ହରଗୌରୀ ଯାତ୍ରାର ନବମ ଦିବସରେ ମାହେଶ୍ୱରୀ ମେଲୋଡି ଅର୍କେଷ୍ଟ୍ରା ଅନୁଷ୍ଠିତ

ଆଜି ଭୋରରୁ ଚାଲିଛି ଦେବଦମ୍ପତିଙ୍କ ନଗର ପରିକ୍ରମା

ଓଡ଼ିଆ ବାର୍ତ୍ତା/ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ଢ଼େରାପଡା ର ପ୍ରସିଦ୍ଧ ହରଗୌରୀ ଯାତ୍ରା ର ଆଜି ନବମ ଦିନରେ ହରଗୌରୀ ଙ୍କ ଠାରେ ତେଲୁଗୁ ରୀତିନୀତି ଅନୁଯାୟୀ ପୂଜାପାଠ ଅନୁଷ୍ଠିତ ହୋଇଥିଲା । ତେଲୁଗୁ ପାନ୍ତୁଲୁ ଏ. ଦୁର୍ଗାପ୍ରସାଦ ଙ୍କ ଦ୍ଵାରା ସମସ୍ତ ପୂଜାବିଧି ନିର୍ବାହ ହେଉଥିବା ବେଳେ ଆଜି ର ରୁଦ୍ରାଭିଷେକ, ଷୋଡଶ ଉପଚାର ପୂଜା ର କର୍ତ୍ତା ଭାବରେ ଗୋବିନ୍ଦ ପାତ୍ର ଓ ତାଙ୍କ ଧର୍ମପତ୍ନୀ ଶ୍ରଦ୍ଧା ଦାୟୀତ୍ବ ନିର୍ବାହ କରିଥିବା ବେଳେ ଆଜି ପୁଟକିଲୁ ପାଏସୁମ ଭୋଗ ଲାଗି ହୋଇଥିଲା l ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବଣାଇ ର ଆଦିବାସୀ ନୃତ୍ୟ, ସୁବର୍ଣ୍ଣପୁର ସଂଗୀତ ମହାବିଦ୍ୟାଳୟ ଓ କୋଶଳ ହାଇସ୍କୁଲ ଦ୍ଵାରା ସମ୍ବଲପୁରୀ ନୃତ୍ୟ ପରିବେଷଣ ହୋଇଥିବାବେଳେ ସୁନ୍ଦରଗଡ଼ ବଣାଇ ର ଆଦିବାସୀ ନୃତ୍ୟ ଓ ମାଁ ମାହେଶ୍ଵରୀ ସମ୍ବଲପୁରୀ ଅର୍କେଷ୍ଟ୍ରାର କଳାକାର ଙ୍କ ସମ୍ବଲପୁରୀ ଗୀତ ର ତାଳେତାଳେ ଦର୍ଶକ ବେଶ୍ ଝୁମିଥିଲେ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୌର ପରିଷଦ ଅଧ୍ୟକ୍ଷା ତାମସୀ ତାମସ୍ମିତା ନାଏକ, ସମ୍ମାନିତ ଅତିଥି ଭାବେ ଯୁବ ଉଦ୍ୟୋଗୀ ତଥା ସମାଜ ସେବୀ ପରେଶ ମେହେର, ଆଶିଷ ସାହୁ, ୭ ନମ୍ବର ୱାର୍ଡ ର କାଉନସିଲର ରାଜୁ ରାଓ, ୧୦ ନମ୍ବର ୱାର୍ଡ କାଉନସିଲର ସାବିତ୍ରୀ ନାଏକ, ଯୋଗ ଦେଇ ଦର୍ଶକ ଓ ଆୟୋଜକଙ୍କୁ ଉତ୍ସାହିତ କରିଥିଲେ l ହଜାର ହଜାର ଦର୍ଶକ ଖାଦ୍ୟ ଷ୍ଟଲ୍ ମାନଙ୍କରେ ବେଶ୍ ମଜାନେବା ସହ ବିଭିନ୍ନ ଲାଇଫ ଷ୍ଟେଚ୍ୟୁ ମଧ୍ୟ ଯାତ୍ରା ର ମୁଖ୍ୟ ଆକର୍ଷଣ ଥିଲା। ପରଂମ୍ପରା ଅନୁଯାୟୀ ହରଗୈ।ରୀ ଙ୍କଠାରେ ପ୍ରତିଦିନ ବିଭିନ୍ନ ଘରେ ପ୍ରସ୍ତୁତି ବିଭିନ୍ନ ପିଠାପଣା ଲାଗି କରାଯାଉଥିଲା ବେଳେ ଆଜି ନବମ ଦିନରେ ହରଗୈ।ରୀଙ୍କ ଠାରେ ପୁଟକିଲୁ ପାଏସମୁ ଲାଗିହୋଇଥିଲ।l ଆଜି ମଧ୍ୟ ହର ଗୌରୀ ମହାପ୍ରଭୁ ଙ୍କୁ ନଗର ପରିକ୍ରମା କରାଇ ବିଭିନ୍ନ ଦ୍ଵାରରେ ଶ୍ରଦ୍ଧାଳୁ ପୂଜା କରିଥିଲେ ପରେ ତାଙ୍କୁ ସୁସଜ୍ଜିତ ଗାଡି ଉପରେ ବସାଯାଇ ମଧ୍ୟରାତ୍ର ରୁ ଶୋଭାଯାତ୍ରା ରେ ବାହାରି ନଗର ପରିକ୍ରମା ସହ କାଲି ଭସାଣି ଉତ୍ସବ ଅନୁଷ୍ଠିତ ହେବ। ଶୋଭାଯାତ୍ରାରେ ଛତିଶଗଡ଼ର ଆନନ୍ଦ ଧୁମାଲ ଓ ସାଥିଙ୍କ ଦ୍ଵାରା ମ୍ୟୁଜିକ୍ ବେଣ୍ଡ, ଯୋଡିଶଙ୍ଖ, ମୟୁରଝାଲି, ଶଵର ଶଵରେନ୍ ନୃତ୍ୟ, ଅମ୍ବାଦୋଳା ର ଘୁମୁରା , ଦୁଲଦୁଲି ଓ ବିଭିନ୍ନ ପାରମ୍ପାରିକ ଲୋକନାଚ ସହ ଅନ୍ୟାନ୍ୟ ସାଂସ୍କୃତିକ ଦଳ ଭାଗ ନେଇଥିଲେ। ଯାତ୍ରା କମିଟି ସଭାପତି ଦିଲ୍ଲୀପ ପାତ୍ର, ସମ୍ପାଦକ ଜନ୍ମେଜୟ ପାତ୍ର, ଉପ ସଭାପତି ଆନନ୍ଦ ପାତ୍ର, ସହ ସଂପାଦକ ସତ୍ୟ ନାରାୟଣ ରାଓ, ସୁରଜ ପାତ୍ର, ପ୍ରଦ୍ୟୁମ୍ନ ପାତ୍ର, ରାଜୁ ରାଓ, ମନୋରଞ୍ଜନ ତ୍ରିପାଠୀ, ବୈକୁଣ୍ଠ ପାତ୍ର, ଅକ୍ଷୟ ପାତ୍ର, ଦୟାନିଧି ପାତ୍ର, ଗୋବିନ୍ଦ ପାତ୍ର, ପୁରୁଷୋତ୍ତମ ପାତ୍ର, ସନ୍ତୋଷ ପାତ୍ର, ଶ୍ରୀରାମ ପାତ୍ର, ସ୍ୱାଗତଂ ପାତ୍ର, ସୁଦର୍ଶନ ପାତ୍ର (ଲୁଲୁ), ବିଶ୍ୱନାଥ ପାତ୍ର, ନାଗେସୁ ପାତ୍ର, ଅକ୍ଷୟ ପାତ୍ର, ବୈକୁଣ୍ଠ ପାତ୍ର ପ୍ରମୁଖ ପଡାର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l ଶୋଭାଯାତ୍ରାରେ ହଜାର ହଜାର ଦର୍ଶକ ସାମିଲ୍ ହୋଇଥିବା ଦେଖାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.