ହମେଇଗାଣ୍ଡା ଓ ତୋଳକଣା ଗ୍ରାମରେ ବିଦ୍ୟୁତ ଏବଂ ପାନୀୟ ଜଳ ସଂଙ୍କଟ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଗ୍ରୀଷ୍ମ ଋତୁ ଆରମ୍ଭରୁ ରାୟଗଡା ଜିଲ୍ଳାରେ ଦେଖାଗଲାଣି ପାନୀୟ ଜଳ ସଙ୍କଟ । ଆଗକୁ ଆହୁରି ଟାଣ ଖରା ହେବାର ସମ୍ଭାବନା ରହିଥିବାରୁ ପାନୀୟ ଜଳ ସଙ୍କଟ ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ୍‌ବିଭାଗୀୟ କର୍ତୁପକ୍ଷଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି ଗ୍ରାମବାସୀ । ଏଥିସହ ଗ୍ରାମରେ ଦୀର୍ଘ ବର୍ଷ ଧରି ବିଦ୍ୟୁତ୍ ସଂଯୋଗ ନ ଥିବାରୁ ଅନ୍ଧାରରେ ଦିନ କାଟୁଥିବା ଗ୍ରାମବାସୀଙ୍କୁ ଆଧୁନିକ ଡିଜିଟାଲ ଯୁଗରେ ବିଦ୍ୟୁତ୍ ସଂଯୋଗ କରାଇ ଦେବାକୁ ମଧ୍ୟ ବିଭାଗୀୟ କର୍ତୁପକ୍ଷଙ୍କୁ ଅବଗତ କରାଇଛନ୍ତି ଗ୍ରାମବାସୀ । ରାୟଗଡା ଜିଲ୍ଳାର ସଦର ବ୍ଳକ ପିପଲଗୁଡା ଅନ୍ତର୍ଗତ ହାମେଇଗାଣ୍ଡା ଓ ତୋଳକଣା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଦୁଇଟି ସମସ୍ୟା । ହାମେଇଗଣ୍ଡା ଓ ତୋଳକଣା ଗ୍ରାମରେ ପାଖାପାଖି ୩୦ରୁ ଉର୍ଦ୍ଧ ପରିବାର ବସବାସ କରୁଥିବା ବେଳେ ହାମେଇଗଣ୍ଡା ଗ୍ରାମଟି ଦୁର୍ଗମ ପାହାଡ ଉପରେ ରହିଥିବାରୁ ସେଠାରେ ପାନୀୟ ଜଳର ବହୁଳ ସମସ୍ୟା ଦେଖାଦେଇଛି । ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ହାମେଇଗାଣ୍ଡା ଗ୍ରାମରେ ଏକ ନଳକୂପ ଖୋଲାଯାଇଥିଲେ ସୁଦ୍ଧା ଗ୍ରୀଷ୍ମ ଦିନେ ଜଳସ୍ତର କମିଯାଉଥିବାରୁ ଟୋପାଏ ପାନୀୟ ଜଳ ପାଇଁ ଗ୍ରାମବାସୀ ପାହାଡିଆ ଝରଣା,ନାଳ ଉପରେ ନିର୍ଭର କରି ଚଳନ୍ତି । ଗାଁ ତଳେ ଥିବା ତୋଳକଣା ଗ୍ରାମରେ ସୋଲାର ବୋର୍ ଖନନ କରାଯାଇ ପାଇପ ଯୋଗେ ହମେଇଗାଣ୍ଡାକୁ ପାନୀୟ ଜଳ ପଂହଚାଇବାର ବ୍ୟବସ୍ଥା କଲେ ଗ୍ରାମବାସୀ ଉପକୃତ ହୋଇପାରିବେ ବୋଲି ଗ୍ରାମର ଦଣ୍ଡାସି ମାଣ୍ଡାଙ୍ଗି,ପଟି ମାଣ୍ଡାଙ୍ଗି, ସମ୍ବର ମାଣ୍ଡାଙ୍ଗିଙ୍କ ସମେତ ଅନ୍ୟମାନେ ପ୍ରକାଶ କରିଛନ୍ତି । ବିଭାଗୀୟ କର୍ତୁପକ୍ଷ ଦାବିପତ୍ର ଗ୍ରହଣ କରି ଶନିବାର ଦିନ ଗ୍ରାମ ପରିଦର୍ଶନରେ ଯାଇ ସମସ୍ୟାର ସମାଧାନ ଦିଗରେ କାମ କରିବେ ବୋଲି ପ୍ରତିଶୃତି ଦେଇଥିବା ଜଣାପଡିଛି । ସେହିପରି ହାମେଇଗାଣ୍ଡା ଏବଂ ତୋଳକଣା ଗ୍ରାମରେ ଦୀର୍ଘ ବର୍ଷ ଧରି ବିଦ୍ୟୁତ୍ ସଂଯୋଗ ହୋଇ ନ ଥିବାରୁ ଗ୍ରାମବାସୀ ଅନ୍ଧାରରେ ଦିନ କାଟୁଥିବାରୁ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ହେବା ପୂର୍ବରୁ ବିଦ୍ୟୁତ ସଂଯୋଗ ପାଇଁ ଟିପିଏଓଡିଏଲ ବିଦ୍ୟୁତ ବିଭାଗ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.