ବିଶ୍ୱ ଶାନ୍ତି ପାଇଁ ମା ସୁରେଶ୍ଵରୀଙ୍କ ମନ୍ଦିରରେ ହେବ ସପ୍ତ ସତୀ ଚଣ୍ଡୀ ମହା ଯଜ୍ଞ; ଭକ୍ତଙ୍କ ଖୁବ ଉତ୍କଣ୍ଠା

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଗାମୀ ଅକ୍ଟୋବର ୧୪ ତାରିଖ ପବିତ୍ର ମହାଳୟା ଠାରୁ ୨୪ ତାରିଖ ଯାଏ ସୋନପୁରର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀଙ୍କ ପୀଠରେ ହେବାକୁ ଥିବା ସପ୍ତ ସତୀ ଚଣ୍ଡୀ ଯଜ୍ଞ ଓ ନବ ରାତ୍ର ଅବସରରେ ମାଆଙ୍କ ବିବିଧ ବେଶ ସହ ମଙ୍ଗଳ ମହା ଆଳତୀ କାର୍ଯ୍ୟକ୍ରମ ପାଇଁ ମା’ଙ୍କ ମନ୍ଦିରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି l ମୁଖ୍ୟ ପୂଜକ କାଳୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ମା’ଙ୍କ ପରମ ଭକ୍ତ ଶ୍ରୀବତ୍ସ ମଲ୍କିକ, ବୈକୁଣ୍ଠ ଶତପଥୀ, ପ୍ରଦୀପ ପୁରୋହିତ, ରବି ନାରାୟଣ ମହାପାତ୍ର, ଅଟଳ ମହାପାତ୍ର, ସତ୍ୟ ନାରାୟଣ ତ୍ରିପାଠୀ, ଅଭିମନ୍ୟୁ କୁଶଳଙ୍କ ସଂଯୋଜନାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା l ସହରର ବିଭିନ୍ନ୍ନ ଅନୁଷ୍ଠାନ, କ୍ଲବର ସଦସ୍ୟ, ଭକ୍ତ ଶ୍ରଦ୍ଧାଳୁ ଯୋଗ ଦେବା ସହ ମହା ଯଜ୍ଞକୁ ସଫଳ କରିବାକୁ ଆଲୋଚନାରେ ଭାଗ ନେଇଥିଲେ l ଏଥିରେ ବିଭିନ୍ନ ଅନୁଷ୍ଠାନ ତଥା ସମାଜସେବୀ ତଥା ବ୍ୟକ୍ତି ବିଶେଷ ମାନଙ୍କୁ ନେଇ ଯଜ୍ଞ କମିଟି, ସ୍ବଚ୍ଛତା, ଶୃଙ୍ଖଳା, ସାଂସ୍କୃତିକ ତଥା ବିଭିନ୍ନ କମିଟି ଗଠନ କରାଯାଇଛି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି କିଭଳି ଶାନ୍ତି ଶୃଙ୍ଖଳାର ସହ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ସେ ନେଇ ବିଭିନ୍ନ କମିଟି ଓ ପୋଲିସ ପ୍ରଶାସନକୁ ଅନୁରୋଧ କରାଯାଇଛି l ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ଯଜ୍ଞକୁ ସଫଳ କରିବା ପାଇଁ ମା’ଙ୍କ ଆଶୀର୍ବାଦ ପ୍ରାପ୍ତ ପୂର୍ବକ ଏହି ମହାନ ପୀଠର ମହିମାକୁ ସୁଦୂର ପ୍ରସାରୀ କରିବାରେ ସମସ୍ତ ଜନ ସାଧାରଣଙ୍କ ସହଯୋଗ ପାଇଁ ମନ୍ଦିର କମିଟି ନିବେଦନ କରିଛନ୍ତି l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.