ରାଜ୍ୟସ୍ତରୀୟ ବାବା ଗୋରେଖନାଥ ଆଧ୍ୟାତ୍ମିକ ସାହିତ୍ୟ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ କଟକ: କୈବଲ୍ୟ ସାହିତ୍ୟ ସଂସଦ କଟକ ପକ୍ଷରୁ ଜଗତସିଂହପୁର ଗୋରେଖନାଥ ପୀଠରେ ରାଜ୍ୟସ୍ତରୀୟ ବାବା ଗୋରେଖ ନାଥ ଆଧ୍ୟାତ୍ମିକ ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟର ଅନେକ କବି/କବୟତ୍ରୀ ସମାଜସେବୀ, ଆଧ୍ୟାତ୍ମିକ ପ୍ରବକ୍ତା ଯୋଗଦାନ କରିଥିଲେ । ଦୁଇଟି ଅଧିବେଶନରେ ରାଜ୍ୟସ୍ତରୀୟ କବିତା ପାଠ ଏବଂ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ମହାଦେବ ଶଙ୍କର ଏବଂ ଜଗନ୍ନାଥଙ୍କ ସମ୍ପର୍କରେ ଆଧ୍ୟାତ୍ମିକ ଭାବନା ଭିତରେ ଶତାଧିକ କବି କବୟତ୍ରୀ କବିତା ପାଠ କରିଥିଲେ । ଲୋକ ସାହିତ୍ୟରେ ତନ୍ତ ମନ୍ତ୍ରର ପ୍ରଭାବ ଶୀର୍ଷକ ଆଲୋଚନାରେ ଅତିଥିମାନେ ସୁଚିନ୍ତିତ ମତବ୍ୟକ୍ତ କରିଥିଲେ । ଉକ୍ତ ସମ୍ମିଳନୀର ଉଦ୍ଘାଟକ ଭାବେ ସ୍ବାମୀ ଚିଦାନନ୍ଦ ପର୍ବତ ମହାରାଜ, ନାମ ବ୍ରହ୍ମ ସେବାଶ୍ରମ, ବେଲ ବଣ ମଠ, ଖୋରତ, ଜଗତସିଂହପୁର ଯୋଗଦେଇ ବାବା ଗୋରେଖ ନାଥଙ୍କ ମହିମା ବର୍ଣ୍ଣନା କରିଥିଲେ । ମୁଖ୍ୟ ଅତିଥି ଭାବେ ସ୍ଵତନ୍ତ୍ର ଶାସନ ସଚିବ  ନିହାର ରଞ୍ଜନ ଦାସ ଯୋଗଦେଇ ମାନବ ସମାଜ କଲ୍ୟାଣ ପାଇଁ ଆଧ୍ୟାତ୍ମିକ ସାହିତ୍ୟ ଏବଂ ସାହିତ୍ୟିକଙ୍କ ବିଷୟରେ ଗବେଷଣାତ୍ମକ ତଥ୍ୟ ଉପସ୍ଥାପନ କରିଥିଲେ । ମୁଖ୍ୟ ବକ୍ତଭାବେ ପ୍ରାକ୍ତନ ପ୍ରାଧ୍ୟାପକ ମେଜର ପୂର୍ଣ୍ଣଚନ୍ଦ୍ର ସାହୁ ଆଧ୍ୟାତ୍ମିକତା ସରଳ ଏବଂ ସୁସ୍ଥ ଜୀବନଯାପନର ମାଧ୍ୟମ ବିଷୟରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥିଭାବେ ଡ଼କ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ, ହିମାଂଶୁ ଭୂଷଣ ଜେନା, ବଟକୃଷ୍ଣ ସାହୁ, ସତ୍ୟ ପ୍ରକାଶ କର, ଡ଼କ୍ଟର ଶରତ କୁମାର ମହାରଣା ପ୍ରାଧ୍ୟାପକ, ଓଡ଼ିଆ ବିଭାଗ, ଡ଼କ୍ଟର ଲକ୍ଷ୍ମଣ ସାହୁ, ଅଧ୍ୟକ୍ଷ ଏବଂ ବରିଷ୍ଠ ସ୍ତମ୍ବକାର, ଡ଼କ୍ଟର ବିଜୟ କୁମାର ବିଶ୍ଵାଳ, ଅଧ୍ୟକ୍ଷ, ଡ଼କ୍ଟର ସ୍ନେହାଶ୍ରୀ ସ୍ୱାଇଁ, ସୁ ସାହିତ୍ୟିକା ଯୋଗଦେଇ ରାଜ୍ୟସ୍ତରୀୟ ଆଲୋଚନାଚକ୍ରରେ ମତବ୍ୟକ୍ତ କରିଥିଲେ । ନୃତ୍ୟଶିଳ୍ପୀ ସାଇ ଋତୁପର୍ଣ୍ଣା ପରିଡ଼ା ଜଗନ୍ନାଥ ଅଷ୍ଟକମରେ ସୁନ୍ଦର ନୃତ୍ୟ ପ୍ରଦର୍ଶନ କରିଥିଲେ ।ଶ୍ରୀମତୀ ସରୋଜିନୀ ରଥ, (ପ୍ରେରଣାଦାୟୀ ବକ୍ତା) ଏବଂ ଶ୍ରୀମତୀ ତପସ୍ଵିନୀ ଶାନ୍ତି (କବୟିତ୍ରୀ)ଙ୍କୁ କୈବଲ୍ୟ ସାହିତ୍ୟର ସର୍ବଶ୍ରେଷ୍ଠ ଆଧ୍ୟାତ୍ମିକ ସମ୍ମାନ ପ୍ରଦାନ କରାଯାଇଥିଲା । କୈବଲ୍ୟ ସାହିତ୍ୟ ସଂସଦର ପ୍ରତିଷ୍ଠାତା ଓ ସମ୍ପାଦକ ଡଃ ସଂଗ୍ରାମ କେଶରୀ ସାମନ୍ତରାୟ ଦୁଇଟି ଅଧିବେଶନରେ ସଭାପତିତ୍ବ କରିଥିଲେ । କବି ଏବଂ କବୟିତ୍ରୀମାନେ ଜଗନ୍ନାଥଙ୍କ ଜଣାଣ ଗାନ କରିଥିଲେ । ଦୁଇଶହରୁ ଉର୍ଦ୍ଧ ସାହିତ୍ୟିକଙ୍କୁ ବାବା ଗୋରଖନାଥ ସାରସ୍ବତ ସମ୍ମାନ ଏବଂ ପନ୍ଦର ଜଣଙ୍କୁ ବାବା ଗୋରେଖନାଥ ସେବା ସମ୍ମାନ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶହେରୁ ଅଧିକ ଗୀତା ବଣ୍ଟନ କରାଯାଇଥିଲା । କବୟିତ୍ରୀ ଯଶୋବନ୍ତି ରାଉତ, ଜଗତସିଂହପୁର, କବୟିତ୍ରୀ  ମହାସ୍ମୀତା ଓଝା ଏବଂ କବୟିତ୍ରୀ ସୁରଭି ଦ୍ବିବେଦୀ ମଞ୍ଚ ପରିଚାଳନା କରିଥିଲେ । କବି ସୁଭବ୍ରତ ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିବାବେଳେ କବୟତ୍ରୀ ପୁଷ୍ପଲତା ମିଶ୍ର ଶାନ୍ତି ପାଠ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.