ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା କୋମନା ଥାନା ଉଦ୍ୟାନବନ୍ଧ ଷ୍ଟେଟ ବ୍ୟାଙ୍କରୁ କୁଞ୍ଜଲ ପଡା ଗାଁର ପ୍ରକାଶ ବାଗ ଓ ତାଙ୍କ ସ୍ତ୍ରୀ ଜସୋ ବାଗ ଆଜି ଅପରାହ୍ନ ୨ଟା ସମୟରେ ଏକ ଲକ୍ଷ ଚାଳିଶ ହଜାର ଟଙ୍କା ଉଠାଇ ଘରକୁ ଯାଉଥିବା ସମୟରେ କୋମନା ଥାନା ଭେଳା ଦୁର୍ଗା ମଣ୍ଡପ ରାସ୍ତା ପାଖରୁ ଦୁଇଜଣ ବାଇକରେ ଆସି ଚଳନ୍ତା ବାଇକରୁ ଏକ ଲକ୍ଷ ଚାଳିଶ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଘଟଣା ସ୍ଥଳରେ କୋମନା ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି।