ଘର ସାମ୍ନାରୁ ୭ବର୍ଷର ଶିଶୁକୁ ଟେକି ନେଇ ଗଲା ବାଘ 

ନୂଆପଡାରେ ପୁଣି ବାଘ ଆତଙ୍କ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ରେଞ୍ଜ ଧରମବନ୍ଧା ଥାନା କଟିଙ୍ଗପାଣି ଗାଁ ଗୌଧସ ପଡାର ହୁମନ ମାଝୀଙ୍କ ପୁଅ ଡମ୍ବରୁ ମାଝୀ (୭)କୁ ଆଜି ସୋମବାର ସନ୍ଧ୍ୟାରେ ନିଜ ଘର ସାମ୍ନାରୁ ବାଘ ଟେକି ନେଇଥିବା ସୂଚନା ମିଳିଛି | ତେବେ ତାଙ୍କ ପରିବାର ଲୋକେ ଓ ଗ୍ରାମବାସୀ ଛୋଟ ଛୁଆ ଟିକୁ ଉଦ୍ଧାର କରିଛନ୍ତି । ବାଘର ଆଘାତରେ ଶିଶୁ ଡମ୍ବରୁର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ବର୍ତ୍ତମାନ ଗାଁରେ ବାଘ ଆତଙ୍କରେ ଭୟର ବାତାବରଣ ସୃଷ୍ଟି ହୋଇ ଯାଇଛି । ପ୍ରକାଶ ଯେ, ଦୁଇଟି ବାଘ ଥିବା ଗାଁ ଲୋକେ ଦେଖିଛନ୍ତ ଏବଂ ଏ ନେଇ ବନ ବିଭାଗକୁ ମଧ୍ୟ ସୂଚନା ପ୍ରଦାନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.