ମଦ୍ୟପାନ କରି ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା; ରଥସାହି ଡ଼ିବାଇଡରରେ ବାଡେଇ ହେଲା ଟ୍ରକ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ଏନଏସି ମୂଖ୍ୟ ରାସ୍ତାର ରଥ ସାହି ଛକରେ ଛତିଶଗଡ଼ରୁ ଟମାଟୋ ଲୋଡ଼ କରି ଏକ ଟ୍ରକ (ଓଡି ୦୫ ବି- ଏଫ୍ ୬୪୮୮, ପୁରୁଷୋତ୍ତମପୁର ଏ ଡି ନାମକ ଏକ ହୋଲସେଲ ପରିବା ବ୍ୟବସାୟୀଙ୍କୁ ଟମାଟ ଦେବାକୁ ଆସୁଥିଲା ବେଳେ ଡ୍ରାଇଭର ଅତ୍ୟଧିକ ମଦ୍ୟପାନ କରି ଦୃତଗତିରେ ଗାଡ଼ି ଚଳାଇ ଯାଉଥିବା ସମୟରେ ଏକ ଦୁର୍ଘଟଣାରୁ ବର୍ତ୍ତୀ ଡ଼ିବାଇଡରକୁ ବାଡେଇ ହୋଇ ଯାଇଛି। ସେହି ଘଟଣାକୁ ଦେଖି ଉପସ୍ଥିତ ଲୋକମାନେ ଭୟଭୀତ ହୋଇ ଯାଇଛନ୍ତି। ଜନଗହଳିପୂର୍ଣ ମେଡିକାଲ ଛକଠାରେ ଗୋଟିଏ ବତୀଖୁଣ୍ଟକୁ ଲଗାଇ ଦେଇ ରଥସାହି ଛକ ଡିଭାଇଡେରକୁ ବାଡେଇ ଝୁଲି ରହିଥିବା ଟ୍ରକଟି ଏକ ଆସୁ ବିପଦରୁ ରକ୍ଷା ପାଇ ଯାଇଛି। ଯାହା ଫଳରେ ବହୁତ ବଡ଼ ବିପତ୍ତିରୁ ଜନସାଧାରଣ ବଞ୍ଚି ଯାଇଛନ୍ତି। କିଛି ଦିନ ତଳେ ସ୍ତାନୀୟ ପୋଲିସ ସଡକ ସୁରକ୍ଷା ଦିବସ ପାଳନ କରି ମଦ ନପିଇ ଗାଡ଼ି ଚଲେଇବା, ଦୃତଗତି ମହାବିପତି ନାରା ଦେଇ ସହର ପରିକ୍ରମା କରିଥିଲେ। କିନ୍ତୁ ତାହା କେତେ ଦୂର କାର୍ଯ୍ୟ କାରୀ ତାହା ଜନ ସାଧାରଣଙ୍କ ମନରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୋଲିସ ପ୍ରଶାସନ ନିୟମିତ ଧର ପଗଡ଼ କରିଥିଲେ ଆଜିର ଏହି ଭଳି ଦୁର୍ଘଟଣା ହୋଇନଥାନ୍ତା ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ଦୁର୍ଘଟଣା ପରେ ପୋଲିସ ପହଞ୍ଚି ଡ୍ରାଇଭର ଓ ଗାଡିକୁ ଥାନାରେ ଆଣିବା ସହ ଡ୍ରାଇଭରକୁ ପଚରା ଉଚରା କରିଥିବା ଜଣାପଡିଛି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.