍ୟାସନାଲ୍ ଦ୍ଵାରା ପରିବେଶ ସ୍ଥାୟୀ ଭାବରେ ପାଂଚ କରାଯାଇଛି, ଯାହାକି ସେମାନଙ୍କର ପରିବେଶ ଅଭ୍ୟାସର ଏକ ଦୃଢ ଆନ୍ତର୍ଜାତୀୟ ସୂଚକାଙ୍କ ଅଟେ।
ବେଦାନ୍ତ ଆଲୁମିନିୟମ ପରିବେଶ ସୁରତାଠାରୁ ଅଧିକ, ବିଭିନ୍ନ ପଦକ୍ଷେପରେ ଗୋଷ୍ଠୀ ସହିତ ସକ୍ରିୟ ଭାବେ ଜଡ଼ିତ ରହି ମେସାନଙ୍କୁ ସଶକ୍ତ କରୁଛି । ଏଥିରେ ମିଆକି ବୃକ୍ଷରୋପଣ ପ୍ରଣାଳୀ, ଆର୍ଥିକ ବର୍ଷ ୨୩ରେ ୪୦ରୁ ଅଧିକ ଗୋଷ୍ଠୀରେ ଜଳ ସଂସ୍ପର ପୁନରୁଦ୍ଧାର କରାଯାଇଛି । ଯାହାଦ୍ଵାରା ଜୀବିକା ସମୃଦ୍ଧି ପ୍ରକଳ୍ପ ସହ ଜଡ଼ିତ ହୋଇଥିବାରୁ ଚାଷ ପ୍ରଣାଳୀକୁ ପ୍ରୋତ୍ସାହିତ କରୁଛି । ଏହା ବ୍ୟତୀତ କର୍ମଚାରୀ ସେଛାସେବୀମାନେ ସହର ସୀମା ମଧ୍ୟରେ ସଫେଇ ଅଭିଯାନ ଓ ଓଡ଼ିଶାର ଝାରସୁଗୁଡ଼ାର ସିଂହଭାଗା ଆର୍ଦ୍ରଭୂମି ପରି ଅଂଚଳର ବିକାଶ ରେ ସହାୟତା କରିଛନ୍ତି ।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍କୃ। ବେଦନ୍ତ ଆଲୁମିନିୟମର ଗ୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ବ୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମନକାରୀ ସଂସ୍କୃ। ବେଦାନ୍ତର ବିଶ୍ଵ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାଓ୍ବାରମ୍ପ୍ୟୁଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।