ସାମିରିକ ଶକ୍ତି ବୃଦ୍ଧି କରିବା ଲକ୍ଷରେ ଚାଇନା, ବିଦେଶରେ ବଢାଇ ତାଲିଛି ବନ୍ଦର ନେଟ୍‌ୱର୍କ

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna


Udyog Nursery
Udyogi Nursery

ନୂଆଦିଲ୍ଲୀ: ଚୀନ୍ ନିଜର ଅର୍ଥନୈତିକ ଶକ୍ତି ବୃଦ୍ଧି ତଥା ନିଜର ବିସ୍ତାର କ୍ଷମତାକୁ ବ୍ୟାପକ କରିବା ପାଇଁ ବିଭିନ୍ନ ଦେଶରେ ବାଣିଜି୍ୟକ ବନ୍ଦରର ଏକ ବିଶାଳ ନେଟ୍‌ଓ୍ବର୍କ ଦ୍ରୁତ ଗତିରେ ନିର୍ମାଣ କରିଚାଲିଛି। ସମ୍ପ୍ରତି ରିପୋର୍ଟ ଅନୁଯାୟୀ ନୌସେନାର ଉପସ୍ଥିତି ଏହାର ପ୍ରମାଣ। ଦରିଆପାରି ବନ୍ଦରଗୁଡ଼ିକ ଉପରେ ଚାଇନାର ନିୟନ୍ତ୍ରଣକୁ ଚିହ୍ନଟ କରିଥିବା ଏକ ରିପୋର୍ଟ କାଉନ୍‌ସିଲ୍‌ ଅନ୍‌ ଫରେନ୍‌ ରିଲେଶନ୍ସ (ସିଏଫୃର୍‌) ପ୍ରକାଶ କରିଛି। ସେଥିରୁ କେତେକ ବନ୍ଦରରେ ନୌସେନା ଘାଟିକୁ ଦ୍ୱିଗୁଣିତ କରିବା ସାମର୍ଥ୍ୟ ରହିଛି।

ବୈଦେଶିକ ସମ୍ପର୍କ ପରିଷଦ (ସିଏଫଆର) ଥିଙ୍କ-ଟ୍ୟାଙ୍କ ଏକ ଇଣ୍ଟରାକ୍ଟିଭ୍ ରିପୋର୍ଟ ପ୍ରକାଶ କରିଛି ଯାହା ଚୀନ୍‌ର ବୈଦେଶିକ ବନ୍ଦର ଉପରେ ନିୟନ୍ତ୍ରଣକୁ ଅନୁସନ୍ଧାନ କରୁଛି, ଯାହା ମଧ୍ୟରୁ କେତେକ ନୌବାହିନୀ ମଧ୍ୟ ହୋଇପାରେ। ଆଣ୍ଟାର୍କଟିକାକୁ ବାଦ୍‌ ଦେଲେ ପ୍ରତି ମହାଦେଶରେ ବେଜିଂ ଅନୂ୍ୟନ ଗୋଟିଏ ବନ୍ଦର ପରିଚାଳନା କରୁଛି କିମ୍ବା ଏହାର ମାଲିକାନାରେ ରହିଛି। ଗତ ସେପ୍ଟେମ୍ବରରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ଚାଇନା ୧୦୧ଟି ବନ୍ଦର ପ୍ରକଳ୍ପ ସହ ସମ୍ପୃକ୍ତ ରହିଛି। ସେଥିରୁ ବର୍ତ୍ତମାନ ୯୨ଟି କାର୍ଯ୍ୟକ୍ଷମ ରହିଛି।

୨୦୧୩ରେ ଚାଇନା ଏହାର ମହତ୍ତ୍ୱାକାଂକ୍ଷୀ ବେଲ୍ଟ ଆଣ୍ଡ ରୋଡ୍‌ ଇନିସିଏଟିଭ୍‌ ଆରମ୍ଭ କରିବା ପରେ ବନ୍ଦର ନେଟ୍‌ୱର୍କ ବଢ଼ାଇଚାଲିଛି। ବେଜିଂ ଏପର୍ଯ୍ୟନ୍ତ ୬୬ଟି ଦେଶ ଓ ଅଞ୍ଚଳ ସହ ୭୦ଟି ଦ୍ୱିପାକ୍ଷିକ ଏବଂ ଆଞ୍ଚଳିକ ଜାହାଜ ଚଳାଚଳ ଚୁକ୍ତିନାମା ସ୍ବାକ୍ଷର କରିଛି। ଆମେରିକା ଭଳି ଚାଇନା ନୌସେନା ସୁପରପାୱାର ହୋଇ ନଥିଲେ ମଧ୍ୟ ଏକ ବ୍ୟବସାୟିକ ମହାଶକ୍ତି ହେବା ଉପରେ ଗୁରୁତ୍ୱ ଦେଉଛି। ତେବେ ଏହି ଦରିଆପାରି ବନ୍ଦର ମଧ୍ୟରୁ କେତେକକୁ ବେଜିଂ ସାମରିକ ଉଦ୍ଦେଶ୍ୟରେ ବ୍ୟବହାର କରିପାରିବ ନା ନାହିଁ ସେନେଇ ଏବଂ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।



Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.