ତୁଳାପଡାରେ ନର୍ଲା ବ୍ରାହ୍ମଣ ସମାଜର ବୈଠକ

ବ୍ରାହ୍ମଣମାନେ ସୁସଙ୍ଗଠିତ ହେବାର ସମୟ ଉପନୀତ -ବଦ୍ରୀପ୍ରସାଦ ମିଶ୍ର, ସଭାପତି ନର୍ଲା ବ୍ରାହ୍ମଣ ସମାଜ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ତୁଳାପଡା ବିଜୟାନନ୍ଦ କଲେଜର ସମ୍ମେଳନ କକ୍ଷରେ ନର୍ଲା ବ୍ରାହ୍ମଣ ସମାଜର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ରବିବାର (୧୯|୧୧) ବ୍ଲକ ସଭାପତି ବଦ୍ରୀପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉପସଭାପତି ଦେବପ୍ରସାଦ ଷଢଙ୍ଗୀ, ସାଧାରଣ ସମ୍ପାଦକ କିଶୋରଚନ୍ଦ୍ର ତ୍ରିପାଠୀ, ସଂଗଠନ ସମ୍ପାଦକ ବିଜୟ କୁମାର ପଣ୍ଡା, ପର୍ଶୁରାମ ବାହିନୀର ସଂଯୋଜକ ସମୀର ଚାନ୍ଦ, ଜନାର୍ଦ୍ଦନ ପାଢ଼ୀ ପ୍ରମୁଖ ମଞ୍ଚ।ସୀନ ରହି ମାର୍ଗଦର୍ଶନ ଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଭଗବାନ ପର୍ଶୁରାମଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରିଥିଲେ କର୍ମକର୍ତ୍ତା । ସଂଗଠନର ଉପସଭାପତି ଦେବପ୍ରସାଦ ଷଢଙ୍ଗୀ ମଙ୍ଗଳାଷ୍ଟକ ପାଠ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ । ରଥପ୍ରସାଦ ପାଢ଼ୀ ପୁରୁଷସୁକ୍ତ ଗାନ କରିଥିଲେ । ଏହାପରେ ସଂଗଠନ ର ଅଭିବୃଦ୍ଧି ବିଷୟରେ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିବା ଲିଙ୍ଗରାଜ ମିଶ୍ର, ବିଷ୍ଣୁଚରଣ ବଡ଼ପଣ୍ଡା, ଅଜୟ ନନ୍ଦ, ସମୀର ଚାନ୍ଦ, ସଞ୍ଜୟ ଦାସ, ପ୍ରେମଲାଲ ପଣ୍ଡା, ମନ୍ମୟ ଚାନ୍ଦ, ଶିବ ତ୍ରିପାଠୀ ପ୍ରମୁଖ ସଂଗଠନ ହିତରେ ବିଭିନ୍ନ ପ୍ରସ୍ତାବ ରଖିଥିଲେ । ବ୍ରାହ୍ମଣ ସମାଜର ବରିଷ୍ଠ ସଦସ୍ୟ ସାମ୍ବାଦିକ ମନୋଜ ଷଢଙ୍ଗୀ ମଞ୍ଚ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନୀଳମଣି ଖଡଙ୍ଗା, ବନମାଳୀ ଖଡଙ୍ଗା, ମଣ୍ଟୁ ସାମନ୍ତରାୟ, ମାୟା ତ୍ରିପାଠୀ, ବାସୁଦେବ ପାଢ଼ୀ, ରମାକାନ୍ତ ପାଣ୍ଡେ, ବିନାୟକ ପାଢ଼ୀ, ନିକୁଞ୍ଜ ପାଢ଼ୀ, ରଞ୍ଜନ ମିଶ୍ର, ଲକ୍ଷ୍ମୀକାନ୍ତ ମହାପାତ୍ର, ଉମାଶାଙ୍କର ପାଣ୍ଡେ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ଶେଷରେ ସାଧାରଣ ସମ୍ପାଦକ କିଶୋରଚନ୍ଦ୍ର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.