ଶ୍ରୀ ରାମ ଜୀଉ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସ୍ବର୍ଗତ ଶୈଳେନ୍ଦ୍ର ଆଚାର୍ଯ୍ୟଙ୍କ ଶୋକ ସଭା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଶ୍ରୀ ରାମ ଜୀଉ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ସ୍ବର୍ଗତ ନାଟ୍ୟ ନିର୍ଦ୍ଦେଶକ, ଗବେଷକ, ସଂସ୍କୃତିବିତ୍ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କ ଶୋକ ସଭା ଅନୁଷ୍ଠାନର ସଭାପତି ଜୀବେଶ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଶୋକାକୁଳ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଛି।ଶ୍ରୀ ରାମ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ପାଦକ ବୀରେନ୍ଦ୍ର ରଥ ପ୍ରାରମ୍ଭିକ ସୂଚନା ଦେବା ପରେ ସଭାପତି ଶ୍ରୀ ପଣ୍ଡା ସ୍ୱର୍ଗତ ଶୈଳେନ୍ଦ୍ର ଆଚାର୍ଯ୍ୟଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଏବଂ ଦୀପ ପ୍ରଜ୍ବଳନ କରିଥିଲେ। ଉପସଭାପତି ଲଳିତ ମହାଲିକ, ସାଂସ୍କୃତିକ ସମ୍ପାଦକ ଶ୍ରୀପତି ପଟ୍ଟନାୟକ, ଜୟନ୍ତ କୁମାର ନାୟକ, ସହ ସମ୍ପାଦକ ପ୍ରଦୀପ ସିଂଙ୍କ ସମେତ ଉପସ୍ଥିତ ସମସ୍ତ ସଦସ୍ୟା/ସଦସ୍ୟ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ। ଏହାପରେ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରିବା ପରେ ଉପସ୍ଥିତ ବରିଷ୍ଠ ସଦସ୍ୟ ପ୍ରମୁଖ ତାଙ୍କ ଅବର୍ତ୍ତମାନରେ ଶ୍ରୀ ରାମ ଜୀଉ ସାଂସ୍କୃତିକ ଅନୁଷ୍ଠାନ ପାଇଁ କେବଳ ନୁହେଁ ଜିଲ୍ଲା ତଥା ରାଜ୍ୟର ଏକ ବିରାଟ କ୍ଷତି ବୋଲି ମତ ପ୍ରକାଶ କରି ଥିଲେ। କାର୍ଯ୍ୟକ୍ରମରେ ସମସ୍ତ ସଦସ୍ୟ/ ସଦସ୍ୟା ଉପସ୍ଥିତ ରହି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.