ନବାଗତ ଛାତ୍ରୀଙ୍କ ପାଇଁ ଆଗମନ ଉତ୍ସବ ପାଳନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ବିଜୁ ପଟ୍ଟନାୟକ ଡ଼ିଗ୍ରୀ ମହିଳା ମହାବିଦ୍ୟାଳୟର ପ୍ରଥମ ବର୍ଷର ନବାଗତ ହଷ୍ଟେଲ ଛାତ୍ରୀଙ୍କୁ ଆଗମନ ଉତ୍ସବ ମାଧ୍ୟମରେ ସ୍ୱାଗତ କରାଯାଇଥିଲା। ଏଥିରେ ଜଗନ୍ନାଥ ସଂସ୍କୃତି ଓ ସୁବର୍ଣ୍ଣପୁର ଇତିହାସ ଉପରେ ଆଲୋଚନା କରଯାଇଥିଲା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ କଲେଜ ପରିଚାଳନା କମିଟି ର ସଭାପତି ଅଭିମନ୍ୟୁ କୁଶଳ ଯୋଗ ଦେଈ ଛାତ୍ରୀଙ୍କୁ ତାଙ୍କ କ୍ୟାରିଅରର ଶୁଭ ଓ ସଫଳତା କାମନା କରିଥିଲେ। ମୂଖ୍ୟ ବକ୍ତା ଭାବେ ଐତିହାସିକ ସୁଦାମ ନାଏକ ଯୋଗ ଦେଇ ଜଗନ୍ନାଥ ସଂସ୍କୃତି ଓ ସୋନପୁର ଇତିହାସ ଉପରେ ବିସ୍ତାର ଭାବେ ଆଲୋଚନା କରିଥିଲେ। ଛାତ୍ରୀ ଓ ଅଧ୍ୟାପକଙ୍କ ପକ୍ଷରୁ ବିଭିନ୍ନ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଥିଲା। ଡ଼ିଗ୍ରୀ କଲେଜର ସମସ୍ତ ଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଗୀତ ନାଚ ପରିବେଷଣ କରାଯାଇଥିଲା। ଅଧ୍ୟକ୍ଷା ରିତାରାଣୀ ପୁଝାରୀଙ୍କ ସଭାପତିତ୍ବରେ ସଭା ଅନୁଷ୍ଟିତ ହୋଇଥିବା ବେଳେ ଅଧ୍ୟାପିକା ପୁର୍ଣିମା ମିଶ୍ର, ବରିଷ୍ଠ କିରାଣୀ ଚେର ବୁଈ ହୋତା ଅତିଥି ଭାବେ ଯୋଗ ଦେଇଥିଲେ। ସିନିଅର ଛାତ୍ରୀ ଶୀବାନି ପଣ୍ଡା ସଭା ସଂଯୋଜନା କରିଥିବା ବେଳେ ଇଂରାଜୀ ଅଧ୍ୟାପକ ମଦନ ସୁନ୍ଦର କ୍ଷେତୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅଧ୍ୟାପକ ଦୁଃଖିଶ୍ୟାମ ମେହେର ଉତ୍ସବର ଆଭିମୁଖ୍ୟ ଉପରେ ଆଲୋଚନା କରିଥିବା ବେଳେ ମଦନ ପଣ୍ଡା, ପ୍ରଦୀପ୍ତ ଦାଶ ସହଯୋଗ କରିଥିଲେ। ଏହି ଅବସରରେ ହଷ୍ଟେଲର ରୋଷେୟା ଶ୍ରୀ ଦେବୀ ଓ ଭୁଦେବୀ ଉଭୟଙ୍କୁ ସମ୍ୱର୍ଦ୍ଧନା କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.