ଖ୍ରୀଷ୍ଟିଆନ ପାଷ୍ଟର ପ୍ରଭାତ ଦିଗାଲଙ୍କ ପରଲୋକ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁରର ବହୁ ପରିଚିତ ଖ୍ରୀଷ୍ଟିଆନ ପାଷ୍ଟର ପ୍ରଭାତ କୁମାର ଦିଗାଲ (୫୪) ଙ୍କ ପରଲୋକ ଘଟିଥିବାରୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ସ୍ବର୍ଗତ ଦିଗାଲ ଦୀର୍ଘ ୨୩ ବର୍ଷ ଧରି ଖ୍ରୀଷ୍ଟିଆନ ଧର୍ମ ପ୍ରଚାର ସହିତ ବୃଦ୍ଧା ଶ୍ରମ ଓ ଶିଶୁ ଶ୍ରମରେ ନିଷ୍ଠାର ସହ ସେବା ଯୋଗାଇ ଆସିଥିଲେ। ସ୍ଵଚ୍ଛ ଭାରତ ସଂଗଠନ, କୋଶଳ ହାଇସ୍କୁଲ ସମେତ ବିଭିନ୍ନ ସାମାଜିକ ସଂଗଠନରେ ସାମିଲ ରହି ଜଣେ ଶୃଙ୍ଖଳିତ ସଭ୍ୟ ଭାବେ କାର୍ଯ୍ୟ କରି ସବୁଠି ପରିଚୟ ସୃଷ୍ଟି କରିଥିଲେ। ଜିଲ୍ଳା ପ୍ରଶାସନର ଗାନ୍ଧୀ ଜୟନ୍ତୀ ଓ ବିଭିନ୍ନ ଉତ୍ସବ ସମେତ ବେସରକାରୀ ସଂସ୍ଥା ମାନଙ୍କରେ ମଧ୍ଯ ଶ୍ରୀ ଦିଗାଲ ସର୍ବ ଧର୍ମ ପ୍ରାର୍ଥନା କାର୍ଯ୍ୟକ୍ରମରେ ସକ୍ରିୟ ସାମିଲ ରହି ସାରା ବିଶ୍ଵକୁ ସର୍ବ ଧର୍ମର ଏକତା ଓ ଭାଇଚାରାର ବାର୍ତ୍ତା ପହଞ୍ଚାଇବାରେ ଉଲ୍ଲେଖନୀୟ ଭୂମିକା ରଖି ପାରିଥିଲେ। ପଟାଭାଡ଼ି ଚର୍ଚ୍ଚର ସଭାପତି ପୁର୍ଣ୍ଣ ଚନ୍ଦ୍ର ଲିମା, ସମ୍ପାଦକ ଏଲ ପ୍ରେମାନିଧି, ରାକେଶ ନାଗ, ସରୋଜ ବାଗ, ବଲାଙ୍ଗିରର ପାଷ୍ଟର ସିଂଙ୍କ ସମେତ ପାଖ ପଡୋଶୀ ଜିଲ୍ଲାର ଖ୍ରୀଷ୍ଟିଆନ ଓ ବିଭିନ୍ନ ଧର୍ମର ଲୋକେ ଯୋଗ ଦେଇ ସ୍ୱର୍ଗୀୟ ଦିଗାଲଙ୍କ ଅନ୍ତିମ ଦର୍ଶନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.