ଜିଲ୍ଲା ସ୍ତରୀୟ ଯୁବ କନଭେନସନ : କୃତିତ୍ବ ପାଇଁ ପୁରସ୍କୃତ ହେଲେ ଅନେକ ଯୁବ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ

ନୂଆପଡା,୨୧/୬ : ଆଜି ସ୍ଥାନୀୟ ବ୍ଲକ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ନେହେରୁ ଯୁବ କେନ୍ଦ୍ର ତରଫରୁ ଜିଲ୍ଲା ସ୍ତରୀୟ ଯୁବ କନଭେନସନ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ନୂଆପଡା ବିଧାୟକ ଶ୍ରୀଯୁକ୍ତ ରାଜେନ୍ଦ୍ର ଢୋଲକିଆ ଏବଂ ଉପ ଜିଲ୍ଲାପାଳ ତରଣୀ ସେନ ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଥିଲା ବେଳେ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା ପ୍ରଣବ କୁମାର ପଟ୍ଟନାୟକ, ପୂର୍ବତନ ସି.ଡି.ଏମ.ଓ.  ଡ଼ା ବି.ବି ଜଗତ, ନେହେରୁ ଯୁବ କେନ୍ଦ୍ର ଜିଲ୍ଲା କୋଡିନେଟର ଆଶିଷ ଠାକୁର ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଥିଲେ ।

ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ଯୁବ ସଂଗଠନ ଯୋଗ ଦେଇ ଥିଲେ । ସେଥି ମଧ୍ୟରୁ ଗତବର୍ଷ ସ୍ୱଚ୍ଛ ଭାରତ ଏଣ୍ଟରସିପ ରେ ଜିଲ୍ଲା ସ୍ତର ରେ ପ୍ରଥମ ପୁରସ୍କାର ଭାବେ ୩୦ହଜାର ଟଙ୍କା ପୁରସ୍କାର ବାଦୀ ଗାଁ ର ପରୀକ୍ଷୀତ ସତନାମୀ ଙ୍କୁ ଦିଆ ଯାଇଥିବା ବେଳେ ଦ୍ଵିତୀୟ ପୁରସ୍କାର ଜଗତ ରାମ ନିଆଲ ଓ ତାଙ୍କ ଟିମ ଙ୍କୁ ୨୦ହଜାର ଟଙ୍କା ଦେଇ ପୁରସ୍କୃତ କରାଯାଇଥିଲା ଏବଂ ତୃତୀୟ ପୁରସ୍କାର ୧୦ହଜାର ଟଙ୍କା ପାଇଁ ଗଜେନ୍ଦ୍ର ବାରିକ ଓ ତାଙ୍କ ଟିମ କୁ ପୁରସ୍କୃତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ରେ ନେହେରୁ ଯୁବ କେନ୍ଦ୍ର ତରଫରୁ ପଞ୍ଚ ଶାଖା ଯୁବକ ସଂଘ, ରୋୟାଲ କ୍ଲବ ଗନିୟାରି,ମା ବଂଜାରୀ ୟୁଥ କ୍ଳବ କୋମନା, ଶାସ୍ତ୍ରୀଜୀ ଯୁବକ ସଂଘ କୁଲିଆବନ୍ଧା,ଏକ୍ଟିଭ ଇଣ୍ଡିୟାନ ୟୁଥ କ୍ଳବ ଗୋତମା, ଡେଭଲପିଙ୍ଗ ଇଣ୍ଡିୟାନ ୟୁଥ କ୍ଲବ ଧରମବନ୍ଧା, ଯୁବ ଜ୍ୟୋତି ଯୁବକ ସଂଘ, ଉତ୍କଳମଣି ଯୁବକ ସଂଘ କାଶିପାଲା ପ୍ରମୁଖ ଯୁବକ ସଂଗଠନକୁ ଖେଳ ସାମଗ୍ରୀ ଉପହାର ସ୍ୱରୂପ ଦିଆ ଯାଇଥିଲା ।

Advt. 

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.