ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ବାଇଡେନଙ୍କ ୟୁ ଟର୍ଣ୍ଣ

ଓଡ଼ିଆ ବାର୍ତ୍ତା/ ୱାଶିଂଟନ: ଜାରି ରହିଛି ଇସ୍ରାଏଲ-ହମାସ୍ ମଧ୍ୟରେ ଘମାଘୋଟ ଯୁଦ୍ଧ। ଏନେଇ ଗାଜା ପଟ୍ଟି ଭିତରେ ପ୍ରବେଶ କରିଛି ଆଇଡିଏଫ । ଯାହାକୁ ନାପସନ୍ଦ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଗାଜାକୁ କବଜା କରିବା ଇସ୍ରାଏଲର ଏକ ବଡ ଭୁଲ ବୋଲି କହି ଚେତାବନୀ ଦେଇଛନ୍ତି ବାଇଡେନ।ଆମେରିକାର ସିବିଏସ୍ ନ୍ୟୁଜ ଚ୍ୟାନେଲର ୬୦ ମିନିଟର ଏକ ପ୍ରୋଗ୍ରାମରେ ସେ କହିଛନ୍ତି଼, ଇସ୍ରାଏଲ ସମସ୍ତ ଯୁଦ୍ଧ ନୀତି ପାଳନ କରିବ ବୋଲି ଆଶା ରଖିଥିଲା ଆମେରିକା। ଯାହାକୁ ନେଇ ଆମେରିକା ଇସ୍ରାଏଲ ସହ ସବୁ ପରିସ୍ଥିତିରେ ଠିଆ ହେବ ବୋଲି ପ୍ରତିଶୃତିବଦ୍ଧ ଥିଲା। ଖାଲି ସେତିକି ନୁହେଁ ଯୁଦ୍ଧ ଆରମ୍ଭରୁ ସମର୍ଥନ କରିବା ସହ ସମସ୍ତ ଅସ୍ତ୍ରଶସ୍ତ୍ର ମଧ୍ୟ ଦେଶ ପଠାଇଥିଲା। କିନ୍ତୁ ଏବେ ଦ୍ୱିତୀୟ ଥର ପାଇଁ ଇସ୍ରାଏଲ ସୈନିକଙ୍କ ଗାଜାରେ ପ୍ରବେଶ କରିବା ଏକ ବଡ ଭୁଲ ହେବ, କିନ୍ତୁ ଇସ୍ରାଏଲକୁ ହମାସର ଆକ୍ରମଣର ପ୍ରତିଶୋଧ ନେବାକୁ ପଡିବ ବୋଲି ବାଇଡେନ କହିଛନ୍ତି। ସୂଚନା ମୁତାବକ, ହମାସ ଆକ୍ରମଣରେ ଏଯାବତ୍ ଇସ୍ରାଏଲର ୨୮୬ ସୈନିକ ଏବଂ ୫୧ ଉର୍ଦ୍ଧ୍ୱ ପୋଲିସ ପ୍ରାଣ ହରାଇଛନ୍ତି। ଅନ୍ୟପଟେ ଇସ୍ରାଏଲ-ହମାସ ଯୁଦ୍ଧରେ ଉଭୟ ପଟୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ୨୦ ମିନିଟ ମଧ୍ୟରେ ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ୱ ରକେଟ ମାଡ ହୋଇଥିଲା। ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ୍ ଦ୍ୱାରା ଏହି ଆକ୍ରମଣ କରାଯାଇଥିଲା। ଯାହା ଇସ୍ରାଏଲକୁ ହତଚକିତ କରିଦେଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.