ମୋଟେରରେ ଖରିଫ ଧାନ ମଣ୍ଡି ଶୁଭାରମ୍ଭ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଚାରବାହାଲ ପ୍ରାଥମିକ କୃଷି ସମବାୟ ସମିତି ଲିଃ ଅଧିନରେ ଥିବା ମୋଟେର ମଣ୍ଡି ଠାରେ ଖରିଫ ଧାନ କ୍ରୟ ନିମନ୍ତେ ମଙ୍ଗଳବାର ଧାନ ମଣ୍ଡିର ଶୁଭାରମ୍ଭ ହୋଇଛି। ଚାରବାହାଲ ପେକ୍ସ ସଭାପତି ମହେଶ କୁମାର ପଣ୍ଡା, ଚାଷୀ ନେତା ଦେବେନ୍ଦ୍ର କୁମାର ପଟ୍ଟଯୋଶୀ, ଧାନ କ୍ରୟ ଅଧିକାରୀ ମୋହିତ କୁମାର ବେହେରା, ଡିଇଓ ବୈଷ୍ଣବ ଗୋପାଳ,ଆରଏମସି କର୍ମଚାରୀ ମାଧବ ଧଙ୍ଗଡ଼ାମାଝୀ, ମୋହନ ନାଏକ,ଚାଷୀ କମିଟିର ଲବ ନାଏକ, ପରମେଶ୍ୱର ବାଗ,ବଡି ସତୀଶ,ପର୍ଶୁରାମ ଭଇଁସାଲ,ତପନ ମୁଣ୍ଡ ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଅବସରରେ ଚାଷୀ ମୋହନ ଦଳପତି, ଗୌରୀ ଦଳପତି, ପରମେଶ୍ୱର ଭଇଁସାଲ, ଧବଳେଶ୍ୱର ଦଳପତି, ବିଶେଶ୍ୱର ଦଳପତି ପ୍ରମୁଖ ସମେତ କୁସୁସଖୁଣ୍ଟି, ମୋଟେର, ଖୁଟୁଲୁଗୁଡା, ବାଟିଗୁଡା, ଜଲତାମୁଣ୍ଡାର ଚାଷୀମାନେ ଉପସ୍ଥିତ ରହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.