ହାଭେଲ୍ସ ୱାର୍ଲ୍ଡ ଅଫ ଏକ୍ସପିରିଏନ୍ସ ଶୋ ରୁମ ଉଦ୍ଘାଟନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସୋନପୁର ବଲାଙ୍ଗିର ରୋଡ଼ ଠାରେ ଥିବା ପରେଶ ସେଲ୍ ୱାର୍ଲ୍ଡ ଠାରେ ହାଭେଲ୍ସ ଲୟେଡ୍ ୱାର୍ଲ୍ଡ ଅଫ ଏକ୍ସପିରିଏନ୍ସର ନୂଆ ଶୋ ରୁମ୍ ଉଦ୍ଘାଟନ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଶ୍ରୀ ଦାମୋଦର କୈବର୍ତ୍ତ (ଅଧିକ୍ଷଣ ଯନ୍ତ୍ରୀ ପୂର୍ତ୍ତ ବିଭାଗ ସୁବର୍ଣ୍ଣପୁର) ଯୋଗ ଦେଇ ଏହି ଶୋ ରୁମ୍ ବା ବ୍ୟବସାୟ କେନ୍ଦ୍ରକୁ ଶୁଭ ଉଦ୍ଘାଟନ କରି ଏହାର କ୍ୱାଲିଟିକୁ ପ୍ରଶଂସା କରି ସଫଳତା କାମନା କରିଥିଲେ। ସମ୍ମାନିତ ଅତିଥି ଭାବେ ଦେବାଶିଷ ମିତ୍ର ଏଭିପି ହାଭେଲ୍ସ ଲୟେଡ ଲିମିଟେଡ ଭୁବନେଶ୍ୱର, ସୋନପୁର ବିଡିଓ ସୌମ୍ୟ ରଞ୍ଜନ ସ୍ବାଇଁ, ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଆଇନଜିବୀ ପ୍ରଦୀପ ପୁରୋହିତ ଯୋଗ ଦେଇ କମ୍ପାନୀର ଗୁଣାତ୍ମକ ମାନର ଦ୍ରବ୍ୟ ସହିତ ପ୍ରତ୍ୟେକ ଖାଉଟି ବା ଗ୍ରାହକଙ୍କ ପାଖରେ ଉତ୍ତମ ସେବା ଓ ଠିକ ସମୟରେ ସେବା ଯୋଗାଉ ଥିବା କାର୍ଯ୍ଯ ପାଇଁ କମ୍ପାନୀକୁ ପ୍ରଶଂସା କରିଥିଲେ ଏବଂ ଏହି ସେବା ଜାରି ରଖି ନିଜର ଓ ବ୍ୟବସାୟ କେନ୍ଦ୍ର ଓ କମ୍ପାନୀ ଉପରେ ବିଶ୍ୱାସ ଓ ଭରସା ବଢାଇବାକୁ ପରାମର୍ଶ କରିଥିଲେ। ଏହି ଉଦଘାଟନୀ ଉତ୍ସବରେ ସହରର ବହୁ ବୁଦ୍ଧିଜିବୀ, ମିଡିଆ, ବ୍ୟବସାୟୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଶୋ ରୁମ୍ ପ୍ରୋପାଇଟର ତଥା ଡିଷ୍ଟ୍ରିବୁଟର ପରେଶ ମେହେରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳନା କରଯାଇଥିଲା ବେଳେ ସ୍ବଚ୍ଛ ଭାରତ ଓ ମର୍ଣିଂ ୱାକର କର୍ମକର୍ତା ଯୋଗ ଦେଇ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.