ନର୍ଲାରେ ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଠାରେ ସୋମବାର ଅକ୍ଟୋବର ୩୦ ତାରିଖରେ ଅନୁଷ୍ଠିତ ହୋଇଛି ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର। ଶିବିରରେ ୧୧୦ ଜଣ ଅଭିଯୋଗକାରୀ ସେମାନଙ୍କ ନାମ ପଞ୍ଜିକୃତ କରିଥିବାବେଳେ ଆରଏଚ ୬୨ ଜଣ, ପେନସନ ଉପରେ ୫ ଜଣ ଓ ଅନ୍ୟାନ୍ୟ ସମସ୍ୟା ଗୁଡିକ ଉପରେ ୪୩ ଜଣ ଅଭିଯୋଗ କାରୀ ସେମାନଙ୍କ।ନାମ ପଞ୍ଜିକୃତ କରିଥିଲେ। ଏଡିଏମଙ୍କ ଉପସ୍ଥିତିରେ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ। ଶିବିରରେ କଳାହାଣ୍ଡି ଏଡିଏମଓ ତ୍ରିଲୋଚନ ପାତ୍ର, ସହକାରୀ ଜିଲ୍ଲାପାଳ ଧିରୋଜ କୁମାର ପଟ୍ଟନାୟକ, ସିଡିଏମଓ ଗିରିଶ ଚନ୍ଦ୍ର ରାଉତ, ନର୍ଲା ବିଡ଼ିଓ ଏନ ଜଗଜ୍ଜିବନ ଚୌଧରୀ, ତହସିଲଦାର ବିଶ୍ବ ରଞ୍ଜନ କହଁର, ଚିଫ ସିଏସଓ ପବିତ୍ର କୁମାର ସାହୁ, ଏଡିଇଓ ଟେମଲାଲ ଦୁବେ, ଏକ୍ଜୁକୁଟିଭ ଇଞ୍ଜିନିୟର ଟିପିଡବ୍ଲୁଓଡିଏଲ ମାନସ ରଞ୍ଜନ ମାଟି ଓ କନିଷ୍ଠ ଯନ୍ତ୍ରୀ ଅନନ୍ତ ସାହୁ, ବ୍ଲକ କୃଷି ଅଧିକାରୀ ରଜତ କୁମାର ମିଶ୍ର, ଡିଏସପି ପ୍ରଦୋସ ପ୍ରଧାନ, ସିଡିଓ ଇନଚାର୍ଜ ସୁଭେନ୍ଦୁ କର, ମାଇନର ଇରିଗେସନ ସହକାରୀ ଯନ୍ତ୍ରୀ ସୌମ୍ୟ ରଞ୍ଜନ ମାଝୀ, ଆରଡବ୍ଲୁଏସଏସ ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ, ମେଡିକାଲ ଅଫିସର ଅକ୍ଷୟ ଗୋଚ୍ଛାୟତ, ବିଇଓ ତପିମଣି ଜାନି, ଏବିଇଓ ଗୋବର୍ଦ୍ଧନ ମାଝୀ ଲାଇନ୍ ବିଭାଗ ଗୁଡିକର ଅଧିକାରୀ ନର୍ଲା ରେଞ୍ଜର ପ୍ରଶାନ୍ତ କୁମାର ପାଳ, ନର୍ଲା ଫରେଷ୍ଟର ଭବାନୀ ନାଏକ ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ଆସିଥିବା ବିଷୟ ଗୁଡିକର ତଥ୍ୟ ପ୍ରଦାନ କରିଥିଲେ। ନର୍ଲା ଜିପିଇଓ କ୍ଷିତିଶ ଚନ୍ଦ୍ର ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କନିଷ୍ଠ ଯନ୍ତ୍ରୀ ଆଲୋକ ନାୟକ, ବିଏସଏସଓ ପ୍ରଦୀପ ବେହେରା, ସନତ ସାହୁ, ବିପିସି ଭୋଳନାଥ ଦାସ, ସହକାରୀ ଯନ୍ତ୍ରୀ ବାଞ୍ଛାବଟ ପାଣ୍ଡେ, ସହକାରୀ ଯନ୍ତ୍ରୀ ବିଚିତ୍ରାନନ୍ଦ ନାଏକ, ସନ୍ତୋଷ କୁମାର ପଣ୍ଡା, କନିଷ୍ଠ ଯନ୍ତ୍ରୀ ଅମୀତ କୁମାର ସିଂ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଆବାସ ଯୋଜନା, ବିଦ୍ୟୁତ ସଂକ୍ରାନ୍ତୀୟ ମାମଲା, ବାର୍ଦ୍ଧକ୍ୟ ଭତ୍ତା ଓ ଜମିଜମା ସଂକ୍ରାନ୍ତୀୟ ମାମଲା ଗୁଡିକ ଉପରେ ଅଭିଯୋଗ ସବୁ ହୋଇଥିଲା । ବିଶେଷ କରି ତୁଳାପଡ଼ାର ପୂର୍ବତନ ସରପଞ୍ଚ ହୃଷିକେଶ ନାଏକଙ୍କ ନେତୃତ୍ୱରେ ୧୦ ରୁ ଉର୍ଦ୍ଧ୍ବ ତୁଳାପଡାର ଅଭିଯୋଗକାରୀ ତୁଳାପଡା ପିଡବ୍ଲୁଡି ମୁଖ୍ୟରାସ୍ତା ବିଭିନ୍ନ ଵ୍ୟକ୍ତିଙ୍କ ଦ୍ଵାରା ଜବରଦଖଲ ହୋଇ ରହିଥିବାରୁ ରାସ୍ତା ପ୍ରଶସ୍ତିକରଣ ପାଇଁ ନିୟମାନୁଯାୟୀ ମପାଯୁପା କରାଯାଉ ଓ ଜବରଦଖଲ ଉଚ୍ଛେଦ କରାଯାଉ ବୋଲି ଲିଖିତ ଅଭିଯୋଗ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ନର୍ଲା ସରପଞ୍ଚ ସଂଘ ସଭାପତି ଅନନ୍ତ ମାଝୀ, ବାଗପୁର ସରପଞ୍ଚ ଗୋପାଳ ହାତୀ, ନର୍ଲା ସରପଞ୍ଚ ତନୁଜା ହରପାଲ, ସିଆରସି ଏମବିକେ ପ୍ରମୁଖ ଉପସ୍ଥିତ ଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.