ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିନରେ ଥିବା ଓ ବୃନ୍ଦାବାହାଲ କ୍ଲଷ୍ଟର ବୈଜଲପୁର ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ସୋମବାର ତିନି ଦିନିଆ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଉଦଘାଟିତ ହୋଇଛି।ଗୋଲାମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଭବାନୀ ଶଙ୍କର ଯୋଶୀ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ କଳାହାଣ୍ଡି ଭବାନୀପାଟଣାର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଅଚ୍ୟୁତାନନ୍ଦ ମଲ୍ଲିକଙ୍କ ଦ୍ଵାରା ଏହା ଉଦଘାଟିତ ହୋଇଥିଲା। ଏଥିରେ ଗୋଲାମୁଣ୍ଡା ବ୍ଲକର ବିଭିନ୍ନ କ୍ଲଷ୍ଟରରୁ ୨୮ଜଣ ଶିକ୍ଷକ ଅଂଶ ଗ୍ରହଣ କରିଥିଲେ। ସାଧନ କର୍ମୀଭାବରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ କଳାହାଣ୍ଡି ଭବାନୀପାଟଣାର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଅଚ୍ୟୁତାନନ୍ଦ ମଲ୍ଲିକ, ଶିକ୍ଷକ ପ୍ରଶିକ୍ଷକ ରାଜେଶ କୁମାର ଭୋଇ , ସିଆରସିସି ଖଲିଆପାଲି ରେଖେରାମ ନାଏକ, ସିଆରସିସି ଗ୍ରୀଣ୍ଡୋଲ ଗଜିନ୍ଦ୍ର ନାଏକ, ସିଆରସିସି ବୃନ୍ଦାବାହାଲ ରାଜେନ୍ଦ୍ର ତାନ୍ତି ଆରପି ଭାବରେ ଦାୟିତ୍ଵ ତୁଲାଇଥିଲେ। ବୈଜଲପୁର ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ବିଶେଷ ସହଯୋଗ କରିଥିବା ବେଳେ ସିଆରସିସି ରାଜେନ୍ଦ୍ର ତାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.