ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକୁ ଗୁରୁତ୍ୱର ସହ ନେଇ ଗୋଟିଏ ବିଦ୍ୟାଳୟରେ ସର୍ବନିମ୍ନ ଗୋଟିଏ ସ୍ଥାୟୀ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି କର

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (ନିଲେଶ କୁମାର ନାଗ): ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନଙ୍କ ଶିକ୍ଷା ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ‌ ରହିଛି। ଗତ ୨୨ ଅଗଷ୍ଟ ୨୦୨୩ରେ ଏହି ରାୟକୁ ଶୁଣାଣି କରି ମାନ୍ୟବର ସୁପ୍ରିମକୋର୍ଟ ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ଶିକ୍ଷା ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇ କଡ଼ା ଆଭିମୁଖ୍ୟ ରଖି ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କହିଥିଲେ ଯେ ଆଗାମୀ ୬ ସପ୍ତାହ ଭିତରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତିର ବିଜ୍ଞାପନ ବାହାର କରିବେ, ଯଦି ଏହାର ବିଳମ୍ବ ହୁଏ, ତେବେ ସେହି ରାଜ୍ୟର ମୁଖ୍ୟ ଶାସନ ସଚି଼ବ କୋର୍ଟରେ ହାଜର ହୋଇ କୈଫିୟତ ଦେବେ‌। ଏହି ପରିପ୍ରେକ୍ଷୀରେ ଗତ ୧୭ ଅକ୍ଟୋବର‌ ୨୦୨୩ ରେ ଶୁଣାଣି କରି କହିଥିଲେ ଯେ, ଯେଉଁ ରାଜ୍ୟ କୋର୍ଟରେ ନିଯୁକ୍ତି ସମ୍ପର୍କିତ ଆଫିଡ଼େଭିଟ୍‌ ଜମା କରିନାହାନ୍ତି, ଖୁବଶୀଘ୍ର ଜମା କରନ୍ତୁ ଏବଂ ମାନ୍ୟବର ବିଚାରପତି ଶ୍ରୀଯୁକ୍ତ ସି ଟି ରବିକୁମାର ସରକାରୀ ଆଇନଜୀବୀଙ୍କୁ ବିରକ୍ତି ଭାବରେ ପଚାରିଥିଲେ ଯେ ଭାରତ ସରକାରଙ୍କ ଗାଇଡ଼ଲାଇନ୍ ଅନୁଯାୟୀ ଗୋଟିଏ ବିଦ୍ୟାଳୟରେ ଗୋଟିଏ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି କାହିଁକି କରୁନାହାଁନ୍ତି? ଓଡ଼ିଶା ସରକାର ଏହି ମାମଲା ପାଇଁ ଆଇନଜୀବୀ ଅନିନ୍ଦିତା ପୂଜାରୀଙ୍କୁ ନୂତନ ଭାବେ ନିଯୁକ୍ତ କରିଛନ୍ତି। ତା ୧୪ ଫେବୃୟାରୀ ୨୦୨୩ ରିଖ‌ ରେ କୋର୍ଟଙ୍କ ଆଦେଶ ଅନୁଯାୟୀ ଓଡିଶା ସରକାର ସତ୍ୟପାଠରେ ୧,୨୬,୭୮୬ ଭିନ୍ନକ୍ଷମ ପିଲା ଥିବା ବେଳେ ମୋଟ ପଦବୀ ଥିଲା ୬୫୭୩ ପୋଷ୍ଟ ଉଲ୍ଲେଖ କରିଥିଲେ କିନ୍ତୁ ବର୍ତ୍ତମାନର ସତ୍ୟପାଠରେ ତଥ୍ୟ କମ କରି ଲେଖା ଯାଇଛି। ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ଅଧିକାର ଅଧିନିୟମ ୨୦୧୬ ଅନୁଯାୟୀ ମୋଟ ୨୧ ପ୍ରକାର ଭିନ୍ନକ୍ଷମ ଶ୍ରେଣୀ ଅଛନ୍ତି କିନ୍ତୁ ଓଡିଶା ତରଫରୁ କେବଳ ୯ ପ୍ରକାର ଭିର୍ଣ୍ଣକ୍ଷମ ବ୍ୟକ୍ତିବିଶେଷଙ୍କ ପାଇଁ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରିରହିଛି ବୋଲି ସତ୍ୟପାଠରେ ଦର୍ଶାଯାଇଛି ଯାହାକି ଭିର୍ଣ୍ଣକ୍ଷମ ଅଧିକାର ଅଧିନିୟମର ଖୋଲାଖୋଲି ଅବମାନନା ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହୋଇଛି। ଓଡିଶା ପକ୍ଷରୁ ଉକ୍ତ ମୋକଦ୍ଦମାରେ ମୁଖ୍ୟ ଆବେଦନକାରୀ ଅଶ୍ୱିନୀ ମୁଦୁଲି ଅନଲାଇନ ମାଧ୍ୟମରେ ମାନ୍ୟବର କୋର୍ଟରେ ଯୋଡି ହୋଇଥିଲେ ଏବଂ ଓଡିଶା ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସ୍ରିଷ୍ଠି ଅଗ୍ନିହୋତ୍ରୀ ନିଜର ପକ୍ଷ ଉପସ୍ଥାପନା କରିଥିଲେ। ଏହି ପରିପ୍ରେକ୍ଷୀରେ ଓଡ଼ିଶା ସେସ୍ପିଆଲ ଏଜୁକେଟର ଫେଡ଼େରସନ ଫର ଦିବ୍ୟାଙ୍ଗ ସଂଘ କହିଛି, ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷା ପାଇଁ ସାଧାରଣ ବିଦ୍ୟାଳୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତିକୁ ଓଡ଼ିଶା ସରକାର କାହିଁକି ବିଳମ୍ବ କରୁଛନ୍ତି‌। ମାନ୍ୟବର ସୁପ୍ରିମକୋର୍ଟର ନିର୍ଦ୍ଦେଶ ଅନୁଯାୟୀ ଖୁବଶୀଘ୍ର ସାଧାରଣ ବିଦ୍ୟାଳୟ ରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ର ବିଜ୍ଞାପନ ବାହାର କରିବା ପାଇଁ ସଂଘ ଓଡ଼ିଶା ସରକାରଙ୍କ ନିକଟରେ ଦୃଢ଼ ଦାବି ରଖିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.