ରିଷିଗାଁ କ୍ଲଷ୍ଟରରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ରିଷିଗାଁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବୈକୁଣ୍ଠ ବେମାଲଙ୍କ ନେତୃତ୍ୱରେ ସଦର ବ୍ଲକ ଅନ୍ତର୍ଗତ ରିଷିଗାଁ ଉଚ୍ଚ ବିଦ୍ୟାଳୟରେ ନବାଗତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଚାରୀ ଶବରଙ୍କ ସ୍ୱାଗତ ସମ୍ବର୍ଦ୍ଧନା ମହାସମାରହୋରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହୃଷିକେଶ ନାଏକ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ପ୍ରାଥମିକ ଶିକ୍ଷାର ଆବଶକ୍ୟତା ଉପରେ ଗୁରୁତ୍ୱାରୋପ କରି ଥିଲେ। ଅନ୍ୟତମ ସମ୍ମାନିତ ଅଥିତି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟ କୁମାର ମାଝୀ ଏଫ୍ଏଲ୍ଏନ୍ ସମ୍ବଦ୍ଧରେ ମାର୍ଗଦର୍ଶନ କରିଥିଲେ। ନଵାଗତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଶବରଙ୍କୁ ସିଆରସିସି ଶ୍ରୀ ବେମାଲଙ୍କ ସମେତ ସମସ୍ତ ପ୍ରଧାନଶିକ୍ଷକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରାଥମିକ ଶିକ୍ଷାରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। କେନ୍ଦ୍ର ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅନିତା ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ, ଅନ୍ୟମାନଙ୍କ ଭିତରେ ପ୍ରଧାନଶିକ୍ଷୟିତ୍ରୀ ନଳିନୀ କହଁର, ଶିକ୍ଷକ ଆନୟତ ଉଲ୍ଲା ଖାଁ ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ଅଶୋକ କୁମାର ସାହୁ ପରିଚାଳନା କରିଥିଲେ। ଶେଷରେ ସିଆରସିସି ଶ୍ରୀ ବେମାଲ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.