୨୩ରେ ଏଚଏଲଏ ଶିବିର

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ଖରିଆର ରୋଡ ଅଗ୍ରେସନ ଭବନରେ ମାରୱାଡି ଯୁବା ମଞ୍ଚ ଜାଗୃତି ଶାଖା ପକ୍ଷରୁ ଥାଲାସେମିଆ ଓ ବଡ଼ ସିକ୍ଲିଂ ରୋଗୀଙ୍କ ପାଇଁ ଏଚ.ଏଲ.ଏ (ହ୍ୟୁମାନ ଲ୍ୟୁକୋସାଇଟ ଆଣ୍ଟିଜେନ) ଶିବିର ଆସନ୍ତା ୨୩ ତାରିଖରେ ଅନୁଷ୍ଠିତ ହେବ । ଏ ନେଇ  ଅଗ୍ରେସନ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ମୁମ୍ବାଇର ଡ଼ା ଶାନ୍ତନୁ ସେନ ଓ ବି ଏମ ଟି ସଂଯୋଜକ ଜ୍ୟୋତି ଟଣ୍ଡନଙ୍କ ନେତୃତ୍ୱରେ ଥାଲାସେମିଆ ଓ ବଡ଼ ସିଂକ୍ଲିଂ ରୋଗୀଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହେବ | ଶହେ ପ୍ରତିଶତ ଏଚ. ଏଲ. ଏ ମ୍ୟାଚ କରୁଥିବା ପିଲାମାନଙ୍କର ଅସ୍ଥି ମଜ୍ଜା ପ୍ରତିରୋପଣ ମୁମ୍ବାଇ କୋକିଲାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ମାଗଣାରେ କରାଯିବ | ୧୧ ବର୍ଷରୁ କମ ପିଲାମାନେ ଏଥିରେ ପରୀକ୍ଷା କରିପାରିବେ | ରୋଗୀଙ୍କୁ ତାଙ୍କର ମା, ବାପା ଓ ନିଜର ଭାଇ ଓ ଭଉଣୀ ସହିତ ଆସି ସ୍ବାସ୍ୟ ଶିବିରରେ ଟେଷ୍ଟ କରାଇବାକୁ ପଡିବ ଓ ସମସ୍ତଙ୍କର ଆଧାର କାର୍ଡ ଓ ଜନ୍ମ ପ୍ରମାଣ ପତ୍ର ଆବଶ୍ୟକ | ପିଲାମାନଙ୍କ ଅସ୍ଥି ମଜ୍ଜା ପ୍ରତିରୋପଣ କରିବାକୁ ଇଛୁକ ଥିବା ବ୍ୟକ୍ତି ଶିବିରରେ ଆସି ନାମ ପଞ୍ଜିକରଣ କରନ୍ତୁ ନ ହେଲେ ଅନଲାଇନରେ ମଧ୍ୟ ଏହାର ରେଜିଷ୍ଟ୍ରସନ ଗ୍ରହଣୀୟ ଅଟେ | ପଞ୍ଜିକରଣରେ ଦୁଇଟି ସକ୍ରିୟ ମୋବାଇଲ ନମ୍ବର ଅତି ଆବଶ୍ୟକୀୟ ଅଟେ | ଏହି ସାମ୍ବାଦିକ ସମ୍ମିଳନୀରେ ମାରୱାଡି ଯୁବା ମଞ୍ଚ ଜାଗୃତି ଶାଖାର ସଭାନେତ୍ରୀ ସନ୍ତୋଷ ଅଗ୍ରୱାଲ, ସମ୍ପାଦିକା ରିଚା ଅଗ୍ରୱାଲ, ଉପ ସଭାନେତ୍ରୀ କାନ୍ତା ଜୈନ, ସହ ସମ୍ପାଦିକା ଜ୍ୟୋତି ଅଗ୍ରୱାଲ, କୋଷାଧକ୍ଷା ସୁମନ ଜୈନ, ସସ୍ମିତା ଅଗ୍ରୱାଲ, ସଂଗୀତ ଅଗ୍ରୱାଲ, ରେଣୁ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.