ଓଡ଼ିଆ ବାର୍ତ୍ତା/ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ରେଙ୍ଗାଲିଠାରେ ଜୟ ଲକ୍ଷ୍ମୀ କ୍ଳବ ଆନୁକୂଲ୍ୟରେ ୨ୟ ବର୍ଷ ଉପଲକ୍ଷେ ରାବଣ ଦରବାର ଆୟୋଜିତ ହୋଇଛି। ଏହି ଦରବାରରେ ନାଟକ ସୀତା ସ୍ୱୟଂମ୍ବର ମଞ୍ଚସ୍ଥ ହୋଇଥିଲା। ଉତ୍ସବରେ ସଇଁତଳା ବ୍ଲକ ସାମ୍ବାଦିକ ପ୍ରମୋଦ କୁମାର ସେଲମା, ତରୁଣ ବେହେରା, ନାରାୟଣ ସାହୁ, ଅବିନାଶ ନନ୍ଦ ଓ ରଞ୍ଜନ ବାଗ ପ୍ରମୁଖ ଯୋଗଦାନ କରିଥିଲେ। ସାମ୍ବାଦିକମାନଙ୍କୁ କମିଟି ତରଫରୁ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କମିଟି ସଭାପତି ଶ୍ରୀକୃଷ୍ଣ ପଟେଲ ସଭାର ଅଧ୍ୟକ୍ଷତା କରିଥିବାବେଳେ ସଦସ୍ୟ କୌତୁକ ପଟେଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହାର ଉଦଘାଟନୀ ଉତ୍ସବ ୮୪ ଘର ଅଘରିଆ ସମାଜ ଜିଲ୍ଲା ସଭାପତି ଶୁଭ୍ରାଂଶୁ ଶେଖର ପଟେଲ, ଭାଳେର ମଣ୍ଡଲ ସଭାପତି ରାଜ କିଶୋର ନାଏକ, ମହେନ୍ଦ୍ର ପଟେଲ, ଭାଗବତ ପ୍ରସାଦ ପଟେଲ, ପଞ୍ଚୁ ପଟେଲ ଓ ପ୍ରମୋଦ ପଟେଲ ପ୍ରମୁଖ ଯୋଗଦାନ କରି ରାବଣ ଦରବାରକୁ ଉଦଘାଟନ କରିଥିଲେ। ଏହି ଉତ୍ସବରେ ମିନାବଜାର ସାଙ୍ଗକୁ ବିଭିନ୍ନ ଦୋକାନ ବଜାର ଲାଗିଛି। ରାବଣ ଦରବାର ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଆୟୋଜକ କମିଟି ସୂତ୍ରରୁ ସୂଚନା ରହିଛି। ଗୋପୀନାଥ, ନିତାଇ, ରାଜ କୁମାର, ସର୍ଜନ, ବାଳକୃଷ୍ଣ, ଜଗତ, ଚନ୍ଦନ, ରଘୁନାଥ, ସ୍ୱାଗତ, ପିଣ୍ଟୁଙ୍କ ସମେତ କମିଟି ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।