ଜେକେ କାଗଜ କଳ ତରଫରୁ ନୂତନ ବିଦ୍ୟାଳୟ ଗୃହ ନିର୍ମାଣ : ରାୟଗଡ ଶିକ୍ଷା ବିଭାଗକୁ ହସ୍ତାନ୍ତର 

ରାୟଗଡ,୨୨/୬ : ରାୟଗଡ ଜିଲ୍ଳା ତଥା ସାରା ଦେଶରେ ଏକ ଅଗ୍ରଣୀ ଶିଳ୍ପାନୁଷ୍ଠାନ ଭାବେ ପରିଚିତ ଥିବା ଜେକେ ସଂସ୍ଥାର ରାୟଗଡ ଜିଲ୍ଳା ଚାନ୍ଦିଲି ପଂଚାୟତ ଅନ୍ତର୍ଗତ ଜେକେପୁର ଠାରେ ଥିବା ଜେକେ କାଗଜ କଳ ପକ୍ଷରୁ ସ୍ଥାନୀୟ ବଡଚାନ୍ଦିଲି ଗ୍ରାମ ଠାରେ ଏକ ନୂତନ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୃହ ନିର୍ମାଣ କରାଯାଇ ରାୟଗଡ ଜିଲ୍ଳା ଶିକ୍ଷା ବିଭାଗକୁ ହସ୍ତାନ୍ତର କରାଯାଇଛି । ଏହି ନୂତନ ବିଦ୍ୟାଳୟ ଗୃହକୁ ଶୁକ୍ରବାର ଦିନ ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କ କରକମଳରେ ଶୁଭାରମ୍ଭ କରାଯାଇ ଛାତ୍ରଛାତ୍ରୀଙ୍କ ନିମନ୍ତେ ଲୋକାର୍ପିତ କରାଯାଇଛି । ଏହାକୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭାବେ ବ୍ୟବହାର କରାଯାଇ ପ୍ରଥମ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢାଯିବ ବୋଲି ସୂଚନା ମିିଳିଛି ।

Omkar Vasthu
Omkar Vasthu

ଶିକ୍ଷାରେ ଭଲ ପ୍ରର୍ଦଶନ କରି ଆଦର୍ଶ ଛାତ୍ରଛାତ୍ରୀ ହେବାର ଲକ୍ଷ୍ୟ ରଖ – ଜିଲ୍ଳାପାଳ

ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଡିପିସି ଶ୍ରୀମତି ଆନେସ୍ତେସିଆ କେରକେଟା, ବିଡିଓ ରାଜେନ୍ଦ୍ର ମାଝି, ବ୍ଳକ ଅଧ୍ୟକ୍ଷ ପେଦେଂଟି ରାମୁଲୁ, ଜିଲ୍ଳା ପରିଷଦ ସଭ୍ୟ ପି.ଗୈାରୀ ଶଙ୍କର, ଚାନ୍ଦିିଲି ସରପଂଚ ଶ୍ରୀମତି ସୁଦାଇ ପେଦେଂଟି, ଜେକେ କାଗଜ କଳର କାର୍ଯ୍ୟ ନିର୍ବାହୀ ଉପସଭାପତି(କାର୍ମିକ)ପବନ କୁମାର ସୂରୀ, ଲୋକ ସଂପର୍କ ଅଧିକାରୀ ସୁନୀଲ କୁମାର ନାଥଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ । ନୂତନ ବିଦ୍ୟାଳୟରେ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ କରାଯାଇଥିବା ବେଳେ ବିଶେଷ କରି ସଭା କକ୍ଷ, କଂପ୍ୟୁଟର କକ୍ଷ ଓ ଗୋଟିଏ ସ୍ୱତନ୍ତ୍ର ହଷ୍ଟେଲ ବ୍ୟବସ୍ଥା ନିର୍ମାଣ କରାଯାଇଛି । ଶୁଭାରମ୍ଭ କାର୍ଯ୍ୟକ୍ରମ ପରେ ଅତିଥିମାନେ ଏକ ସଭା କାର୍ଯ୍ୟକ୍ରମରେ ଜେକେ କାଗଜ କଳ ଦ୍ୱାରା ଆଖପାଖ ଗ୍ରାମଗୁଡିକରେ କରାଯାଉଥିବା ଉନ୍ନୟନମୂଳକ କାର୍ଯ୍ୟଗୁଡିକକୁ ଭୂୟସୀ ପ୍ରଶଂସା କରାଯାଇଥିବା ବେଳେ ନିଜର ଦାୟିତ୍ୱବୋଧକୁ ଜେକେ କାଗଜ କଳ ପ୍ରତି ସମୟରେ ନିଭାଇ ଆସୁଥିବା ବେଳେ ଆଖାପାଖ ଅଂଚଳରେ ଥିବା ଗ୍ରାମଗୁଡିକରେ ଶିକ୍ଷାର ବିକାଶକୁ ଦୃଷ୍ଟି ଦେବା ସହ ନୂତନ ବିଦ୍ୟାଳୟର ଆହୁରି ବିକାଶ ପାଇଁ ସମସ୍ତେ ଆଗେଇ ଆସିବା ପାଇଁ ଜେକେ କାଗଜ କଳର କାର୍ଯ୍ୟ ନିର୍ବାହୀ ଉପସଭାପତି ପବନ ସୂରୀ ଆହ୍ୱାନ କରିଥିଲେ । ସେହିପରି ମୁଖ୍ୟ ଅତିଥି ଜିଲ୍ଳାପାଳ ଶ୍ରୀ ବେହେରା ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବା ପାଇଁ ପରାମର୍ଶ ଦେବା ସହ ଦୈନନ୍ଦିନ ଜୀବନରେ ଶରୀରର ଯତ୍ନ ନେଇ ହୃଷ୍ଟପୃଷ୍ଟୂୁ ରହିବା ସହ ନିଜ ସ୍ୱାସ୍ଥ୍ୟକୁ ମଧ୍ୟ ସୁସ୍ଥ ରଖିବା ପାଇଁ ପରାମର୍ଶ ଦେଇଥିଲେ ଏବଂ ନୂତନ ବିଦ୍ୟାଳୟର ଆହୁରି ବିକାଶ ଦିଗରେ ଯଥା ସମ୍ଭବ ଯାହା ମୋ ହାତରେ ହୋଇପାରିବ ତାହା ମୁଁ କରିବି ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.