ଜୟ ପ୍ରକାଶ ସାନ୍ଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଘାଟିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ଜୟ ପ୍ରକାଶ ସାନ୍ଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ନୂଆ ଓ ‘ଯୁବ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଭୁବନ ମୋହନ ଠାକୁରଙ୍କ ଅଧ୍ଯକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଅର୍ଥନୀତି ଅଧ୍ୟାପକ ଏସଭି ଭାରାଣସି ମଞ୍ଚ ପରିଚାଳନା କରିଥିଲେ । କଲେଜର ଅଧ୍ୟକ୍ଷ ଶ୍ରୀ ଠାକୁର ସ୍ବାଗତ ଭାଷଣ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରତିପାଦନ କରିଥିଲେ। ରାଜ୍ୟ ସରକାରଙ୍କ ଏହି ଛାତ୍ର ମଙ୍ଗଳ କାର୍ଯ୍ୟକ୍ରମରେ ଛାତ୍ରଛତ୍ରୀ ମାନଙ୍କ ମାନସିକ, ବୌଦ୍ଧିକ ଓ ଶାରୀରିକ ବିକାଶ ହେବ। ଛାତ୍ରଛତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ କଲେଜ ଗୁଡିକରେ ରାଜ୍ୟ ସରକାରଙ୍କର ଏହି ଛାତ୍ରଛାତ୍ରୀ ଦକ୍ଷତା ବୃଦ୍ଧି କାର୍ଯ୍ୟକମ ଅନୁଷ୍ଠିତ ହେଉଛି। ବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀ ପ୍ରଦୀପ, ରଥବାବୁ, ପ୍ରଦ୍ୟୁମ୍ନ ଦୁର୍ଗା ବେହେରା, ଗୁଣ, ଜଳ, କରୁଣା , ହିମାଂଶୁ , ଭାଟିବାବୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସୋମବାର ୧୧/୧୨ ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକମ ଆସନ୍ତା ୧୮/୧୨ ଯାଏଁ ଚାଲିବ। ଏଥିରେ ଖେଳ ବିଭାଗ ରେ ଫୁଟବଲ, ଭଲିବଲ୍, ଦୌଡ଼, ବେଡମିନ୍ତନ୍, ଲମ୍ବା ଡ଼ିଆଁ, ଉଚ୍ଚ ଡିଆଁ ପ୍ରଭୃତି ରହିଥିବା ବେଳେ ସାସ୍କୃତିକ କାର୍ଯ୍ୟକମ ଗୁଡିକ ମଧ୍ୟରେ ନାଚ, ଗୀତ, ଡ୍ରାମା, ବକ୍ତୃତା, ପ୍ରବନ୍ଧ ପ୍ରତିଯୋଗୀତା ଅନୁଷ୍ଠିତ ହେବ। ସାମାଜିକ କାର୍ଯ୍ୟକ୍ରଗୁଡ଼ିକ ମଧ୍ୟରେ ସ୍ବଚ୍ଛତା, ରାସ୍ତା ସଫେଇ, ଶିକ୍ଷା ସଚେତନତା, ସ୍ବାସ୍ଥ୍ୟ ସଚେତନତା, ନିଶା ନିବାରଣ ପ୍ରଭୃତି କାର୍ଯ୍ୟକ୍ରଗୁଡ଼ିକ ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ହେବ। ଏନେଇ ମଞ୍ଚରେ ଅଧ୍ୟକ୍ଷ ଶ୍ରୀ ଠାକୁର ଘୋଷଣା କରିଥିଲେ। ସମନ୍ଵିତ ଯୁବ ବିକାଶ ଯୋଜନା (ଆଇୱାଇଡିପି) ଅଧିନରେ ରାଜ୍ୟ ସରକାର ଏହି ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଏଥିରେ ଛାତ୍ରଛାତ୍ରୀଙ୍କ ମାନସିକ ଓ ଶାରୀରିକ ଦକ୍ଷତାର ବିକାଶ ହେବ। ରାଜ୍ୟ ସରକାର ଏଥିପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେଇ ଯୋଜନା ପ୍ରଣୟନ କରିଛନ୍ତି। ଆଜି କାର୍ଯ୍ୟକ୍ରମ ର ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥଲେ। ଉଦଘାଟନୀ ଦିବସରେ ନୃତ୍ୟ, ଗୀତ, ହସ୍ୟତ୍ମକ ଏକକ ଅଭିନୟ, ଝୋଟି, ପାରମ୍ପରିକ ରୋଷେଇ, ବାଲୁକା କଳା ପ୍ରଭୃତି ଛାତ୍ରଛାତ୍ରୀ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ପ୍ରବୀଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.